ଆଜି କଂଗ୍ରେସର ବିଧାନସଭା ଘେରାଉ, ୫୦ ହଜାର କର୍ମୀ ଏକାଠି ଦେବା ସମ୍ଭାବନା

ଭୁବନେଶ୍ବର : ଆଜି କଂଗ୍ରେସର ବିଧାନସଭା ଘେରାଉ ଯୋଜନା। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି... The post ଆଜି କଂଗ୍ରେସର ବିଧାନସଭା ଘେରାଉ, ୫୦ ହଜାର କର୍ମୀ ଏକାଠି ଦେବା ସମ୍ଭାବନା appeared first on .

ଆଜି କଂଗ୍ରେସର ବିଧାନସଭା ଘେରାଉ, ୫୦ ହଜାର କର୍ମୀ ଏକାଠି ଦେବା ସମ୍ଭାବନା

ଭୁବନେଶ୍ବର : ଆଜି କଂଗ୍ରେସର ବିଧାନସଭା ଘେରାଉ ଯୋଜନା। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଏଥିପାଇଁ ରାଜଧାନୀରେ ଜମା ହେବାରେ ଲାଗିଲେଣି କଂଗ୍ରେସ କର୍ମୀ। ହଜାର ହଜାର କର୍ମୀ ବିଧାନସଭା ଘେରାଉ କରିବେ ବୋଲି ଦଳ କହିଛି। ରାମମନ୍ଦିର ନିକଟରୁ ବାହାରିବ ଏକ ଶୋଭାଯାତ୍ରା ଓ ଏହା ବିଧାନସଭା ଅଭିମୁଖେ ଯିବ। ଶୋଭାଯାତ୍ରାର ଆଗରେ ରହିବେ ମହିଳା । କଂଗ୍ରେସ ନେତା ଓ ବିଧାୟକ ମାନେ ମଝିରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଦଳ କହିଛି,  ପୂର୍ବରୁ ୩୦ ହଜାର କର୍ମୀ ଏହି ବିଧାନସଭା ଘେରାଉରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। ବିଜେପିର ଆକ୍ରୋଶମୂଳକ ପଦକ୍ଷେପ ପରେ ଏହି ସଂଖ୍ୟା ୫୦ ହଜାର ଟପିବ। ସେପଟେ କଂଗ୍ରେସକୁ ସମର୍ଥନ କରିଛି ବାମଦଳ। ବିଧାନସଭା ଘେରାଉକୁ ବି ସେମାନେ ସମର୍ଥନ କରିଛନ୍ତି। ସିପିଏମ ସମେତ ଅନ୍ୟ ବାମପନ୍ଥୀ ଦଳର ନେତା କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ସାକ୍ଷାତ କରିବା ସହ ବିଜେପିର କାର୍ଯ୍ୟକୁ ନିନ୍ଦା କରିଛନ୍ତି।

The post ଆଜି କଂଗ୍ରେସର ବିଧାନସଭା ଘେରାଉ, ୫୦ ହଜାର କର୍ମୀ ଏକାଠି ଦେବା ସମ୍ଭାବନା appeared first on .