ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେ ପୁଣି ଦୁର୍ଘଟଣା ; କାର-ବସ୍ ଧକ୍କାରେ ୬ ମୃତ, ୩୦ ଆହତ

ମୁମ୍ଵାଇ ୦୪।୦୮: ପୁଣି ଥରେ ଉତ୍ତରପ୍ରଦେଶର ବଡ ଦୁର୍ଘଟଣା। ଲକ୍ଷ୍ନୌରୁ ଆଗ୍ରା ଆଡକୁ ଅସୁଥିବା ହାଇ ସ୍ପିଡ୍ ଡବଲ ଡେକର ବସ୍‌ଟି ଏକ କାରଟିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଜୋର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଗାଡିର ଚେସିସ୍‌ ସମେତ ସମଗ୍ର କାର ରାସ୍ତାରୁ ଡେଇଁପଡି ଏକ୍ସପ୍ରେସୱେ ତଳେ ଥିବା ଖାଲରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ତିନି ଜଣଙ୍କ ବ୍ୟତୀତ ବସ୍‌ରେ ବସିଥିବା ତିନି ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବସ୍‌ରୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଶନିବାର-ରବିବାର ରାତି ପ୍ରାୟ ୧ ଟା ସମୟରେ ଏହି ଦୁର୍ଘଟଣା ଘଟିଛି | ପୋଲିସର ସୂଚନାନୁସାରେ, ଡବଲ ଡେକର ବସ୍ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ବସ୍ ଏକ୍ସପ୍ରେସୱେରେ ଆଗକୁ ଯାଉଥିବା କାରକୁ ଧକ୍କା ଦେଇଥିଲା। ବସ୍‌ରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଦୁର୍ଘଟଣା ସମୟରେ ଶୋଇଥିଲେ।ଦୁର୍ଘଟଣା ଏତେ ଦ୍ରୁତ ଗତିରେ ଘଟିଲା ଯେ କେହି କିଛି ବୁଝିପାରିଲେ ନାହିଁ ଏବଂ ଲୋକମାନେ ଉପରୁ ତଳକୁ ଖସିବାକୁ ଲାଗିଲେ। ବସ୍‌ର କ୍ୟାବିନରେ ବସିଥିବା ଯାତ୍ରୀମାନେ କହିଛନ୍ତି ଯେ ଆଗକୁ ଯାଉଥିବା କାର ସହିତ ଧକ୍କା ଏତେ ଜୋର ଥିଲା ଯେ ସମଗ୍ର କାରଟି ଖଣ୍ଡ ଖ

ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେ ପୁଣି ଦୁର୍ଘଟଣା ; କାର-ବସ୍ ଧକ୍କାରେ ୬ ମୃତ, ୩୦ ଆହତ

ମୁମ୍ଵାଇ ୦୪।୦୮: ପୁଣି ଥରେ ଉତ୍ତରପ୍ରଦେଶର ବଡ ଦୁର୍ଘଟଣା। ଲକ୍ଷ୍ନୌରୁ ଆଗ୍ରା ଆଡକୁ ଅସୁଥିବା ହାଇ ସ୍ପିଡ୍ ଡବଲ ଡେକର ବସ୍‌ଟି ଏକ କାରଟିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଜୋର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଗାଡିର ଚେସିସ୍‌ ସମେତ ସମଗ୍ର କାର ରାସ୍ତାରୁ ଡେଇଁପଡି ଏକ୍ସପ୍ରେସୱେ ତଳେ ଥିବା ଖାଲରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ତିନି ଜଣଙ୍କ ବ୍ୟତୀତ ବସ୍‌ରେ ବସିଥିବା ତିନି ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବସ୍‌ରୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଶନିବାର-ରବିବାର ରାତି ପ୍ରାୟ ୧ ଟା ସମୟରେ ଏହି ଦୁର୍ଘଟଣା ଘଟିଛି | ପୋଲିସର ସୂଚନାନୁସାରେ, ଡବଲ ଡେକର ବସ୍ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ବସ୍ ଏକ୍ସପ୍ରେସୱେରେ ଆଗକୁ ଯାଉଥିବା କାରକୁ ଧକ୍କା ଦେଇଥିଲା। ବସ୍‌ରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଦୁର୍ଘଟଣା ସମୟରେ ଶୋଇଥିଲେ।

ଦୁର୍ଘଟଣା ଏତେ ଦ୍ରୁତ ଗତିରେ ଘଟିଲା ଯେ କେହି କିଛି ବୁଝିପାରିଲେ ନାହିଁ ଏବଂ ଲୋକମାନେ ଉପରୁ ତଳକୁ ଖସିବାକୁ ଲାଗିଲେ। ବସ୍‌ର କ୍ୟାବିନରେ ବସିଥିବା ଯାତ୍ରୀମାନେ କହିଛନ୍ତି ଯେ ଆଗକୁ ଯାଉଥିବା କାର ସହିତ ଧକ୍କା ଏତେ ଜୋର ଥିଲା ଯେ ସମଗ୍ର କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ମୁହାଁମୁହିଁ ଧକ୍କା ହେବା ମାତ୍ରେ କାରଟି ଉପରେ ଉଡି ତଳେ ଥିବା ଖାଲରେ ପଡ଼ିଯାଇଥିଲା। କାରରେ ଯାତ୍ରା କରୁଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବସ୍‌ରେ ବସିଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଲେ ଜଣେ ମୃତକଙ୍କ ପରିଚୟ ମିଳିବ ନାହିଁ।