ଆଜି ଅସମ୍ଭାଳ ତାତି : ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ, ଝାରସୁଗୁଡ଼ାରେ ସର୍ବାଧିକ ୩୫.୨ ଡିଗ୍ରୀ

ଭୁବନେଶ୍ୱର : ଆଜି ଅସମ୍ଭାଳ ତାତି । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ । ଝାରସୁଗୁଡ଼ାରେ ସର୍ବାଧିକ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୩୦ ଡିଗ୍ରୀ ଉପରେ ୧୦ ଜିଲ୍ଲାର ତାପମାତ୍ରା । ସମ୍ବଲପୁରରେ ୩୪.୪, ହୀରାକୁଦରେ ୩୪, ବାଲେଶ୍ବରରେ ୩୩, ପୁରୀରେ ୩୩.୪ ଡିଗ୍ରୀ ତାପମାତ୍ରା ରହିଛି। ରାଜଧାନୀ ଭୁବନେଶ୍ୱରରେ ୩୨.୪ ଡିଗ୍ରୀ ରହିଛି ପାରଦ । ସକାଳ […] The post ଆଜି ଅସମ୍ଭାଳ ତାତି : ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ, ଝାରସୁଗୁଡ଼ାରେ ସର୍ବାଧିକ ୩୫.୨ ଡିଗ୍ରୀ appeared first on KNews Odisha.

ଆଜି ଅସମ୍ଭାଳ ତାତି : ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ, ଝାରସୁଗୁଡ଼ାରେ ସର୍ବାଧିକ ୩୫.୨ ଡିଗ୍ରୀ
Temperture

ଭୁବନେଶ୍ୱର : ଆଜି ଅସମ୍ଭାଳ ତାତି । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ । ଝାରସୁଗୁଡ଼ାରେ ସର୍ବାଧିକ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୩୦ ଡିଗ୍ରୀ ଉପରେ ୧୦ ଜିଲ୍ଲାର ତାପମାତ୍ରା । ସମ୍ବଲପୁରରେ ୩୪.୪, ହୀରାକୁଦରେ ୩୪, ବାଲେଶ୍ବରରେ ୩୩, ପୁରୀରେ ୩୩.୪ ଡିଗ୍ରୀ ତାପମାତ୍ରା ରହିଛି। ରାଜଧାନୀ ଭୁବନେଶ୍ୱରରେ ୩୨.୪ ଡିଗ୍ରୀ ରହିଛି ପାରଦ । ସକାଳ ୯ଟା ପୂର୍ବରୁ ଏତେ ତାପମାତ୍ରା ଦେଖି ବାହାରକୁ ବାହାରୁନାହାନ୍ତି ଲୋକ। ଆସନ୍ତା ୧୪ ତାରିଖ ଯାଏ ଏଭଳି ସ୍ଥିତି ରହିବ । ଆଜି ୧୭ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ପାରଦ। ସେପଟେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି।

The post ଆଜି ଅସମ୍ଭାଳ ତାତି : ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍ କଲା ପାରଦ, ଝାରସୁଗୁଡ଼ାରେ ସର୍ବାଧିକ ୩୫.୨ ଡିଗ୍ରୀ appeared first on KNews Odisha.