ଆଜି-କାଲି: ଦିଲ୍ଲୀରେ ଅମିତ୍ ଶାହଙ୍କ ଘର ଓ ନବୀନ ନିବାସ ଉପରେ ଏବେ ଫୋକସ୍, ରାଜନୀତି ବନାମ ରଣନୀତି ହେବ କ'ଣ ?
ଭୁବନେଶ୍ଵର: ମେଣ୍ଟ ଉପରୁ ହଟୁନି ସସପେନ୍ସ। ବୈଠକ ପରେ ବୈଠକ ଚାଲିଛି କିନ୍ତୁ କୌଣସି ନିଷ୍କର୍ସ ଏ ଯାଏ ବାହାରି ପାରୁନି। ଫଳରେ ଗତ ୧୦ ଦିନ ହେବ ଓଡ଼ିଶାରେ ରାଜନୈତିକ ଗତିବିଧି ଏକ ପ୍ରକାର ଠପ୍ ହୋଇ ପଡିଛି। ଦିଲ୍ଲୀରେ ରାଜ୍ୟ ବିଜେପି ନେତା ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ମାରାଥନ ବୈଠକ ଚାଲିଥିବା ବେଳେ ବିଜେଡି ଶିବିର ଶାନ୍ତ ରହିଛି। ଗତକାଲି ବିଳମ୍ବିତ ରାତି ଯାଏ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ ପରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ବାସଭବନରେ ଜରୁରୀ ବୈଠକ ଚାଲିଛି। ସେପଟେ ଆସନ୍ତାକାଲି ବିଜେଡି ନବୀନ ନିବାସରେ ଜରୁରୀ ବୈଠକ ଡକାଇଛି। ଦିଲ୍ଲୀରେ ଅମିତ୍ ଶାହଙ୍କ ଘର ଓ ନବୀନ ନିବାସ ଉପରେ ଏବେ ସଭିଙ୍କ ନଜର ରହିଛି। ସୂଚନା ଅନୁଯାୟୀ, ଦିଲ୍ଲୀରେ ଆଜି ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସରକାରୀ ବାସଭବନରେ ବିଜେପିର ବୈଠକ ଚାଲିଛି। ବୈଠକରେ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ବୈଠକରେ ସାମିଲ ହୋଇଥିବା ସୂଚନା ରହିଛି। ଏହି ବୈଠକରେ ମେଣ୍ଟ ନେଇ କୌଣସି ନିର୍ଯ୍ୟାସ ବାହାରିପାରେ ବୋଲି କୁହାଯାଉଛି। ସେପଟେ ଆସନ୍ତାକାଲି ନବୀନ ନିବାସରେ ଜରୁରୀ ବୈଠକ ଡକାଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ବିଜେଡି ବଡ଼ ନିଷ୍ପତ୍ତି ନେଇ
ଭୁବନେଶ୍ଵର: ମେଣ୍ଟ ଉପରୁ ହଟୁନି ସସପେନ୍ସ। ବୈଠକ ପରେ ବୈଠକ ଚାଲିଛି କିନ୍ତୁ କୌଣସି ନିଷ୍କର୍ସ ଏ ଯାଏ ବାହାରି ପାରୁନି। ଫଳରେ ଗତ ୧୦ ଦିନ ହେବ ଓଡ଼ିଶାରେ ରାଜନୈତିକ ଗତିବିଧି ଏକ ପ୍ରକାର ଠପ୍ ହୋଇ ପଡିଛି। ଦିଲ୍ଲୀରେ ରାଜ୍ୟ ବିଜେପି ନେତା ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ମାରାଥନ ବୈଠକ ଚାଲିଥିବା ବେଳେ ବିଜେଡି ଶିବିର ଶାନ୍ତ ରହିଛି। ଗତକାଲି ବିଳମ୍ବିତ ରାତି ଯାଏ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ ପରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ବାସଭବନରେ ଜରୁରୀ ବୈଠକ ଚାଲିଛି। ସେପଟେ ଆସନ୍ତାକାଲି ବିଜେଡି ନବୀନ ନିବାସରେ ଜରୁରୀ ବୈଠକ ଡକାଇଛି। ଦିଲ୍ଲୀରେ ଅମିତ୍ ଶାହଙ୍କ ଘର ଓ ନବୀନ ନିବାସ ଉପରେ ଏବେ ସଭିଙ୍କ ନଜର ରହିଛି।
ସୂଚନା ଅନୁଯାୟୀ, ଦିଲ୍ଲୀରେ ଆଜି ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସରକାରୀ ବାସଭବନରେ ବିଜେପିର ବୈଠକ ଚାଲିଛି। ବୈଠକରେ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ବୈଠକରେ ସାମିଲ ହୋଇଥିବା ସୂଚନା ରହିଛି। ଏହି ବୈଠକରେ ମେଣ୍ଟ ନେଇ କୌଣସି ନିର୍ଯ୍ୟାସ ବାହାରିପାରେ ବୋଲି କୁହାଯାଉଛି। ସେପଟେ ଆସନ୍ତାକାଲି ନବୀନ ନିବାସରେ ଜରୁରୀ ବୈଠକ ଡକାଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ବିଜେଡି ବଡ଼ ନିଷ୍ପତ୍ତି ନେଇପାରେ। ବୈଠକକୁ ଦଳର ସମସ୍ତ ବରିଷ୍ଠ ନେତାମାନଙ୍କୁ ଡକା ଯାଇଛି। ବିଜେଡି ଏହି ବୈଠକ ସେହି ସମୟରେ ଡକାଯାଇଛି ଯେତେବେଳେ ଆଜି ନୂଆଦିଲ୍ଲୀରେ ଅମିତ୍ ଶାହଙ୍କ ବାସଭବନରେ ବିଜେଡିର ବୈଠକ ଚାଲିଛି।
ଆଜି ଅମିତ୍ ଶାହଙ୍କ ବାସଭବନରେ ବୈଠକ ଏବଂ ଆସନ୍ତାକାଲି ବିଜେଡି ବୈଠକରେ ମେଣ୍ଟ ନେଇ କୌଣସି ବଳିଷ୍ଠ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ଏବେ ସଭିଙ୍କ ଫୋକସ ଏହି ଦୁଇ ବୈଠକ ଉପରେ ରହିଛି। ଉଲ୍ଲେଖନୀୟ ଗତକାଲି ଦିନ ତମାମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ମାରାଥନ ବୈଠକ ହେବା ପରେ ବିଳମ୍ବିତ ରାତ୍ରିରେ ରାଜ୍ୟ ନିର୍ବାଚନ ପ୍ରଭାରୀ ତୋମାରଙ୍କ ଘରେ ବୈଠକ ଚାଲିଥିଲା। ଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କ ବୈଠକରେ ମତାମତ ନିଆଯାଇଛି। ଦଳର ସମସ୍ତ ବିକଳ୍ପ ମତାମତକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ତେଣୁ ଆସନ୍ତାକାଲି ସୁଦ୍ଧା ମେଣ୍ଟ ସସପେନ୍ସରୁ ପରଦା ହଟିବାର ସମ୍ଭାବନା ରହିଛି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଏନଡିଏ ନେତାମାନଙ୍କର ଏକ ନୈଶଭୋଜି ବୈଠକ ଖୁବଶୀଘ୍ର ଡାକିବାକୁ ଯାଉଛନ୍ତି। ତେଣୁ ଏହା ପୂର୍ବରୁ ଓଡ଼ିଶାରେ ବିଜେଡି ବିଜେପି ମେଣ୍ଟର ରୂପରେଖ ଚୂଡ଼ାନ୍ତ ହୋଇଯିବ ବୋଲି ଆଶା କରାଯାଉଛି।