ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ

ପୁରୀ (କେନ୍ୟୁଜ): ସତ ହେବାକୁ ଯାଉଛି ଦୀର୍ଘବର୍ଷର ସ୍ବପ୍ନ । ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଲୋକାର୍ପଣ । ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସତ୍ୟବାଦୀ ପଞ୍ଚସଖା ଖେଳପଡ଼ିଆରେ ଉଦଘାଟନୀ ଉତ୍ସବ ଲାଗି ବିଶେଷ ଆୟୋଜନ କରାଯାଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଓଡ଼ିଆ ବିଶ୍ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । […] The post ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ appeared first on KNews Odisha.

ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ
cm

ପୁରୀ (କେନ୍ୟୁଜ): ସତ ହେବାକୁ ଯାଉଛି ଦୀର୍ଘବର୍ଷର ସ୍ବପ୍ନ । ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଲୋକାର୍ପଣ । ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସତ୍ୟବାଦୀ ପଞ୍ଚସଖା ଖେଳପଡ଼ିଆରେ ଉଦଘାଟନୀ ଉତ୍ସବ ଲାଗି ବିଶେଷ ଆୟୋଜନ କରାଯାଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଓଡ଼ିଆ ବିଶ୍ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ଏବେ ଏହାର ନିର୍ମାଣ ଶେଷ ହୋଇଛି । କ୍ୟାମ୍ପସକୁ ଛାତ୍ରଛାତ୍ରୀ ଓ ଗେବଷକଙ୍କ ପାଇଁ ଉନ୍ମୋଚିତ ହେବାକୁ ଯାଉଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଭାଷାବିତ୍ ଓ ସାହିତ୍ୟିକଙ୍କୁ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି ।

ଲୋକାର୍ପଣ ପରେ ଆସନ୍ତା ଫେବୃୟାରୀ ଦ୍ବିତୀୟ ସପ୍ତାହରୁ ନିଜସ୍ବ କ୍ଯାମ୍ପସରେ ପାଠ ପଢ଼ିବେ ଶିକ୍ଷାର୍ଥୀ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଫେବୃୟାରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଭାଷା ସମ୍ମିଳନୀ ପରେ ଶିକ୍ଷାର୍ଥୀଙ୍କ କ୍ୟାମ୍ପସ ପ୍ରବେଶ ହେବ । ଏଥିସହ ଆଗକୁ ୨ଟି ନୂଆ ପାଠ୍ୟକ୍ରମ ଯୋଡ଼ି ହେବ । ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୀର୍ଘ ୬ ମାସ ଧରି ସାକ୍ଷୀଗୋପାଳ ପରିସରରେ ପାନ୍ଥଶାଳା ପରିସରରେ ଶିକ୍ଷା ଗ୍ରହଣ କରୁଛନ୍ତି । ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ରୁମ ସହ ହଷ୍ଟେଲ, କ୍ୟାଣ୍ଟିନ ଓ ସୁଇମିଂ ପୁଲ ଆଦିର ବ୍ୟବସ୍ଥା କରାଯାଇଛି । ଶିକ୍ଷା ଉପଯୋଗୀ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ବିକାଶରେ ଏହି ବିଶ୍ୱ ବିଦ୍ୟାଳୟ ସହାୟକ ହେବ ।

The post ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ appeared first on KNews Odisha.