ହଲମାର୍କ ଅଳଙ୍କାର ହୋଇପାରେ ନକଲି ! ଧନତେରସରେ ସତର୍କତାର ସହ କିଣନ୍ତୁ ସୁନା...
ନୂଆଦିଲ୍ଲୀ ୨୦।୧୦: ଅକ୍ଟୋବର ୨୯ରେ ପଡୁଛି ଧନତେରସ । ଏହି ଦିନ ସମସ୍ତେ ପ୍ରାୟ ବହୁ ପରିମାଣରେ ସୁନା କିଣିବେ । ଯଦି ଆପଣ ମଧ୍ୟ ଏହି ତାରିଖରେ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ସତର୍କତାର ସହିତ କିଣନ୍ତୁ । ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ହେଲେ ଆପଣ ହଲମାର୍କ ଦେଖି କିଣିଥାନ୍ତି । ଯଦି ସୁନାର ହଲମାର୍କ ହେଉଛି ୩୭୫ ହୋଇଥାଏ ତେବେ ଏହା ୩୭.୫ପ୍ରତିଶତ ଶୁଦ୍ଧ ସୁନା ଅଟେ । ସେହିପରି ହଲମାର୍କ ୫୮୫ ହୋଇଥାଏ ତେବେ ସୁନା ୫୮.୫ ପ୍ରତିଶତ ଶୁଦ୍ଧ ହୋଇଥାଏ । ସେହିଭଳି ଯଦି ହଲମାର୍କ ୭୫୦ ହୋଇଥାଏ, ତେବେ ଏହି ସୁନା ୭୫.୦ ପ୍ରତିଶତ ଶୁଦ୍ଧ ଅଟେ । ମନେରଖନ୍ତୁ ଯଦି ୯୧୬ ହଲମାର୍କ ଚିହ୍ନ ରହିଥାଏ ତେବେ ସୁନା ୯୧.୬ ପ୍ରତିଶତ ଶୁଦ୍ଧ ହୋଇଥାଏ । ସେହିପରି ସୁନାରେ ଯଦି ୯୯୦ ହଲମାର୍କର ଚିହ୍ନ ରହିଥାଏ ତେବେ ସୁନା ୯୯.୦ ପ୍ରତିଶତ ଶୁଦ୍ଧ ଏବଂ ଯଦି ଏହା ୯୯୯ ହଲମାର୍କ ଲେଖାଯାଇଥାଏ ତେବେ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ହୋଇଥାଏ । ସୁନା ଶୁଦ୍ଧ କି ନୁହେଁ ତାହା BIS ଲୋଗ କିମ୍ବା ଦୋକାନର ପରିଚୟ ନମ୍ବର ନୁହେଁ ବରଂ ୬ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ID ଦ୍ୱାରା ଚିହ୍ନଟ ହୋଇଥାଏ । BIS CARE ଆପରେ ଆପଣ ୬ ଅଙ୍କ ବିଶିଷ୍ଟ ୟୁନିକ୍ ID ଏଣ୍ଟ୍ରି କରି କ୍ରସ୍ ଚେକ୍ କରିପାରିବେ । ଯଦି କିଛି ଭୁଲ୍ ହୁଏ ତେବେ ବୁଝିଯିବେ ସୁନା ନକଲି ।
ନୂଆଦିଲ୍ଲୀ ୨୦।୧୦: ଅକ୍ଟୋବର ୨୯ରେ ପଡୁଛି ଧନତେରସ । ଏହି ଦିନ ସମସ୍ତେ ପ୍ରାୟ ବହୁ ପରିମାଣରେ ସୁନା କିଣିବେ । ଯଦି ଆପଣ ମଧ୍ୟ ଏହି ତାରିଖରେ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ସତର୍କତାର ସହିତ କିଣନ୍ତୁ ।

ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ହେଲେ ଆପଣ ହଲମାର୍କ ଦେଖି କିଣିଥାନ୍ତି । ଯଦି ସୁନାର ହଲମାର୍କ ହେଉଛି ୩୭୫ ହୋଇଥାଏ ତେବେ ଏହା ୩୭.୫ପ୍ରତିଶତ ଶୁଦ୍ଧ ସୁନା ଅଟେ । ସେହିପରି ହଲମାର୍କ ୫୮୫ ହୋଇଥାଏ ତେବେ ସୁନା ୫୮.୫ ପ୍ରତିଶତ ଶୁଦ୍ଧ ହୋଇଥାଏ ।

ସେହିଭଳି ଯଦି ହଲମାର୍କ ୭୫୦ ହୋଇଥାଏ, ତେବେ ଏହି ସୁନା ୭୫.୦ ପ୍ରତିଶତ ଶୁଦ୍ଧ ଅଟେ । ମନେରଖନ୍ତୁ ଯଦି ୯୧୬ ହଲମାର୍କ ଚିହ୍ନ ରହିଥାଏ ତେବେ ସୁନା ୯୧.୬ ପ୍ରତିଶତ ଶୁଦ୍ଧ ହୋଇଥାଏ ।

ସେହିପରି ସୁନାରେ ଯଦି ୯୯୦ ହଲମାର୍କର ଚିହ୍ନ ରହିଥାଏ ତେବେ ସୁନା ୯୯.୦ ପ୍ରତିଶତ ଶୁଦ୍ଧ ଏବଂ ଯଦି ଏହା ୯୯୯ ହଲମାର୍କ ଲେଖାଯାଇଥାଏ ତେବେ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ହୋଇଥାଏ ।

ସୁନା ଶୁଦ୍ଧ କି ନୁହେଁ ତାହା BIS ଲୋଗ କିମ୍ବା ଦୋକାନର ପରିଚୟ ନମ୍ବର ନୁହେଁ ବରଂ ୬ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ID ଦ୍ୱାରା ଚିହ୍ନଟ ହୋଇଥାଏ । BIS CARE ଆପରେ ଆପଣ ୬ ଅଙ୍କ ବିଶିଷ୍ଟ ୟୁନିକ୍ ID ଏଣ୍ଟ୍ରି କରି କ୍ରସ୍ ଚେକ୍ କରିପାରିବେ । ଯଦି କିଛି ଭୁଲ୍ ହୁଏ ତେବେ ବୁଝିଯିବେ ସୁନା ନକଲି ।