ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ

ପୁରୀ (କେନ୍ୟୁଜ୍‌) : ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ । ଏପ୍ରିଲ ୧୭ରେ ପବିତ୍ର ରାମ ନବମୀ ଦିନ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାଂସ୍କୃତିକ ମହା ପର୍ବ ସାହିଯାତ। ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ରାମଲୀଳାର ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ ବାଦ୍ୟନୃତ୍ୟରେ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର । ବୀରବାଦ୍ୟର ତାଳେ ତାଳେ ଜାଗା ଆଖଡାର ଯୁଆନମାନେ ବାଦୀ ସାହିରେ ସମରକଳା ପ୍ରଦର୍ଶନ ନେଇ ଆଖଡା ମାନଙ୍କରେ ପ୍ରସ୍ତୁତି ଦେଖିବାକୁ ମିଳିଛି […] The post ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ appeared first on KNews Odisha.

ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ
puri

ପୁରୀ (କେନ୍ୟୁଜ୍‌) : ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ । ଏପ୍ରିଲ ୧୭ରେ ପବିତ୍ର ରାମ ନବମୀ ଦିନ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାଂସ୍କୃତିକ ମହା ପର୍ବ ସାହିଯାତ। ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ରାମଲୀଳାର ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ ବାଦ୍ୟନୃତ୍ୟରେ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର । ବୀରବାଦ୍ୟର ତାଳେ ତାଳେ ଜାଗା ଆଖଡାର ଯୁଆନମାନେ ବାଦୀ ସାହିରେ ସମରକଳା ପ୍ରଦର୍ଶନ ନେଇ ଆଖଡା ମାନଙ୍କରେ ପ୍ରସ୍ତୁତି ଦେଖିବାକୁ ମିଳିଛି । ବିଭିନ୍ନ ସାହିର ଭେଣ୍ଡିଆ ମାନେ ଏବେ ନିଜର ଉତ୍କୃଷ୍ଟ ବିରତ୍ୱ କଳା ପଦର୍ଶନ ଲାଗି କଠିନ ପରିଶ୍ରମ କରି ନିଜକୁ ପ୍ରସ୍ତୁତ କରୁଛନ୍ତି ।

ପବିତ୍ର ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପର ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ସହ ଜଡିତ ଶ୍ରୀକ୍ଷେତ୍ରର ଆଠସାହିରେ ପାରମ୍ପାରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ । ଚଳିତ ବର୍ଷ ସାହି ଯାତ ଆସନ୍ତା ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ମେ ୧ ତାରିଖ ରାମାଭିଷେକ ଦିନ ଶେଷ ହେବ । ଶ୍ରୀକ୍ଷେତ୍ର ର ପ୍ରାଚୀନ ଆଠ ସାହିର ବାସିନ୍ଦା ୬୦ ଜାଗା ଘର ସୌଜନ୍ୟ ରୁ ୮ ଆଖଡା ନେତୃତ୍ୱରେ ଅନୁଷ୍ଠିତ ହେବ ଏହି ନିଆରା ସାହି ଯାତ। ଆଠସାହିର ଜାଗା ଆଖେଡା ମାନଙ୍କରୁ ପୈାରାଣିକ ରାମାୟଣର ଚରିତ୍ର ରାମ ଲକ୍ଷ୍ମଣ , ସୀତା , ରାବଣ, ନାକ କାନ, ପର୍ଶୁରାମ,ହନୁମାନ, ସପ୍ତଶିରା ଓ ନାଗା ମେଡ଼ ଆଦି ବାହାରି ସାହି ପରିକ୍ରମା କରିଥାନ୍ତି । ଏଥିରେ ପ୍ରତି ସାହିର ମୁରବି ଏବଂ ବାସିନ୍ଦାମାନେ ପଟୁଆରରେ ଯୋଗଦାନ କରି କଳା କୌଶଳ ପଦର୍ଶନ କରିବା ସହ ପାରମ୍ପରିକ ନୀତିକୁ ଜଗନ୍ନାଥବଲ୍ଲଭ ନିକଟରେ ସମ୍ପାଦନ କରିଥାନ୍ତି ।

ପରମ୍ପରା ଅନୁସାରେ ଶ୍ରୀକ୍ଷେତ୍ରରେ ଏହି ସାହିଯାତ ସୃଷ୍ଟି କରିଥାଏ ଭାଇଚାରା । ତେବେ ସାହି ଯାତ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ ସେନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରୂପେ ଆଠ ସାହି ଆଖଡାର ମୁରବୀ ମାନଙ୍କ ସହ ଆଲୋଚନା କରାଯାଇଛି।ଚଳିତ ବର୍ଷ ରାମନବମୀ ଦିନ ଠାରୁ ପାରମ୍ପାରିକ ସମରକଳା ନୃତ୍ୟ ସାହି ଯାତ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଆଠ ସାହି ଆଖଡା ପକ୍ଷରୁ ପ୍ରସ୍ତ୍‌ୁୂତି ଆଗେଇ ଚାଲିଛି । ଯାଗା ଆଖଡାର ମୁରବୀ ଏବଂ ଗୁରୁ ମାନଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆଠ ସାହି ଆଖଡାରେ ଯୁବକ ମାନେ ସେମାନଙ୍କ ପ୍ରଶିକ୍ଷଣ ନେଉଥିବା ବେଳେ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିବା ଜଣାପଡିଛି।ପ୍ରାୟ ୩ ରୁ ୪ ମାସ ପୂର୍ବରୁ ଯୁବକ ମାନେ ପରିଶ୍ରମ ଆରମ୍ଭ କରିବା ସହ ସ୍ୱତନ୍ତ୍ର ବାଦ୍ୟ ତାଳେ ତାଳେ ନୃତ୍ୟ ପରିବେଷଣର ଅଭ୍ୟାସ କରିଥାନ୍ତି ।
ସାହିଯାତକୁ ନେଇ ବିଭିନ୍ନ ସାହିମାନଙ୍କ ରେ ଏବେଠୁ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବୀରବାଦ୍ୟ ରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ବିଭିନ୍ନ ଆଖଡା ।

The post ରାମନବମୀ ଠାରୁ ସାହି ଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ପୁରୀ appeared first on KNews Odisha.