ଆଜି ଆସିବ ୱାନ ନେସନ୍ ୱାନ୍ ଇଲେକସନ୍ ବିଲ୍

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ଏକ ଦେଶ ଏକ ଇଲେକସନ୍ ବିଲ। ଲୋକସଭାରେ ଆସିବ ୱାନ ନେସନ ୱାନ... The post ଆଜି ଆସିବ ୱାନ ନେସନ୍ ୱାନ୍ ଇଲେକସନ୍ ବିଲ୍ appeared first on .

ଆଜି ଆସିବ ୱାନ ନେସନ୍ ୱାନ୍ ଇଲେକସନ୍ ବିଲ୍

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ଏକ ଦେଶ ଏକ ଇଲେକସନ୍ ବିଲ। ଲୋକସଭାରେ ଆସିବ ୱାନ ନେସନ ୱାନ ଇକେଲକସନ ବିଧେୟକ। ମଧ୍ୟାହ୍ନ ୧୨ଟା ସମୟରେ ଲୋକସଭାରେ ଆଗତ ହେବ ଏହି ବିଲ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଧେୟକ ଆଗତ କରିପାରନ୍ତି। ଏ ନେଇ ବିଜେପି ପକ୍ଷରୁ ଗୃହରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କ ପାଇଁ ହ୍ଵିପ ଜାରି ହୋଇଛି। ଏହି ବିଲ ଲୋକସଭାରେ ଆଗତ ପରେ ପାର୍ଲାମେଣ୍ଟର ଦୁଇ ସଦନର ମିଳିତ କମିଟି ନିକଟକୁ ପଠାଯାଇପାରେ। ବିଲକୁ ଲୋକସଭାରେ ଉପସ୍ଥାପନ ପରେ ସଂସଦର ମିଳିତ କମିଟିକୁ ପଠାଇବାକୁ ଅନୁରୋଧ କରିପାରନ୍ତି ଆଇନମନ୍ତ୍ରୀ। ସମସ୍ତ ଦଳର ସାଂସଦ ପ୍ରତିନିଧିଙ୍କୁ ନେଇ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯିବ

ସବୁଠାରୁ ବଡ଼ ଦଳ ଭାବେ ବିଜେପିରୁ ଏହି କମିଟିର ଅଧ୍ୟକ୍ଷ ରହିବା ସମ୍ଭାବନା ରହିଛି। ଅନ୍ୟ ଦଳରୁ କିଏ ରହିବେ ସଦସ୍ୟ ଏ ନେଇ ବାଚସ୍ପତି ଅନ୍ୟ ଦଳମାନଙ୍କ ଠାରୁ ପ୍ରସ୍ତାବିତ ନାମ ସଂଗ୍ରହ କରିବେ। ଯଦି କୌଣସି ଦଳ ନିଜ ନିଜର ସଦସ୍ୟଙ୍କ ନାମ ପ୍ରସ୍ତାବ ନଦିଅନ୍ତି ତେବେ ବାଚସ୍ପତି ତାଙ୍କ ଇଚ୍ଛା ଅନୁସାରେ ସଦସ୍ୟ ଚୟନ କରିବେ। ବିଲ ଆଗତ ଦିନ ସଂଧ୍ଯାରେ ବାଚସ୍ପତି କମିଟି ଗଠନ ନେଇ ଘୋଷଣା କରିବେ। କମିଟିର ପ୍ରସ୍ତାବିତ କାର୍ଯ୍ୟକାଳ ୯୦ ଦିନ ରହିଥିବାବେଳେ ଆବଶ୍ୟକସ୍ଥଳେ ଏହାକୁ ବୃଦ୍ଧି କରାଯିବାର ବିଧି ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୱାନ ନେସନ ୱାନ ଇଲେକସନ୍ ବିଚାର ନେଇ କମିଟି ଗଠନ ହୋଇଥିଲା। ଦେଶର ସମସ୍ତ ଦଳ ସହ ବିଚାର ବିମର୍ଶ ପରେ ଗତ ମାର୍ଚ୍ଚ ୧୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ଉପସ୍ଥାପନ କରିଥିଲେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ। ଏହି କମିଟି ରିପୋର୍ଟକୁ ଗତ ୧୮ ସେପ୍ଟେମ୍ବରରେ ମୋଦି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଥିଲେ।

ଏଥିରେ ଦେଶରେ ଥିବା ୩୨ ରାଜନୈତିକ ଦଳ ସମର୍ଥନ କରିଥିବାବେଳେ ୧୫ ରାଜନୈତିକ ଦଳ ସମର୍ଥନ କରିନଥିଲେ। ପାର୍ଲାମେଣ୍ଟରେ ଆଗତ ହେଲେ ସମ୍ବିଧାନର ୧୨୯ତମ ସଂଶୋଧନ ବିଲ ହେବ ଏହି ୱାନ ନେସନ ୱାନ ଇଲେକ୍ସନ ବିଲ।। ଏହି ବିଲ ଉପରେ ସଂସଦୀୟ ମିଳିତ କମିଟିରେ ଗୃହୀତ ହେବାପରେ ସଂସଦର ଦୁଇ ସଦନରେ ଆଲୋଚନା ହେବ। ଦୁଇ ସଦନରେ ଗୃହୀତ ହେବାପରେ ବିଲକୁ ସ୍ଵାକ୍ଷର ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପରେ ଏହି ବିଲ ଆଇନରେ ପରିଣତ ହେବ। ଏହି ବିଲ ଆଇନରେ ପରିଣତ ହେଲେ ଆସନ୍ତା ୨୦୨୯ରୁ ଦେଶରେ ଗୋଟିିଏ ଦେଶ ଗୋଟିଏ ନିର୍ବାଚନ ଲାଗୁ ହୋଇପାରେ।ବିଲ ଆଇନରେ ପରିଣତ ହେଲେ ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ।

The post ଆଜି ଆସିବ ୱାନ ନେସନ୍ ୱାନ୍ ଇଲେକସନ୍ ବିଲ୍ appeared first on .