ଆଜି ଆସୁଛନ୍ତି ରାହୁଲ ଗାନ୍ଧି,ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ନନ୍ଦିଘୋଷ ବ୍ୟୁରୋ : ଆଜି ଆସୁଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ତାଙ୍କୁ... The post ଆଜି ଆସୁଛନ୍ତି ରାହୁଲ ଗାନ୍ଧି,ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର appeared first on .

ଆଜି ଆସୁଛନ୍ତି ରାହୁଲ ଗାନ୍ଧି,ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ନନ୍ଦିଘୋଷ ବ୍ୟୁରୋ : ଆଜି ଆସୁଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ତାଙ୍କୁ ଅପେକ୍ଷା କରିଛି ଭୁବନେଶ୍ଵରର ବରମୁଣ୍ଡା ପଡ଼ିଆ। ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ସମସ୍ତଙ୍କୁ ଉଦବୋଧନ ଦେବେ ରାହୁଲ ଗାନ୍ଧି। ଏହା ସହିତ କଂଗ୍ରେସ ଶିିବିରରେ ଜୋସ୍ ଭରିବେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ଦେବେ ବୁଷ୍ଟର ଡୋଜ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। କଂଗ୍ରେସ କର୍ମୀମାନେ ଧୀରେ ଧୀରେ ଆସିବାରେ ଲାଗିଲେଣି। ସଭାସ୍ଥଳରେ ଗହଳି ଚହଳି ଆରମ୍ଭ ହୋଇଗଲାଣି। ରାହୁଲ ଗାନ୍ଧି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ବରମୁଣ୍ଡା ପଡ଼ିଆକୁ ଆସିବେ। ୧୨ଟାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଉଦବୋଧନ ଦେବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ବି ତାଙ୍କ ସହିତ ଆସୁଛନ୍ତି। ହାଇପ୍ରୋଫାଇଲ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ। ସଭାକୁ ସଫଳ କରିବାକୁ ଦିନରାତି ଏକ କରି ଦେଇଛନ୍ତି ସମସ୍ତେ। ସମାବେଶ ସ୍ଥଳରୁ କଂଗ୍ରେସ ଭବନ ଯାଏ ରାହୁଲଙ୍କ କାର୍ଯ୍ୟକ୍ରମ କିପରି ସଫଳ ହେବ ସେନେଇ ଅଣ୍ଟା ଭିଡିଛନ୍ତି କର୍ମୀ ଓ ନେତା। ବରମୁଣ୍ଡା ସମାବେଶ କରିବା ପରେ କଂଗ୍ରେସ ଭବନରେ ରାହୁଲ ଗାନ୍ଧି ଦଳର ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ।

The post ଆଜି ଆସୁଛନ୍ତି ରାହୁଲ ଗାନ୍ଧି,ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର appeared first on .