ପୋଲାଭରମକୁ ନେଇ ତେଜିଲା ରାଜନୀତି, ବିଜେପି-ବିଜେଡି ଦୋଷ ଲଦାଲଦି

ଭୁବନେଶ୍ଵର: ଗତକାଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୋଲାଭରମ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଅକ୍ଟୋବର ୨୦୨୬ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସାରିବାକୁ  ନିର୍ଦେଶ ଦେଇଛନ୍ତି  ଚନ୍ଦ୍ରବାବୁ ନାଇଡୁ। ଯାହାକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଅତୀତରେ  ଅବହେଳା ହେଲା ବିଗତ ସରକାର ବଂଶଧାରା କଥାରେ ହାରିଲେ।  କୋଟିଆରେ ବି ହାରିଲେ।  କିନ୍ତୁ ସେକଥା ଏବେ କରିବାକୁ ଦିଆଯିବନି। ମନ୍ତ୍ରୀ କହିଛନ୍ତି,  ମହାନଦୀ ହେଉ କି ପୋଲାଭରମ୍ ହେଉ ନ୍ୟାୟିକ ଲଢେଇ ଜାରି ରହିଛି।  ଲିଗାଲ ଟିମ୍ ପ୍ରସ୍ତୁତ ଅଛନ୍ତି। ଓଡିଶାର ସ୍ଵାର୍ଥ ସୁରକ୍ଷା ଲଢେଇରେ କୌଣସି  ସୁଯୋଗକୁ ବି  ଛଡା ଯିବନି ବୋଲି କହିଛନ୍ତି  ଆଇନ ମନ୍ତ୍ରୀ   । Also read: ଚର୍ଚ୍ଚା ପ୍ରଚାର ପରେ ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ, କହିଲେ 'ନବୀନଙ୍କ ସହ ଥିଲୁ, ଅଛୁ, ରହିବୁ'ସେପଟେ  ବିଜେଡି କହିଛି   ଅନ୍ୟ ଉପରେ ଦୋଷ ଲଦନ୍ତୁ ନାହିଁ । ବିଜେଡି ପ୍ରୟାସରେ ପୋଲାଭରମର କାମ ବନ୍ଦ ଥିଲା । ପୋଲାଭରମ ପ୍ରକଳ୍ପ କାମ ବିରୋଧରେ  ବିଜେଡି ସରକାର ସୁପ୍ରିମକୋର୍ଟ ଏବଂ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ   ହେବା ପରେ ପ୍ରକଳ୍ପ କାମ ବନ୍ଦ ଥିଲା । କିନ୍ତୁ ୧୨ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଘୋଷଣା କରିବା ପରେ ସରଜମିନ ତଦନ୍ତ ହୋଇପାରୁନି । ରାଜ୍ୟ ସରକାର ଏ ସବୁ ଜାଣି ବି ଚୁପ୍ ବସି

ପୋଲାଭରମକୁ ନେଇ ତେଜିଲା ରାଜନୀତି, ବିଜେପି-ବିଜେଡି ଦୋଷ ଲଦାଲଦି

ଭୁବନେଶ୍ଵର: ଗତକାଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୋଲାଭରମ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଅକ୍ଟୋବର ୨୦୨୬ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସାରିବାକୁ  ନିର୍ଦେଶ ଦେଇଛନ୍ତି  ଚନ୍ଦ୍ରବାବୁ ନାଇଡୁ। ଯାହାକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଅତୀତରେ  ଅବହେଳା ହେଲା ବିଗତ ସରକାର ବଂଶଧାରା କଥାରେ ହାରିଲେ।  କୋଟିଆରେ ବି ହାରିଲେ।  କିନ୍ତୁ ସେକଥା ଏବେ କରିବାକୁ ଦିଆଯିବନି। ମନ୍ତ୍ରୀ କହିଛନ୍ତି,  ମହାନଦୀ ହେଉ କି ପୋଲାଭରମ୍ ହେଉ ନ୍ୟାୟିକ ଲଢେଇ ଜାରି ରହିଛି।  ଲିଗାଲ ଟିମ୍ ପ୍ରସ୍ତୁତ ଅଛନ୍ତି। ଓଡିଶାର ସ୍ଵାର୍ଥ ସୁରକ୍ଷା ଲଢେଇରେ କୌଣସି  ସୁଯୋଗକୁ ବି  ଛଡା ଯିବନି ବୋଲି କହିଛନ୍ତି  ଆଇନ ମନ୍ତ୍ରୀ   । 

Also read: ଚର୍ଚ୍ଚା ପ୍ରଚାର ପରେ ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ, କହିଲେ 'ନବୀନଙ୍କ ସହ ଥିଲୁ, ଅଛୁ, ରହିବୁ'

ସେପଟେ  ବିଜେଡି କହିଛି   ଅନ୍ୟ ଉପରେ ଦୋଷ ଲଦନ୍ତୁ ନାହିଁ । ବିଜେଡି ପ୍ରୟାସରେ ପୋଲାଭରମର କାମ ବନ୍ଦ ଥିଲା । ପୋଲାଭରମ ପ୍ରକଳ୍ପ କାମ ବିରୋଧରେ  ବିଜେଡି ସରକାର ସୁପ୍ରିମକୋର୍ଟ ଏବଂ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ   ହେବା ପରେ ପ୍ରକଳ୍ପ କାମ ବନ୍ଦ ଥିଲା । କିନ୍ତୁ ୧୨ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଘୋଷଣା କରିବା ପରେ ସରଜମିନ ତଦନ୍ତ ହୋଇପାରୁନି । ରାଜ୍ୟ ସରକାର ଏ ସବୁ ଜାଣି ବି ଚୁପ୍ ବସିଛନ୍ତି।

କଂଗ୍ରେସ କହିଛି,  ପୋଲାଭରମ ପ୍ରକଳ୍ପ ଓଡିଶାର ସ୍ବାଭିମାନ ଅଟେ । ମାଲାକାନାଗିରି ଜିଲ୍ଲାର ଅଧାରୁ ଅଧିକ ସ୍ଥାନ ଜଳମଗ୍ନ ହେବ । ଗ୍ରାମସଭା କି ପଲ୍ଲୀ ସଭା କରାଯାଇନାହିଁ । ଆନ୍ଧ୍ର ସରକାର ଜଳସ୍ତର ବଢ଼ାଇବାରେ ଲାଗିଲେଣି କିନ୍ତୁ ରାଜ୍ୟ ସରକାର ଚୁପ ବସିଛନ୍ତି ।