ଯୁବତୀଙ୍କୁ ଟଣାଓଟରା କରି ଧରାପଡ଼ିଲେ ୨ ଯୁବକ, ଥାନାରେ ଅଭିଯୋଗ
ପୁରୀ : ପୁରୀ ସମଙ୍ଗ ପାର୍କିଂରେ ଉତ୍ପାତ । ଧରାପଡ଼ିଲେ ୨ ଯୁବକ , ଖସିଗଲେ ଅନ୍ୟ ୪ ଜଣ ଯୁବକ। ସୋମବାର ରାତିରେ ୩ ଜଣ ଯୁବତୀ ଶ୍ରୀମନ୍ଦିରରୁ ଦର୍ଶନ ସାରି ସମଙ୍ଗ ପାର୍କିଂ ରାସ୍ତାରୁ କଣ୍ଠପୁର ଗାଁକୁ ଯିବା ସମୟରେ ଏକ ପୋଲ ନିକଟରେ ୬ ଜଣ ଯୁବକ ବସିଥିଲେ। ସେମାନେ ଯୁବତୀମାନଙ୍କୁ ଟଣାଓଟରା କରିଥିଲେ । ଯୁବତୀଙ୍କ ମଧ୍ୟରୁ ଜଣଙ୍କର ଭାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ କରୁଥିବା ବେଳେ […] The post ଯୁବତୀଙ୍କୁ ଟଣାଓଟରା କରି ଧରାପଡ଼ିଲେ ୨ ଯୁବକ, ଥାନାରେ ଅଭିଯୋଗ appeared first on KNews Odisha.

ପୁରୀ : ପୁରୀ ସମଙ୍ଗ ପାର୍କିଂରେ ଉତ୍ପାତ । ଧରାପଡ଼ିଲେ ୨ ଯୁବକ , ଖସିଗଲେ ଅନ୍ୟ ୪ ଜଣ ଯୁବକ। ସୋମବାର ରାତିରେ ୩ ଜଣ ଯୁବତୀ ଶ୍ରୀମନ୍ଦିରରୁ ଦର୍ଶନ ସାରି ସମଙ୍ଗ ପାର୍କିଂ ରାସ୍ତାରୁ କଣ୍ଠପୁର ଗାଁକୁ ଯିବା ସମୟରେ ଏକ ପୋଲ ନିକଟରେ ୬ ଜଣ ଯୁବକ ବସିଥିଲେ। ସେମାନେ ଯୁବତୀମାନଙ୍କୁ ଟଣାଓଟରା କରିଥିଲେ । ଯୁବତୀଙ୍କ ମଧ୍ୟରୁ ଜଣଙ୍କର ଭାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ କରୁଥିବା ବେଳେ ୪ଜଣ ଖସି ପଳାଇଥିଲେ। ୨ଜଣଙ୍କୁ ଧରି ପିସିଆରକୁ ହସ୍ତାନ୍ତର କରାଯାଇଛି। ଏନେଇ ବିଳମ୍ବିତ ରାତିରେ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସଦରଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ କହିଛନ୍ତି ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଟଙ୍କା ଛଡାଇନେଇଥିବା ଅଭିଯୋଗ କରାଯାଇଛି।
The post ଯୁବତୀଙ୍କୁ ଟଣାଓଟରା କରି ଧରାପଡ଼ିଲେ ୨ ଯୁବକ, ଥାନାରେ ଅଭିଯୋଗ appeared first on KNews Odisha.