ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଶିଶୁ ଶ୍ରମିକରୁ ଶିଶୁ ସୁରକ୍ଷାକାରୀ
ଭବାନୀପାଟଣା,୮।୩(ଉତ୍ତମ କୁମାର ଦାଶ):ଦିନେ ସେ ଥିଲେ ଶିଶୁ ଶ୍ରମିକ। ଆଉ ଆଜି ଶିଶୁ ସୁରକ୍ଷାକାରୀ। ଆଦିବାସୀ ଝିଅ ଗୁଆଦେଇ ଭୋଇ କଳାହାଣ୍ଡି ଜିଲା ପାଇଁ ଉଦାହରଣ ପାଲଟିଛନ୍ତି। ଜୁନାଗଡ ବ୍ଲକ ଅନ୍ତର୍ଗତ ଦେଦର ଗ୍ରାମର ମା’ବାପା ଛେଉଣ୍ଡ ଝିଅ ଗୁଆଦେଇ ଭୋଇ ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ କାମ କରିବା ସହିତ ଛେଳି ଚରାଉଥିଲେ। ଗୁଆଦେଇଙ୍କ ପାଠ ପଢିବାର ଇଚ୍ଛା ସାମ୍ନାରେ ହାର ମାନିଥିଲା ପରିବାର ଆର୍ଥିକ ବୋଝ। ୨୦୦୦ରେ ଦେଦରଠାରେ ଥିବା କର୍ତ୍ତବ୍ୟ ସଂସ୍ଥାର […] The post ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଶିଶୁ ଶ୍ରମିକରୁ ଶିଶୁ ସୁରକ୍ଷାକାରୀ appeared first on Dharitri Odia News.
ଭବାନୀପାଟଣା,୮।୩(ଉତ୍ତମ କୁମାର ଦାଶ):ଦିନେ ସେ ଥିଲେ ଶିଶୁ ଶ୍ରମିକ। ଆଉ ଆଜି ଶିଶୁ ସୁରକ୍ଷାକାରୀ। ଆଦିବାସୀ ଝିଅ ଗୁଆଦେଇ ଭୋଇ କଳାହାଣ୍ଡି ଜିଲା ପାଇଁ ଉଦାହରଣ ପାଲଟିଛନ୍ତି। ଜୁନାଗଡ ବ୍ଲକ ଅନ୍ତର୍ଗତ ଦେଦର ଗ୍ରାମର ମା’ବାପା ଛେଉଣ୍ଡ ଝିଅ ଗୁଆଦେଇ ଭୋଇ ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ କାମ କରିବା ସହିତ ଛେଳି ଚରାଉଥିଲେ। ଗୁଆଦେଇଙ୍କ ପାଠ ପଢିବାର ଇଚ୍ଛା ସାମ୍ନାରେ ହାର ମାନିଥିଲା ପରିବାର ଆର୍ଥିକ ବୋଝ। ୨୦୦୦ରେ ଦେଦରଠାରେ ଥିବା କର୍ତ୍ତବ୍ୟ ସଂସ୍ଥାର ଶିଶୁ ଶ୍ରମିକ ବିଦ୍ୟାଳୟରେ ପରିବାର ବିରୋଧ ସତ୍ତ୍ୱେ ନାମ ଲେଖାଇବା ସୁଯୋଗ ପାଇଲେ। ପଞ୍ଚାମ ଶ୍ରେଣୀ ପର୍ଯ୍ୟନ୍ତ ସେଠାରେ ଶିକ୍ଷା ଲାଭ କରି ଜୁନାଗଡ କନ୍ୟାଶ୍ରମରେ ନାମ ଲେଖାଇଥିଲେ। ପରେ ଜୁନାଗଡ କଲେଜରେ ଯୁକ୍ତ ୨ ପାଇଁ ନାମ ଲେଖାଇଥିଲେ। ବର୍ତ୍ତମାନ ଆଦିବାସୀ ଅଞ୍ଚଳ ପାଇଁ ସେ ଏକ ସହୟତାର ଦିଗବାରେଣି ସାଜିଛନ୍ତି। ଦେଦରଠାରୁ ଜୁନାଗଡ ୨୨ କି.ମି. ଦୂର ହୋଇଥିବାବେଳେ ବିଭିନ୍ନ ଗଁାର ଗରିବ ଲୋକମାନଙ୍କୁ ଚିକିତ୍ସା ନିମନ୍ତେ ସହଯୋଗ କରିବା, ଝିଅଙ୍କ ଶିକ୍ଷା ପାଇଁ ସେ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଅଞ୍ଚଳରେ ସେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ, ଚିଲଡ୍ରେନ କ୍ଲବ ଗଠନ କରି ସରକାରୀ ଅଧିକାରୀଙ୍କ ସହିତ ସମନ୍ବୟ ରଖି ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି। ସେହିପରି ଅଞ୍ଚଳରେ ମଦ ବନ୍ଦ ଓ ଶିଶୁ୍ମାନଙ୍କୁ ନିୟମିତ ସ୍କୁଲ ଯିବା ପାଇଁ ଏକ ନୀରବ ବିପ୍ଲବ ଆରମ୍ଭ କରି ଆଲୋକର ବାର୍ତ୍ତା ସାଜିଛନ୍ତି ଗୁଆଦେଇ।
The post ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଶିଶୁ ଶ୍ରମିକରୁ ଶିଶୁ ସୁରକ୍ଷାକାରୀ appeared first on Dharitri Odia News.