ତୁରନ୍ତ ବନ୍ଦ କରନ୍ତୁ ‘ବିକଶିତ ଭାରତ’ ହ୍ବାଟ୍ସଆପ୍ ମେସେଜ: ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବିକଶିତ ଭାରତ ସମ୍ପର୍କ ବ୍ୟାନର ନାଁରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ବିଷୟରେ କହୁଥିବା ହ୍ବାଟ୍ସଆପ୍ ମେସେଜ ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ ଆୟୋଗ। ପ୍ରକୃତରେ ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ଏବଂ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେବି ସରକାର ନିଜର ଉପଲବ୍ଧି ଥିବା ମେସେଜ ନାଗରିକଙ୍କ ଫୋନ୍କୁ ପଠାଉଥିବା ନେଇ ଅନେକ ଅଭିଯୋଗ ହୋଇଥିଲା । ଏହା ପରେ ନିର୍ବାଚନ ଆୟୋଗ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଏହି ହ୍ବାଟ୍ସଆପ୍ ମେସେଜ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଥାଉକି, ‘ବିକଶିତ ଭାରତ ସମ୍ପର୍କ’ ନାଁରେ ଏକ ହ୍ବାଟ୍ସଆପ୍ ମେସେଜ୍ ଲୋକଙ୍କ ଫୋନ୍କୁ ଆସୁଛି। ଯେଉଁଥିରେ କୁହାଯାଇଛି, ଏହି ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାରଙ୍କ ବିକଶିତ ଭାରତ ସମ୍ପର୍କ କେନ୍ଦ୍ର ଦ୍ବାରା ପଠାଯାଇଛି।ଏଥିରେ, ଗତ ଦଶ ବର୍ଷରେ ଭାରତ ସରକାରଙ୍କ ଅନେକ ଯୋଜନାର ଲାଭ, କିପରି ଦେଶର ୮୦ କୋଟିରୁ ଅଧିକ ନାଗରିକଙ୍କୁ ମିଳୁଛି ତାହା କୁହାଯାଇଛି।ଆହୁରି ମଧ୍ୟ, ବିକଶିତ ଭାରତର ସଂକଳ୍ପକୁ ପୂରା କରିବା ପାଇଁ ଆପଣଙ୍କ ସାଥ୍ ଏବଂ ଆପଣଙ୍କ ପରାମର୍ଶ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ଏଥିରେ ଉଲ୍ଲେଖ ରହିଛି।ଏହା ସହ ଯୋଜନା ବିଷୟରେ ଲୋକଙ୍କୁ ସେମାନଙ୍କ ବିଚାର ଲେଖିବାକୁ ମଧ୍ୟ କୁହଯାଇଛି।ସେପଟେ ନିର୍ବାଚନ ଆୟୋଗଙ୍କ ନିର୍
ନୂଆଦିଲ୍ଲୀ: ବିକଶିତ ଭାରତ ସମ୍ପର୍କ ବ୍ୟାନର ନାଁରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ବିଷୟରେ କହୁଥିବା ହ୍ବାଟ୍ସଆପ୍ ମେସେଜ ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ ଆୟୋଗ। ପ୍ରକୃତରେ ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ଏବଂ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେବି ସରକାର ନିଜର ଉପଲବ୍ଧି ଥିବା ମେସେଜ ନାଗରିକଙ୍କ ଫୋନ୍କୁ ପଠାଉଥିବା ନେଇ ଅନେକ ଅଭିଯୋଗ ହୋଇଥିଲା । ଏହା ପରେ ନିର୍ବାଚନ ଆୟୋଗ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଏହି ହ୍ବାଟ୍ସଆପ୍ ମେସେଜ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ‘ବିକଶିତ ଭାରତ ସମ୍ପର୍କ’ ନାଁରେ ଏକ ହ୍ବାଟ୍ସଆପ୍ ମେସେଜ୍ ଲୋକଙ୍କ ଫୋନ୍କୁ ଆସୁଛି। ଯେଉଁଥିରେ କୁହାଯାଇଛି, ଏହି ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାରଙ୍କ ବିକଶିତ ଭାରତ ସମ୍ପର୍କ କେନ୍ଦ୍ର ଦ୍ବାରା ପଠାଯାଇଛି।ଏଥିରେ, ଗତ ଦଶ ବର୍ଷରେ ଭାରତ ସରକାରଙ୍କ ଅନେକ ଯୋଜନାର ଲାଭ, କିପରି ଦେଶର ୮୦ କୋଟିରୁ ଅଧିକ ନାଗରିକଙ୍କୁ ମିଳୁଛି ତାହା କୁହାଯାଇଛି।ଆହୁରି ମଧ୍ୟ, ବିକଶିତ ଭାରତର ସଂକଳ୍ପକୁ ପୂରା କରିବା ପାଇଁ ଆପଣଙ୍କ ସାଥ୍ ଏବଂ ଆପଣଙ୍କ ପରାମର୍ଶ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ଏଥିରେ ଉଲ୍ଲେଖ ରହିଛି।ଏହା ସହ ଯୋଜନା ବିଷୟରେ ଲୋକଙ୍କୁ ସେମାନଙ୍କ ବିଚାର ଲେଖିବାକୁ ମଧ୍ୟ କୁହଯାଇଛି।
ସେପଟେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରାଳୟ କହିଛି ଯେ, ଏହି ପତ୍ର ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପଠାଯାଇଥିଲା।ହେଲେ କିଛି ମେସେଜ୍ ସିଷ୍ଟମ ଏବଂ ନେଟଓ୍ବର୍କର ସମସ୍ୟା କାରଣରୁ ଲୋକଙ୍କୁ ବିଳମ୍ବରେ ପହଞ୍ଚିଛି। ତେବେ ଆୟୋଗ ମନ୍ତ୍ରାଳୟକୁ ଏହି ମାମଲାରେ ଯଥାଶୀଘ୍ର ରିପୋର୍ଟ ହସ୍ତାନ୍ତର କରିବାକୁ କହିଛି।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୯ରେ ଚଣ୍ଡିଗଡ଼ ମୁଖ୍ୟ ନିର୍ବାଚନ ଅଧିକାରୀ ‘ବିକଶିତ ଭାରତ ସମ୍ପର୍କ’ ବ୍ୟାନର ଥିବା କେନ୍ଦ୍ର ସରକାରଙ୍କ ‘ଉପଲବ୍ଧି’କୁ ପ୍ରଦର୍ଶନ କରୁଥିବା ଏହି ହ୍ବାଟ୍ସଆପ୍ ମେସେଜ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇଥିଲେ। ଅଭିଯୋଗର ଯାଞ୍ଚରେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ଜଣାପଡ଼ିଥିଲା।ଯାହାପରେ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି।