ଆଜି ଛତିଶାନି‌ଯୋଗ ବୈଠକ: ରତ୍ନଭଣ୍ଡାର ମରାମତି କାମ ପାଇଁ ଧାର୍ଯ୍ୟ ହୋଇପାରେ ତାରିଖ

ପୁରୀ : ଆଜି ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ । ଆସନ୍ତା ୧୬ ରୁ ଆରମ୍ଭ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏନେଇ ଛତିଶା ନିଯୋଗ ବୈଠକରେ ଧାର୍ଯ୍ୟ ହେବ ତାରିଖ । ୧୬ ତାରିଖ ଠାରୁ ଆରମ୍ଭ ହେବାକୁଥିବା ଶ୍ରୀଜୀଉଙ୍କ ପହିଲିଭୋଗ ନୀତିନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା […] The post ଆଜି ଛତିଶାନି‌ଯୋଗ ବୈଠକ: ରତ୍ନଭଣ୍ଡାର ମରାମତି କାମ ପାଇଁ ଧାର୍ଯ୍ୟ ହୋଇପାରେ ତାରିଖ appeared first on KNews Odisha.

ଆଜି ଛତିଶାନି‌ଯୋଗ ବୈଠକ: ରତ୍ନଭଣ୍ଡାର ମରାମତି କାମ ପାଇଁ ଧାର୍ଯ୍ୟ ହୋଇପାରେ ତାରିଖ
puri

ପୁରୀ : ଆଜି ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ । ଆସନ୍ତା ୧୬ ରୁ ଆରମ୍ଭ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏନେଇ ଛତିଶା ନିଯୋଗ ବୈଠକରେ ଧାର୍ଯ୍ୟ ହେବ ତାରିଖ । ୧୬ ତାରିଖ ଠାରୁ ଆରମ୍ଭ ହେବାକୁଥିବା ଶ୍ରୀଜୀଉଙ୍କ ପହିଲିଭୋଗ ନୀତିନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା ହେବ ।

ରତ୍ନଭଣ୍ଡାର ମରାମତି ନେଇ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବା ସହ କେତେ ସମୟ ଏଏସଆଇ ରତ୍ନଭଣ୍ଡାର ମରାମତି କରିବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ। ଏହା ସହ ଆସନ୍ତାବର୍ଷ ଜାନୁୟାରୀ ୧୩ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁଥିବା ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ । ସେହିପରି ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ନୀତିନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି ।

The post ଆଜି ଛତିଶାନି‌ଯୋଗ ବୈଠକ: ରତ୍ନଭଣ୍ଡାର ମରାମତି କାମ ପାଇଁ ଧାର୍ଯ୍ୟ ହୋଇପାରେ ତାରିଖ appeared first on KNews Odisha.