ଆଜି ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲେ ବିଧାୟକ
ପାଟଣା,୩୦।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଂଚାୟତ ଗୁଳୁଦିପୋଷି ଗ୍ରାମର ବନବିହାରୀ ଦାସଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ନୀତି କାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖି ମୁଠି ଅନୁକୂଳ କରିଥିଲେ। ପୂଜକ ଭାବେ ତରୁଣ କୁମାର ତ୍ରିପାଠୀ ପୂଜା ଅର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି […] The post ଆଜି ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲେ ବିଧାୟକ appeared first on Dharitri Odia News.
ପାଟଣା,୩୦।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଂଚାୟତ ଗୁଳୁଦିପୋଷି ଗ୍ରାମର ବନବିହାରୀ ଦାସଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ନୀତି କାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖି ମୁଠି ଅନୁକୂଳ କରିଥିଲେ। ପୂଜକ ଭାବେ ତରୁଣ କୁମାର ତ୍ରିପାଠୀ ପୂଜା ଅର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ,ବଡ଼ ପାଟଣା ସରପଞ୍ଚ ବିନତି ବାନରା, ପାଟଣା ବିଧାୟକଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ, ପଲାଣ ଘାଟି ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶନାଥ ନାୟକ ,ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ, ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ଭାଜପା ନେତା ସୁବ୍ରତ କୁମାର ଦ୍ୱିବେଦୀ, ନିରଞ୍ଜନ ମହାନ୍ତ, ପ୍ରମୋଦ ବାରିକ, କପିଳ ବାରିକ, କୃଷି ଅଧିଦର୍ଶକ ଦୂର୍ଗା ଚରଣ ତ୍ରିପାଠୀ, ଅଭୟ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ। ଗ୍ରାମ କୃଷି କର୍ମଚାରୀ ଧରଣୀଧର କିଶାନ ଓ ଇନ୍ଦ୍ରଜିତ ପୁହାଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଭାଜପା ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା।
The post ଆଜି ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲେ ବିଧାୟକ appeared first on Dharitri Odia News.