ଆଜି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର
ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିବ ମହାପ୍ରଭୁଙ୍କ ସେହି ରହସ୍ୟମୟ ରତ୍ନଭଣ୍ଡାର । ଗତକାଲି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଏସ୍ଓପିକୁ ମଞ୍ଜୁର କରିଥିଲେ ରାଜ୍ୟ ସରକାର।
ଆଜି ରାଜ୍ୟବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ଉତ୍କଣ୍ଠାର ଦିନ। ବହୁ ପ୍ରତୀକ୍ଷାର ଘଟିବ ଅନ୍ତ । ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିବ ମହାପ୍ରଭୁଙ୍କ ସେହି ରହସ୍ୟମୟ ରତ୍ନଭଣ୍ଡାର । ଗତକାଲି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଏସ୍ଓପିକୁ ମଞ୍ଜୁର କରିଥିଲେ ରାଜ୍ୟ ସରକାର। ଏହାପରେ ଏସ୍ଓପିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ରତ୍ନଭଣ୍ଡାରର ମରାମତି ସହ ଅଳଙ୍କାର ଗଣତିମଣତି ମଧ୍ୟ ହେବ। ଯାହାକୁ ନେଇ ଉତ୍ସାହିତ ଭକ୍ତ, ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ରତ୍ନଭଣ୍ଡାର ଖୋଲିବା ନେଇ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିରରେ ଲକ୍ଷେ ଏକ ସଳିତା ଜଳାଯାଇଛି।