‘Spider 4’ରେ ଟମ୍‌ ହଲାଣ୍ଡଙ୍କ କମ୍‌ବ୍ୟାକ୍‌, ୨୦୨୫ରୁ ଆରମ୍ଭ ହେବ ସୁଟିଂ

ମୁମ୍ଵାଇ ୧୧।୦୯: ପିଟର ପାର୍କର ଫ୍ୟାନମାନଙ୍କ ନିମନ୍ତେ ଖୁସି ଖବର । ଆସନ୍ତା ବର୍ଷରୁ ‘ସ୍ପାଇଡରମ୍ୟାନ- ୪’ର ସୁଟିଂ ଆରମ୍ଭ ହେଉଛି । ରିୟଲ ଲାଇଫ ଷ୍ଟାର ଦମ୍ପତ୍ତି ଟମ୍‌ ହଲାଣ୍ଡ ଓ ଜେଣ୍ଡେୟା ଯଥାକ୍ରମେ ଏଥିରେ ପିଟର ପାର୍କର ଓ ଏମ୍‌ଜେଙ୍କ ଚରିତ୍ର ନିର୍ବାହ କରିବେ । ଦ୍ରୁତ ଗତିରେ ଦଉଡୁଥିବା ମାର୍ଭେଲ ସିନେମାଗୁଡିକ ମଧ୍ୟରେ ଏହା ସମ୍ପ୍ରତି ଶୃଙ୍ଖଳା ଉପରେ ପର୍ଯ୍ୟବସିତ । ହଲିଉଡ ରିପୋର୍ଟ ଅନୁଯାୟୀ ଡେଷ୍ଟିନ ବର୍ତ୍ତମାନ ଆଭେଞ୍ଜର ଦାୟିତ୍ୱରୁ ମୁକ୍ତ ଥିବାରୁ ତାଙ୍କୁ ‘ସ୍ପାଇଡରମ୍ୟାନ-୪’ରେ ହେଲମିଂଙ୍କ ଭୂମିକା ମିଳିଛି । ପୁଣିଥରେ ଏହାର ସଂଳାପ ଲେଖା ଦାୟିତ୍ୱକୁ ଫେରିଛନ୍ତି କ୍ରିସ ମ୍ୟାକକେନା ଓ ଏରିକ ସୋମର୍ସ । ମାର୍ଭେଲ ଷ୍ଟୁଡିଓ ଓ ଆମି ପାସ୍କାଲଙ୍କ ନେତୃତ୍ୱ ସହ ସୋନିର ସହାୟତାରେ ପ୍ରସ୍ତୁତ ହେବାକୁ ଅଛି ଏହି ସିନେମାଟି । ୨୦୨୧ରେ ମୁକ୍ତିଲାଭ କରିଥିବା ‘ସ୍ପାଇଡରମ୍ୟାନ ନୋ ୱେ ହୋମ୍‌’ରେ ସ୍ପଷ୍ଟ ହୋଇଥିଲା ଯେ ପିଟର ହିଁ ସ୍ପାଇଡର ମ୍ୟାନ । ଏମ୍‌ଜେ ଓ ପିଟରଙ୍କ ରୋମାଞ୍ଚକର ଟ୍ରାକ ପୁନର୍ବାର ଏହି ସିନେମାରେ ଦେଖିବାକୁ ମିଳିବ । ତେବେ ‘ସ୍ପାଇଡର ମ୍ୟାନ-୧’ ଓ ‘ସ୍ପାଇଡର ମ୍ୟାନ-୨’ ସହ ଏହାର ଚତୁର୍ଥ ଭାଗର ଲିଙ୍କ୍‌ ନେଇ କୌଣସି ତଥ୍ୟ ସ୍ପଷ୍ଟ ହୋଇପାରିନାହିଁ । 

‘Spider 4’ରେ ଟମ୍‌ ହଲାଣ୍ଡଙ୍କ କମ୍‌ବ୍ୟାକ୍‌, ୨୦୨୫ରୁ ଆରମ୍ଭ ହେବ ସୁଟିଂ

ମୁମ୍ଵାଇ ୧୧।୦୯: ପିଟର ପାର୍କର ଫ୍ୟାନମାନଙ୍କ ନିମନ୍ତେ ଖୁସି ଖବର । ଆସନ୍ତା ବର୍ଷରୁ ‘ସ୍ପାଇଡରମ୍ୟାନ- ୪’ର ସୁଟିଂ ଆରମ୍ଭ ହେଉଛି । ରିୟଲ ଲାଇଫ ଷ୍ଟାର ଦମ୍ପତ୍ତି ଟମ୍‌ ହଲାଣ୍ଡ ଓ ଜେଣ୍ଡେୟା ଯଥାକ୍ରମେ ଏଥିରେ ପିଟର ପାର୍କର ଓ ଏମ୍‌ଜେଙ୍କ ଚରିତ୍ର ନିର୍ବାହ କରିବେ । ଦ୍ରୁତ ଗତିରେ ଦଉଡୁଥିବା ମାର୍ଭେଲ ସିନେମାଗୁଡିକ ମଧ୍ୟରେ ଏହା ସମ୍ପ୍ରତି ଶୃଙ୍ଖଳା ଉପରେ ପର୍ଯ୍ୟବସିତ । 

ହଲିଉଡ ରିପୋର୍ଟ ଅନୁଯାୟୀ ଡେଷ୍ଟିନ ବର୍ତ୍ତମାନ ଆଭେଞ୍ଜର ଦାୟିତ୍ୱରୁ ମୁକ୍ତ ଥିବାରୁ ତାଙ୍କୁ ‘ସ୍ପାଇଡରମ୍ୟାନ-୪’ରେ ହେଲମିଂଙ୍କ ଭୂମିକା ମିଳିଛି । ପୁଣିଥରେ ଏହାର ସଂଳାପ ଲେଖା ଦାୟିତ୍ୱକୁ ଫେରିଛନ୍ତି କ୍ରିସ ମ୍ୟାକକେନା ଓ ଏରିକ ସୋମର୍ସ । ମାର୍ଭେଲ ଷ୍ଟୁଡିଓ ଓ ଆମି ପାସ୍କାଲଙ୍କ ନେତୃତ୍ୱ ସହ ସୋନିର ସହାୟତାରେ ପ୍ରସ୍ତୁତ ହେବାକୁ ଅଛି ଏହି ସିନେମାଟି । 

୨୦୨୧ରେ ମୁକ୍ତିଲାଭ କରିଥିବା ‘ସ୍ପାଇଡରମ୍ୟାନ ନୋ ୱେ ହୋମ୍‌’ରେ ସ୍ପଷ୍ଟ ହୋଇଥିଲା ଯେ ପିଟର ହିଁ ସ୍ପାଇଡର ମ୍ୟାନ । ଏମ୍‌ଜେ ଓ ପିଟରଙ୍କ ରୋମାଞ୍ଚକର ଟ୍ରାକ ପୁନର୍ବାର ଏହି ସିନେମାରେ ଦେଖିବାକୁ ମିଳିବ । ତେବେ ‘ସ୍ପାଇଡର ମ୍ୟାନ-୧’ ଓ ‘ସ୍ପାଇଡର ମ୍ୟାନ-୨’ ସହ ଏହାର ଚତୁର୍ଥ ଭାଗର ଲିଙ୍କ୍‌ ନେଇ କୌଣସି ତଥ୍ୟ ସ୍ପଷ୍ଟ ହୋଇପାରିନାହିଁ ।