ବାଙ୍କୀରେ ବାଘୁଆ ମହୁମାଛି ଆତଙ୍କ, ଜଣେ ମୃତ, ୩ ଆହତ
ବାଙ୍କୀ ୨୮/୨: ସକାଳୁ ସକାଳୁ ଜମିକୁ ଯାଉଥିଲେ କିଛି ଲୋକ । ବାଟରେ ମାରି ଗୋଡାଇଲେ ବାଘୁଆ ମହୁମାଛି । ଏତେ ସଂଖ୍ୟକ ମହୁମାଛି କେଉଁଠି ଥିଲେ କେଜାଣି । ମାଡି ଆସିଲେ ବିନ୍ଧି ପକାଇଲେ । ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଧାଇଁଲେ । ତଥାପି ଗୋଡାଇ ଗୋଡାଇ କାମୁଡିଲେ ମହୁମାଛି । ବାଙ୍କୀ ବ୍ଲକ କଳାପଥର ଅଞ୍ଚଳ ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସକାଳୁ ସକାଳୁ ଲେମ୍ବେରୀ ଗାଁର ୪ ଜଣ ଲୋକ ମୁଗ ଜମିକୁ ଯାଉଥିବାବେଳେ ଆକ୍ରମଣ କରିଥିଲା ମହୁମାଛି । ତେବେ ୩ ଜଣ ଜୀବନ ବଂଚାଇ ଦୌଡି ପଳାଇଥିଲେ ।ତେବେ ବୟସାଧିକ କାରଣରୁ ଗୁଣ୍ଡୁଚି ପ୍ରଧାନ ତଳେ ପଡିଯାଇଥିଲେ । ଗାଁର କିଛି ଯୁବକ ତାଙ୍କୁ ଉଦ୍ଧାର କରି କଳାପଥର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଗୁଣ୍ଡୁଚିଙ୍କୁ ମୃତ ଘୋଷଣା କରିଥିଲେ । ଅଚାନକ ଏପରି ଅଘଟଣକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।
ବାଙ୍କୀ ୨୮/୨: ସକାଳୁ ସକାଳୁ ଜମିକୁ ଯାଉଥିଲେ କିଛି ଲୋକ । ବାଟରେ ମାରି ଗୋଡାଇଲେ ବାଘୁଆ ମହୁମାଛି । ଏତେ ସଂଖ୍ୟକ ମହୁମାଛି କେଉଁଠି ଥିଲେ କେଜାଣି । ମାଡି ଆସିଲେ ବିନ୍ଧି ପକାଇଲେ । ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଧାଇଁଲେ । ତଥାପି ଗୋଡାଇ ଗୋଡାଇ କାମୁଡିଲେ ମହୁମାଛି ।

ବାଙ୍କୀ ବ୍ଲକ କଳାପଥର ଅଞ୍ଚଳ ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସକାଳୁ ସକାଳୁ ଲେମ୍ବେରୀ ଗାଁର ୪ ଜଣ ଲୋକ ମୁଗ ଜମିକୁ ଯାଉଥିବାବେଳେ ଆକ୍ରମଣ କରିଥିଲା ମହୁମାଛି ।

ତେବେ ୩ ଜଣ ଜୀବନ ବଂଚାଇ ଦୌଡି ପଳାଇଥିଲେ ।ତେବେ ବୟସାଧିକ କାରଣରୁ ଗୁଣ୍ଡୁଚି ପ୍ରଧାନ ତଳେ ପଡିଯାଇଥିଲେ । ଗାଁର କିଛି ଯୁବକ ତାଙ୍କୁ ଉଦ୍ଧାର କରି କଳାପଥର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଗୁଣ୍ଡୁଚିଙ୍କୁ ମୃତ ଘୋଷଣା କରିଥିଲେ । ଅଚାନକ ଏପରି ଅଘଟଣକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।