ବିପଜ୍ଜନକ ଗେମ୍ 'ବ୍ଲୁ ହ୍ୱେଲ' ଯୋଗୁଁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଆମେରିକାରେ ଆଶ୍ଚର୍ଯ୍ୟଜନକ ମାମଲା

ନୂଆଦିଲ୍ଲୀ: ଆମେରିକାର ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଭାରତୀୟ ଛାତ୍ର ଅନଲାଇନ ଗେମ୍ ଖେଳି ଆତ୍ମହତ୍ୟା କରିଥିଲେ । ଏକ ରିପୋର୍ଟ ଅନୁସାରେ ସେ ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ ଗେମ୍ ଖେଳୁଥିଲେ । ୨୦ ବର୍ଷୀୟ ଛାତ୍ର ୟୁନିଭର୍ସିଟି ଅଫ୍ ମେସାଚୁସେଟ୍ସରେ ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ ମାର୍ଚ୍ଚ ୮ରେ ଛାତ୍ରର ମୃତ ଦେହ ମିଳିଥିଲା । ଏହାପରେ ସହର ପ୍ରଶାସନ ପକ୍ଷରୁ ମୃତ୍ୟୁର ତଦନ୍ତ କରାଯିବ ବୋଲି କୁହାଯାଇଥିଲା ।ପ୍ରଥମେ ଏହି ମୃତ୍ୟୁକୁ ହତ୍ୟା ବୋଲି କୁହାଯାଇଥିଲା । ଏହା ବ୍ୟତୀତ ଛାତ୍ରର ପରିଚୟ ମଧ୍ୟ ଚିହ୍ନଟ ହୋଇପାରି ନଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ଛାତ୍ର ଜଣକ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ପଢୁଥିଲେ । ଏବଂ ଲୁଟିବା ପରେ ତାଙ୍କୁ ହତ୍ୟା କରି କାର ଭିତରେ ପକାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଏହାପରେ ବୋଷ୍ଟନ ଗ୍ଲୋବ ଖବରକାଗଜ ଛାତ୍ରଙ୍କ ପରିଚୟ ଚିହ୍ନଟ କରିଥିଲା । ତେବେ ପରିବାର ଲୋକଙ୍କ ଅନୁରୋଧକ୍ରମେ ଛାତ୍ରଙ୍କ ନାଁ ସାର୍ବଜାନୀନ କରାଯାଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଏହି ବିପଜ୍ଜନକ ଖେଳର ଶିକାର ଅନେକ ପିଲା ହୋଇ ସାରିଛନ୍ତି । ଏଥିପାଇଁ ଏହା ସୁଇସାଇଡ୍ ଗେମର ନାଁ ମଧ୍ୟ ପରିଚିତ । ପୋଲିସ ଏବେ ସୁଦ୍ଧା ସ୍ପଷ୍ଟ କରି ନାହିଁ ଯେ ମୃତ୍ୟୁର କାରଣ କଣ ଥିଲା । ଉଲ୍ଲେଖଯୋଗ୍ୟ ଯେ ବ୍ଲୁ ହ୍ୱେଲ୍ ଗେମ୍ ଏକ ଅନଲାଇନ ଖେଳ, ଯେଉଁଥିରେ ଖେଳାଳିଙ୍କୁ କିଛି ନୂଆ ଚ୍ୟାଲେଞ୍ଜ ଦିଆଯାଇଥାଏ । ଏଥିରେ ୫୦ରୁ ଅଧିକ ଲେଭେଲ ହୋଇପାରେ ।

ବିପଜ୍ଜନକ ଗେମ୍ 'ବ୍ଲୁ ହ୍ୱେଲ' ଯୋଗୁଁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଆମେରିକାରେ ଆଶ୍ଚର୍ଯ୍ୟଜନକ ମାମଲା

