ଆଜି ଜାଗର: ଝଲସୁଛି ଶୈବପୀଠ

କଟକ,୨୬।୨(ଶିଳ୍ପା ପ୍ରିୟଦର୍ଶିନୀ): ବୁଧବାର ଜାଗର ଯାତ୍ରା ବା ମହାଶିବରାତ୍ରୀ। ଏଥିପାଇଁ କଟକ ଜିଲାର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରଙ୍ଗିନ୍‌ ଆଲୋକମାଳାରେ କଟକର ଗଡ଼ଗଡ଼େଶ୍ୱର ମନ୍ଦିର, ଅମରେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠ ଝଲସିଉଠୁଛି। କେତେକ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷକରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। କଟକ ଗଡ଼ଗଡ଼େଶ୍ୱର ମନ୍ଦିରରେ ମଙ୍ଗଳବାର ରାତି ୩ଟା ୪୦ ମିନିଟ୍‌ରୁ ଦ୍ୱାର ଫିଟାଯାଇ ଠାକୁରଙ୍କ ନୀତିକାନ୍ତି […] The post ଆଜି ଜାଗର: ଝଲସୁଛି ଶୈବପୀଠ appeared first on Dharitri Odia News.

ଆଜି ଜାଗର: ଝଲସୁଛି ଶୈବପୀଠ

କଟକ,୨୬।୨(ଶିଳ୍ପା ପ୍ରିୟଦର୍ଶିନୀ): ବୁଧବାର ଜାଗର ଯାତ୍ରା ବା ମହାଶିବରାତ୍ରୀ। ଏଥିପାଇଁ କଟକ ଜିଲାର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରଙ୍ଗିନ୍‌ ଆଲୋକମାଳାରେ କଟକର ଗଡ଼ଗଡ଼େଶ୍ୱର ମନ୍ଦିର, ଅମରେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠ ଝଲସିଉଠୁଛି। କେତେକ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷକରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି।
କଟକ ଗଡ଼ଗଡ଼େଶ୍ୱର ମନ୍ଦିରରେ ମଙ୍ଗଳବାର ରାତି ୩ଟା ୪୦ ମିନିଟ୍‌ରୁ ଦ୍ୱାର ଫିଟାଯାଇ ଠାକୁରଙ୍କ ନୀତିକାନ୍ତି ହୋଇଛି। ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରଛନ୍ତି। ପାଞ୍ଚପ୍ରହର ରୁଦ୍ରାଭିଷେକ ଓ ସନ୍ଧ୍ୟାରେ ମହାଆଳତୀ କରାଯିବ। ସେହିପରି ହରିହର ଭେଟ ସହ ଅନ୍ୟାନ୍ୟ ନୀତି କରାଯାଇ ରାତି ୧୨ଟାରୁ ସାଢେ ୧୨ଟା ମଧ୍ୟରେ ମହାଦୀପ ଉଠିବ। ଏହି ଅବସରରେ ଗଡ଼ଗଡ଼େଶ୍ୱର ମହାଦେବ ହେରିଡ଼େଟାରୀ ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ମନ୍ଦିରର ପୂଜକ ବିଶ୍ୱରଞ୍ଜନ ପଣ୍ଡା କହିଛନ୍ତି।
କଟକ ବିଡ଼ାନାସୀ ଚହଟାଘାଟ ନିକଟରେ ଥିବା ଚହଟେଶ୍ୱର ମନ୍ଦିରରେ ମଙ୍ଗଳବାର ରାତି ୪ଟାରୁ ପହଡ଼ ଖୋଲିଯାଇ ନୀତିକାନ୍ତି ଶେଷ ହୋିଥିଲା। ମଧ୍ୟାହ୍ନରେ ଠାକୁରଙ୍କୁ ଭୋଗ ଲାଗି କରାଯାଇ ପହଡ଼ ପଡ଼ିଥିଲା। ସନ୍ଧ୍ୟାରେ ଚାରି ପ୍ରହର ପୂଜା ସହ ଅନ୍ୟାନ୍ୟ ନୀତି କରାଯାଇ ହରିହର ଭେଟ କରାଯିବ। ରାତି ୨ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।
କଟକ ବକ୍ସିବଜାରସ୍ଥିତ ଅମରେଶ୍ୱର ମନ୍ଦିରରେ ଜାଗରରେ ଶିବଲିଙ୍ଗରେ ୧କିଗ୍ରା ୬ଶହ ଗ୍ରାମ୍‌ର ଚାନ୍ଦିର ମୁକୁଟ ଶୋଭା ପାଇଥାଏ। ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ପରେ ଭକ୍ତମାନେ ଦର୍ଶନ କରିଥିଲେ। ରାତିରେ ଅନ୍ୟାନ୍ୟ ନୀତି ସହ ବଡ଼ସିଂହାର ବେଶ ଓ ହରିହର ଭେଟ ନୀତି ସମ୍ପନ୍ନ ହେବ। ଭୋର ୫ଟାରେ ମନ୍ଦିର ଉପରକୁ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।
କଟକ ଯୋବ୍ରା ପାରେଶ୍ୱର ସାହିରେ ଥିବା ପାରେଶ୍ୱର ମନ୍ଦିରରେ ଜାଗର ପାଇଁ ଠାକୁରଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା। ଏଠାରେ ଠାକୁରଙ୍କ ହରିହର ଭେଟ ମୁଖ୍ୟ ଆକର୍ଷଣ ପାଲଯିଥାଏ। ଏଥିରେ ବହୁ ସାଧୁସନ୍ଥ ଯୋଗଦେଇଥାନ୍ତି। ରାତି ସାଢେ ୨ଟାରୁ ୩ଟା ମଧ୍ୟରେ ଏଠାରେ ମହାଦୀପ ଉଠିବ ବୋଲି ଜଣାପଡିଛି।
ମହାଶିବରାତ୍ରି ପାଇଁ କଟକ ସାଆନ୍ତସାହିସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଭଜନ ସମାରୋହ ଅନୁଷ୍ଠିତ ହେବ। ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ପରେ ରାତି ୩ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ରାତି ୧୨ଟାରେ ଚାନ୍ଦିନୀଚୌକସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ଓ କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ଆଖଣ୍ଡଳେଶ୍ୱର ମନ୍ଦିରରେ ମହାଦୀପ ଉଠିବ ବୋଲି ଜଣାପଡିଛି।

The post ଆଜି ଜାଗର: ଝଲସୁଛି ଶୈବପୀଠ appeared first on Dharitri Odia News.