ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା, ଆଜିଠୁ ଆହୁରି ଜଳିବ

ଭୁବନେଶ୍ୱର (କେନ୍ୟୁଜ): ବଢ଼ିଲା ତାତି, ଆଜିଠୁ ଆହୁରି ଅସହ୍ୟ। ୪୦ ଡିଗ୍ରୀ ଛୁଇଁବ ପାରଦ। ୩୬ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା। ବଲାଙ୍ଗିର, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ପାରଦ ୩୮ ଡିଗ୍ରୀ ଛୁଇଁଛି। ଆଜି ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଆଗାମୀ ୨ ଦିନ ଯାଏ ଦିନର ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବ। ରାତି ତାପମାତ୍ରାରେ ବି ୨ରୁ ୪ଡିଗ୍ରୀ ବଢିବ। ରାଜ୍ୟକୁ […] The post ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା, ଆଜିଠୁ ଆହୁରି ଜଳିବ appeared first on KNews Odisha.

ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା, ଆଜିଠୁ ଆହୁରି ଜଳିବ
heatwave

ଭୁବନେଶ୍ୱର (କେନ୍ୟୁଜ): ବଢ଼ିଲା ତାତି, ଆଜିଠୁ ଆହୁରି ଅସହ୍ୟ। ୪୦ ଡିଗ୍ରୀ ଛୁଇଁବ ପାରଦ। ୩୬ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା। ବଲାଙ୍ଗିର, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ପାରଦ ୩୮ ଡିଗ୍ରୀ ଛୁଇଁଛି। ଆଜି ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଆଗାମୀ ୨ ଦିନ ଯାଏ ଦିନର ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବ। ରାତି ତାପମାତ୍ରାରେ ବି ୨ରୁ ୪ଡିଗ୍ରୀ ବଢିବ। ରାଜ୍ୟକୁ ବର୍ତ୍ତମାନ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ପବନ ବୋହୁଛି। ଏଥିପାଇଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି।

ଏପଟେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

The post ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା, ଆଜିଠୁ ଆହୁରି ଜଳିବ appeared first on KNews Odisha.