ପୁଣି ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, କ୍ର୍ୟୁ ମେମ୍ବରଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଦିନକୁ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରୁଛି ଏୟାର ଇଣ୍ଡିଆ ବିମାନ । କିଛି ବିମାନକୁ ବାତିଲ କରାଯାଉଥବା ବେଳେ କିଛି ବିମାନକୁ ମଝି ଆକାଶରୁ ଫେରାଇ ଦିଆଯାଉଛି । ପୁଣିଥରେ ଏବେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇଯାଇଛନ୍ତି ଯାତ୍ରୀ । ସୂଚନା ମୁତାବକ, ଆଜି ସକାଳୁ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜଣେ କ୍ର୍ୟୁ ମେମ୍ବରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । […] The post ପୁଣି ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, କ୍ର୍ୟୁ ମେମ୍ବରଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି appeared first on KNews Odisha.

ପୁଣି ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, କ୍ର୍ୟୁ ମେମ୍ବରଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି
airindia

ଦିନକୁ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରୁଛି ଏୟାର ଇଣ୍ଡିଆ ବିମାନ । କିଛି ବିମାନକୁ ବାତିଲ କରାଯାଉଥବା ବେଳେ କିଛି ବିମାନକୁ ମଝି ଆକାଶରୁ ଫେରାଇ ଦିଆଯାଉଛି । ପୁଣିଥରେ ଏବେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇଯାଇଛନ୍ତି ଯାତ୍ରୀ ।

ସୂଚନା ମୁତାବକ, ଆଜି ସକାଳୁ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜଣେ କ୍ର୍ୟୁ ମେମ୍ବରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ଏୟାର ଇଣ୍ଡିଆ ବିମାନ ୨୯୪୮ରେ ବୋମା ଅଛି ବୋଲି ଧମକ ଆସିଛି । ଏହାପରେ ବିମାନକୁ ତୁରନ୍ତ ଯାଞ୍ଚ କରାଯାଇଥିଲା । କିନ୍ତୁ ଟିମଙ୍କୁ କିଛି ମିଳିନଥିଲା । ଏହା ପରେ,ଏହାକୁ ଏକ ଗୁଜବ ବୋଲି ଘୋଷଣା କରାଯାଇଥିଲା ।

ତେବେ ବାରମ୍ବାର ଏଭଳି ଧମକପୂର୍ଣ୍ଣ କଲକୁ ନେଇ ଏୟାର ଇଣ୍ଡିଆର ସମସ୍ତ ସଦସ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ସେପଟେ କିଏ ଏମିତି ମିଥ୍ୟା ଧମକ ଦେଉଛି ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ, ଗତ କିଛି ସପ୍ତାହ ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଅନେକ ଯାନ୍ତ୍ରିକ ଏବଂ ପରିଚାଳନ ସମସ୍ୟା ଦେଖାଦେଇଛି । ଫଳରେ ଏୟାର ଇଣ୍ଡିଆ ବିମାନର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଅନେକ ବିମାନର ଉଡ଼ାଣ ରଦ୍ଦ କରିଦିଆଯାଇଥିବା ବେଳେ ଅନେକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଏୟାରପୋର୍ଟରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏକ ମେଡିକାଲ କଲେଜ ଉପରେ ଖସିପଡିଥିଲା । ଏଥିରେ ଥିବା ୨୪୧ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା । ସେହିପରି ମେଡିକାଲ କଲେଜର କିଛି ପିଲାଙ୍କ ଜୀବନ ଚାଲିଯାଇଥିଲା ।

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ବ୍ଲାକବକ୍ସରୁ ମିଳିଲା ତଥ୍ୟ । ଜଣାପଡିବ କେମିତି ହୋଇଥିଲା ଫ୍ଲାଇଟ AI 171 ବିମାନ ଦୁର୍ଘଟଣା । ପ୍ଲେନ କ୍ରାସର କାରଣ କଣ ଥିଲା । ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକ ବକ୍ସ ଡାଟା ସଂଗ୍ରହ ଆରମ୍ଭ ହୋଇଛି । ଏୟାର ଇଣ୍ଡିଆର ଫ୍ଲାଇଟ AI 171 ବିମାନ ଦୁର୍ଘଟଣା ପରେ ଯାଞ୍ଚ ଏଜେନ୍ସୀ  ସଫଳତାର ସହ ମେମୋରି ମୋଡ୍ୟୁଲରୁ ତଥ୍ୟ ସଂଗ୍ରହ କରାଯାଇଛି । ଦୁଇଟି ଯାକ ବ୍ଲାକବକ୍ସରୁ କକପିଟ ଭଏସ ରେକର୍ଡର(CVR) ଓ ଫ୍ଲାଇଟ ଡାଟା ରେକର୍ଡର(FDR)ରୁ ଡାଟା ସଂଗ୍ରହ ହୋଇଥିବା ତଦନ୍ତ CA ପକ୍ଷରୁ କୁହାଯାଇଛି ।

Also Read : ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା, ବ୍ଲାକ ବକ୍ସରୁ ମିଳିଲା ଡାଟା

The post ପୁଣି ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, କ୍ର୍ୟୁ ମେମ୍ବରଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି appeared first on KNews Odisha.