SBIରେ CBO ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଦେଶର ସବୁଠାରୁ ବଡ ବ୍ୟାଙ୍କ୍ SBIରେ ଚାକିରି ପାଇଁ ବଡ ସୁଯୋଗ ।  SBIରେ CBO ଅର୍ଥାତ୍ ସର୍କଲ ବେଷ୍ଟ ଅଫିସର ପାଇଁ ୨୬୦୦ ପଦବୀ ଖାଲି ପଡିଛି । ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ ପାଇଁ ଏହାର ଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ପଦବୀ ବିବରଣୀ : ୨୬୦୦ ଅଣଆରକ୍ଷିତ ବର୍ଗ ପ୍ରାର୍ଥୀ – ୧୦୬୬ ଏସସି -୩୮୭ ଏସଟି -୧୯୦ ଓବିସି-୬୯୭ EWS -୨୬୦ ଆବେଦନ […] The post SBIରେ CBO ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ appeared first on KNews Odisha.

SBIରେ CBO ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଦେଶର ସବୁଠାରୁ ବଡ ବ୍ୟାଙ୍କ୍ SBIରେ ଚାକିରି ପାଇଁ ବଡ ସୁଯୋଗ ।  SBIରେ CBO ଅର୍ଥାତ୍ ସର୍କଲ ବେଷ୍ଟ ଅଫିସର ପାଇଁ ୨୬୦୦ ପଦବୀ ଖାଲି ପଡିଛି । ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ ପାଇଁ ଏହାର ଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୨୬୦୦

ଅଣଆରକ୍ଷିତ ବର୍ଗ ପ୍ରାର୍ଥୀ – ୧୦୬୬

ଏସସି -୩୮୭

ଏସଟି -୧୯୦

ଓବିସି-୬୯୭

EWS -୨୬୦

ଆବେଦନ ତାରିଖ : ମେ ୯ ତାରିଖଠାରୁ ମେ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି ଓ ଏସଟି ପ୍ରାର୍ଥୀଙ୍କ ବୟସ ସୀମାକୁ ୫ ବର୍ଷ ଅଧିକ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଅଧିକ ବୟସ ସୀମା ଛାଡ କରାଯାଇଛି ।

ହିନ୍ଦୀ ଭାଷାରେ ଖାଲି ପଦବୀ :

ଭୋପାଲ ସର୍କିଲ – ଏମପି, ଛତିଶଗଡ -୨୦୦

ଚଣ୍ଡିଗଡ ସର୍କିଲ – ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ -୮୦

ଲକ୍ଷ୍ନୌ ସର୍କିଲ – ୟୁପି -୨୮୦

ଦିଲ୍ଲୀ – ଦିଲ୍ଲୀ, ଉତ୍ତରାଖଣ୍ଡ, ହରିୟାଣା, ୟୁପି -୩୦

ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ବିଷୟରେ ଗ୍ରାଜୁଏସନ ପାସ୍ କରିଥିବା ଜରୁରୀ ।

ଦରମା : ନିଯୁକ୍ତିର ଆରମ୍ଭ ଦରମା ୪୮,୪୮୦ଠାରୁ ଆରମ୍ଭ । ଆବେଦନକାରୀଙ୍କ ପାଇଁ ପେନସନ ବ୍ୟବସ୍ଥା, ମେଡିକାଲ ସୁବିଧା ଏବଂ ଅନ୍ୟାନ୍ୟ ଭତ୍ତା ଓ ସୁବିଧାର ବ୍ୟବସ୍ଥା ରହିଛି ।

ଆବେଦନ ଶୁଳ୍କ :

ଜେନେରାଲ, EWS, ଓବିସି ପ୍ରାର୍ଥୀଙ୍କ ପାଇଁ ୭୫୦ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ପେଜରେ ଦି୍ଆଯାଇଥିବା ‘Recruitment’ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ଦିଆଯାଇଥିବା ସୂଚନାନୁଯାୟୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।

ପରେ ଫର୍ମଟିକୁ ସବମିଟ କରନ୍ତୁ ।

ଶେଷରେ ଆବେଦନ ଫର୍ମର ପ୍ରିଣ୍ଟ ଆଉଟ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।

Also Read : IHMCLରେ ITS ନିଯୁକ୍ତି ପାଇଁ ଖାଲି ପଡିଛି ପଦଵୀ, ଜାଣନ୍ତୁ କିପରି କରିବେ ଆବେଦନ

 

The post SBIରେ CBO ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ appeared first on KNews Odisha.