ଶେଖ୍‌ ହାସିନାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ, ଜାଣନ୍ତୁ କ’ଣ ଅଭିଯୋଗ ଆଣିଥିଲେ ୟୁନୁସ୍‌ ସରକାର…

ଢାକା,୧ା୬: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ଗଣ ବିଦ୍ରୋହ ସମୟରେ ମାନବତା ବିରୋଧୀ ଅପରାଧ ପାଇଁ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଆନୁଷ୍ଠାନିକ ଭାବରେ ଅଭିଯୁକ୍ତ କରିଛି। ପ୍ରସକ୍ୟୁସନ ରବିବାର ଚାର୍ଜଶିଟ୍‌ ଦାଖଲ କରିଛି। ଏକ ରିପୋର୍ଟ ଅନୁଯାୟୀ, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲ ଏବଂ ପୂର୍ବତନ ଆଇଜିପି ଚୌଧୁରୀ ମାମୁନଙ୍କୁ ମଧ୍ୟ ଏହି ମାମଲାରେ ସହ-ଅଭିଯୁକ୍ତ କରାଯାଇଛି। ଏହି ବିଚାର ବାଂଲାଦେଶ ଟେଲିଭିଜନରେ ସିଧା ପ୍ରସାରଣ କରାଯାଉଛି। ରବିବାର ଉପସ୍ଥାପିତ ଅଭିଯୋଗଗୁଡ଼ିକ […] The post ଶେଖ୍‌ ହାସିନାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ, ଜାଣନ୍ତୁ କ’ଣ ଅଭିଯୋଗ ଆଣିଥିଲେ ୟୁନୁସ୍‌ ସରକାର… appeared first on Dharitri Odia News.

ଶେଖ୍‌ ହାସିନାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ, ଜାଣନ୍ତୁ କ’ଣ ଅଭିଯୋଗ ଆଣିଥିଲେ ୟୁନୁସ୍‌ ସରକାର…

ଢାକା,୧ା୬: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ଗଣ ବିଦ୍ରୋହ ସମୟରେ ମାନବତା ବିରୋଧୀ ଅପରାଧ ପାଇଁ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଆନୁଷ୍ଠାନିକ ଭାବରେ ଅଭିଯୁକ୍ତ କରିଛି। ପ୍ରସକ୍ୟୁସନ ରବିବାର ଚାର୍ଜଶିଟ୍‌ ଦାଖଲ କରିଛି।

ଏକ ରିପୋର୍ଟ ଅନୁଯାୟୀ, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲ ଏବଂ ପୂର୍ବତନ ଆଇଜିପି ଚୌଧୁରୀ ମାମୁନଙ୍କୁ ମଧ୍ୟ ଏହି ମାମଲାରେ ସହ-ଅଭିଯୁକ୍ତ କରାଯାଇଛି। ଏହି ବିଚାର ବାଂଲାଦେଶ ଟେଲିଭିଜନରେ ସିଧା ପ୍ରସାରଣ କରାଯାଉଛି। ରବିବାର ଉପସ୍ଥାପିତ ଅଭିଯୋଗଗୁଡ଼ିକ ଜୁଲାଇ ଏବଂ ଅଗଷ୍ଟରେ ଦେଶବ୍ୟାପୀ ଘଟିଥିବା ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ମାମଲା ଦାୟର ସମୟରେ ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର୍‌ ମହମ୍ମଦ ତାଜୁଲ ଇସଲାମ ଏବଂ ଅନ୍ୟ ପବ୍ଲିକ ପ୍ରସିକ୍ୟୁଟର୍‌ ଉପସ୍ଥିତ ଥିଲେ। ପୂର୍ବରୁ ମେ’ ୧୨ରେ ତଦନ୍ତକାରୀମାନେ ଏକ ରିପୋର୍ଟ ଦାଖଲ କରିଥିଲେ ଯେ, ହତ୍ୟାକାଣ୍ଡ ଶେଖ୍‌ ହାସିନାଙ୍କ ନିର୍ଦ୍ଦେଶରେ ହୋଇଥିଲା।

The post ଶେଖ୍‌ ହାସିନାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ, ଜାଣନ୍ତୁ କ’ଣ ଅଭିଯୋଗ ଆଣିଥିଲେ ୟୁନୁସ୍‌ ସରକାର… appeared first on Dharitri Odia News.