ଆଜି କିଶୋରଙ୍କ ଅଲିମ୍ପିକ୍ସ ପଦାର୍ପଣ
ଭୁବନେଶ୍ୱର,୬ା୮(ତପନ ସ୍ବାଇଁ):ଓଡ଼ିଶାର ଜାଭେଲିନ୍ ଥ୍ରୋ ପ୍ରତିଭା କିଶୋର ଜେନା ମଙ୍ଗଳବାର ଅଲିମ୍ପିକ୍ସରେ ପଦାର୍ପଣ କରିବେ। ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ଏଥର କିଶୋରଙ୍କ ସମେତ ହକି ଖେଳାଳି ଅମିତ ରୋହିଦାସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି। ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲ ଅବସରରେ ରେଡ୍କାର୍ଡ ପାଇ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଥିବା ଅମିତଙ୍କ ପାଇଁ ଏହା ଦ୍ୱିତୀୟ ଅଲିମ୍ପିକ୍ସ। ମାତ୍ର କିଶୋର ଏଥର ପ୍ରଥମଥରପାଇଁ ଅଲିମ୍ପିକ୍ସର ଅଭିଜ୍ଞତା ହାସଲ […] The post ଆଜି କିଶୋରଙ୍କ ଅଲିମ୍ପିକ୍ସ ପଦାର୍ପଣ appeared first on Dharitri Odia News.
ଭୁବନେଶ୍ୱର,୬ା୮(ତପନ ସ୍ବାଇଁ):ଓଡ଼ିଶାର ଜାଭେଲିନ୍ ଥ୍ରୋ ପ୍ରତିଭା କିଶୋର ଜେନା ମଙ୍ଗଳବାର ଅଲିମ୍ପିକ୍ସରେ ପଦାର୍ପଣ କରିବେ। ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ଏଥର କିଶୋରଙ୍କ ସମେତ ହକି ଖେଳାଳି ଅମିତ ରୋହିଦାସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି। ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲ ଅବସରରେ ରେଡ୍କାର୍ଡ ପାଇ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଥିବା ଅମିତଙ୍କ ପାଇଁ ଏହା ଦ୍ୱିତୀୟ ଅଲିମ୍ପିକ୍ସ। ମାତ୍ର କିଶୋର ଏଥର ପ୍ରଥମଥରପାଇଁ ଅଲିମ୍ପିକ୍ସର ଅଭିଜ୍ଞତା ହାସଲ କରିବେ। ଅଲିମ୍ପିକ୍ସର ପୁରୁଷ ଜାଭେଲିନ୍ ଥ୍ରୋ ‘ଏ’ ଗ୍ରୁପ୍ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଅପରାହ୍ନ ୧ଟା ୫୦ରେ ଆରମ୍ଭ ହେବ। କିଶୋର ଏହି ଗ୍ରୁପ୍ରେ ସ୍ଥାନ ପାଇଛନ୍ତି। ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ରଚିତା ପଣ୍ଡା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ, ଇଗ୍ନେସ ତିର୍କୀ, ଓ୍ବିଲିୟମ ଖାଲ୍କୋ, ବୀରେନ୍ଦ୍ର ଲାକ୍ରା, କେ. ରବିକୁମାର, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଦୀପ୍ ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ଅମିତ ରୋହିଦାସଙ୍କ ପରେ ଓଡ଼ିଶାର ୧୬ଶ କ୍ରୀଡ଼ାବିତ୍ଭାବେ କିଶୋର ଅଲିମ୍ପିକ୍ସରେ ପଦାର୍ପଣ କରିବାକୁ ଯାଉଛନ୍ତି।
The post ଆଜି କିଶୋରଙ୍କ ଅଲିମ୍ପିକ୍ସ ପଦାର୍ପଣ appeared first on Dharitri Odia News.