ଆଜି ଆସିବ ରାଜ୍ୟ ବଜେଟ : ସଂଧ୍ୟାରେ ବିଧାନସଭାରେ ବିଲ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
କନକବ୍ୟୁରୋ : ଆଜି ଆସିବ ରାଜ୍ୟ ବଜେଟ । ସଂଧ୍ୟାରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥର ବଜେଟ୍ ପରିମାଣ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦ୍ରୁତ ଅଭିବୃଦ୍ଧି ନେଇ ଆକଳନ ପରେ, ଏଥର ରାଜ୍ୟ ବଜେଟର ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ଏମିତି କି ମୋହନ ସରକାର ଅନେକ ନୂଆ ଯୋଜନା ଆଣିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦେଇପାରନ୍ତି ସରକାର । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ବତନ୍ତ୍ର ଅନୁଦାନ ସହ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ହୋଇପାରେ । ସେହିପରି ସୁଭଦ୍ରା ଯୋଜନାରେ ୧ କୋଟି ମହିଳାଙ୍କ ପାଇଁ ଅଧିକ ଅନୁଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଦାନ ବୃଦ୍ଧି ହୋଇପାରେ । ରାଜ୍ୟ ବଜେଟ୍ ଉପସ୍ଥାପନକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳିଛି । ବଜେଟ୍ରୁ ଆଶା କ'ଣ? - ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ମିଳିପାରେ- ନବମ, ଦଶମ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିବ କି ସ୍ବତନ୍ତ୍ର ଅନୁଦାନ - ସୁଭଦ୍ରା ଯୋଜନା ପାଇଁ ହଜାରେ କୋଟିରୁ ଅଧିକ ବ୍ୟୟବରାଦ ହୋଇପାରେ- ବିଧାୟକଙ୍କ ଦରମା ବୃଦ୍ଧି ନେଇ ଅତିରିକ୍ତ ବ୍ୟୟବରାଦ ହୋଇପାରେ କି?- ରାଜ୍ୟ ସ

କନକବ୍ୟୁରୋ : ଆଜି ଆସିବ ରାଜ୍ୟ ବଜେଟ । ସଂଧ୍ୟାରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥର ବଜେଟ୍ ପରିମାଣ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦ୍ରୁତ ଅଭିବୃଦ୍ଧି ନେଇ ଆକଳନ ପରେ, ଏଥର ରାଜ୍ୟ ବଜେଟର ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ଏମିତି କି ମୋହନ ସରକାର ଅନେକ ନୂଆ ଯୋଜନା ଆଣିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।
ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦେଇପାରନ୍ତି ସରକାର । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ବତନ୍ତ୍ର ଅନୁଦାନ ସହ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ହୋଇପାରେ । ସେହିପରି ସୁଭଦ୍ରା ଯୋଜନାରେ ୧ କୋଟି ମହିଳାଙ୍କ ପାଇଁ ଅଧିକ ଅନୁଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଦାନ ବୃଦ୍ଧି ହୋଇପାରେ । ରାଜ୍ୟ ବଜେଟ୍ ଉପସ୍ଥାପନକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳିଛି ।
ବଜେଟ୍ରୁ ଆଶା କ'ଣ?
- ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ମିଳିପାରେ
- ନବମ, ଦଶମ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିବ କି ସ୍ବତନ୍ତ୍ର ଅନୁଦାନ
- ସୁଭଦ୍ରା ଯୋଜନା ପାଇଁ ହଜାରେ କୋଟିରୁ ଅଧିକ ବ୍ୟୟବରାଦ ହୋଇପାରେ
- ବିଧାୟକଙ୍କ ଦରମା ବୃଦ୍ଧି ନେଇ ଅତିରିକ୍ତ ବ୍ୟୟବରାଦ ହୋଇପାରେ କି?
- ରାଜ୍ୟ ସରକାରଙ୍କ ଭିଜନ ବଜେଟ୍ରେ ପ୍ରତିଫଳିତ ହେବ କି?
- ଚଳିତ ବଜେଟ୍ ଆଗାମୀ ୫ ବର୍ଷର ଅଭିବୃଦ୍ଧିକୁ ଦର୍ଶାଇବ କି?
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରସ୍ତୁତ ହେବ କି ନକ୍ସା?
- ମୋଟ୍ ବ୍ୟୟ ଅଟକଳକୁ ୧୫ରୁ ୧୭ ପ୍ରତିଶତ ବଢାଯାଇପାରେ
- ଚାଷୀଙ୍କ ପାଇଁ କିଛି ନୂଆ ଯୋଜନା ଆଣିବେ କି ସରକାର?
- ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ନେଇ କିଛି ବଡ଼ ପଦକ୍ଷେପ ନେବେ କି?
- ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାର କିଛି ବ୍ୟବସ୍ଥା କରି ପାରନ୍ତି କି?
ସ୍ବଳ୍ପ ମିଆଦି ନା ଦୀର୍ଘ ମିଆଦି ଯୋଜନା ଉପରେ ଫୋକସ୍ ରହିବ?
- ଲୋକେ ବିକଶିତ ଓଡ଼ିଶାର ବଜେଟ୍ ଦେଖିବେ କି?
- ପ୍ରତି ବ୍ଲକ୍ରେ ଷ୍ଟାଡିଅମ୍, ୫୮ଟି ନୂଆ ଶୀତଳଭଣ୍ଡାର ନେଇ ଅର୍ଥ ବ୍ୟବସ୍ଥା କରିବେ କି ସରକାର?
- ଏମଏସଏମଇ, ସାଧାରଣ ଶିଳ୍ପ, କୃଷି ଭିତ୍ତିକ ଶିଳ୍ପକୁ ମିଳିବ କି ଗୁରୁତ୍ବ?
- ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେବେ?