ଆଜି କାଳୀୟ ଦଳନ ଏକାଦଶୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଆଜି କାଳୀୟ ଦଳନ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା । କାଳୀୟଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।

ଆଜି କାଳୀୟ ଦଳନ ଏକାଦଶୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ବା କାଳୀୟ ଦଳନ ଏକାଦଶୀ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା । ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ପରେ ପାଲିଙ୍କିରେ ଲବଣିଖିଆ ମଣ୍ଡପ ଯିବେ ଚଳନ୍ତି ପ୍ରତିମା । ସେଠାରେ ମହାଭୋଇ ସେବାୟତ ମାନେ ସରଲବଣୀ ଭୋଗ ଲାଗି ପରେ ମାର୍କଣ୍ଡ ପୁଷ୍କରିଣୀରେ କାଳୀୟ ଦଳନ ଲୀଳା ଅନୁଷ୍ଠିତ ହେବ ।

ଅନ୍ୟପଟେ ଏହି ଅବସରରେ ଶ୍ରୀଜିଉ କାଳୀୟ ଦଳନ ବେଶରେ ଦର୍ଶନ ଦେବେ। ଜଗନ୍ନାଥବଲ୍ଲଭ ମଠରୁ ଆସିଥିବା ଅମୃତ ଲଡୁକୁ ପୁଷ୍ପାଳକ ସେବାୟତ ମାନେ ଶ୍ରୀବିଗ୍ରହରେ ଲାଗି କରିବାର ପରମ୍ପରା ରହିଛି । ବିଶ୍ବାସ ରହିଛି ଶ୍ରୀଜିଉଙ୍କ ଏ ଦୁର୍ଲଭ ବେଶ ଦର୍ଶନ ସହ ଲଡୁ ଭୋଗ ଖାଇଲେ ସର୍ପଦଂଶନ ଯୋଗ କଟିଥାଏ ।...

ଏହା ପୂର୍ବରୁ ଶ୍ରୀମନ୍ଦିରରେ ଗତ ଜୁନ୍ ମାସରେ ରୁକ୍ମିଣୀ ହରଣ ଏକାଦଶୀ ପାଳନ କରାଯାଇଥିଲା। ଏହି ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।