ନୂଆଦିଲ୍ଲୀ: ଆମେରିକାର ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଭାରତୀୟ ଛାତ୍ର ଅନଲାଇନ ଗେମ୍ ଖେଳି ଆତ୍ମହତ୍ୟା କରିଥିଲେ । ଏକ ରିପୋର୍ଟ ଅନୁସାରେ ସେ ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ ଗେମ୍ ଖେଳୁଥିଲେ । ୨୦ ବର୍ଷୀୟ ଛାତ୍ର ୟୁନିଭର୍ସିଟି ଅଫ୍ ମେସାଚୁସେଟ୍ସରେ ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ ମାର୍ଚ୍ଚ ୮ରେ ଛାତ୍ରର ମୃତ ଦେହ ମିଳିଥିଲା । ଏହାପରେ ସହର ପ୍ରଶାସନ ପକ୍ଷରୁ ମୃତ୍ୟୁର ତଦନ୍ତ କରାଯିବ ବୋଲି କୁହାଯାଇଥିଲା ।

ପ୍ରଥମେ ଏହି ମୃତ୍ୟୁକୁ ହତ୍ୟା ବୋଲି କୁହାଯାଇଥିଲା । ଏହା ବ୍ୟତୀତ ଛାତ୍ରର ପରିଚୟ ମଧ୍ୟ ଚିହ୍ନଟ ହୋଇପାରି ନଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ଛାତ୍ର ଜଣକ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ପଢୁଥିଲେ । ଏବଂ ଲୁଟିବା ପରେ ତାଙ୍କୁ ହତ୍ୟା କରି କାର ଭିତରେ ପକାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଏହାପରେ ବୋଷ୍ଟନ ଗ୍ଲୋବ ଖବରକାଗଜ ଛାତ୍ରଙ୍କ ପରିଚୟ ଚିହ୍ନଟ କରିଥିଲା । ତେବେ ପରିବାର ଲୋକଙ୍କ ଅନୁରୋଧକ୍ରମେ ଛାତ୍ରଙ୍କ ନାଁ ସାର୍ବଜାନୀନ କରାଯାଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଏହି ବିପଜ୍ଜନକ ଖେଳର ଶିକାର ଅନେକ ପିଲା ହୋଇ ସାରିଛନ୍ତି । ଏଥିପାଇଁ ଏହା ସୁଇସାଇଡ୍ ଗେମର ନାଁ ମଧ୍ୟ ପରିଚିତ । 

ପୋଲିସ ଏବେ ସୁଦ୍ଧା ସ୍ପଷ୍ଟ କରି ନାହିଁ ଯେ ମୃତ୍ୟୁର କାରଣ କଣ ଥିଲା । ଉଲ୍ଲେଖଯୋଗ୍ୟ ଯେ ବ୍ଲୁ ହ୍ୱେଲ୍ ଗେମ୍ ଏକ ଅନଲାଇନ ଖେଳ, ଯେଉଁଥିରେ ଖେଳାଳିଙ୍କୁ କିଛି ନୂଆ ଚ୍ୟାଲେଞ୍ଜ ଦିଆଯାଇଥାଏ । ଏଥିରେ ୫୦ରୁ ଅଧିକ ଲେଭେଲ ହୋଇପାରେ । ଏହି ଗେମରେ ନିଜ ଶରୀରକୁ କ୍ଷତି ପହଞ୍ଚାଇବା ପାଇଁ ଚ୍ୟାଲେଞ୍ଜ ମଧ୍ୟ ରହିଥାଏ । ଭାରତ ସରକାର ଏହି ଖେଳ ପ୍ରତି ଲୋକକଙ୍କୁ ସତର୍କ କରିବା ପାଇଁ ଆଡଭାଇଜରୀ ଜାରି କରିଥିଲେ । ୨୦୧୭ରେ ଜାରି କରାଯାଇଥିବା ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ ଏହା ଉକସାଇବା ଗେମ୍ ଅଟେ ଏବଂ ଏଥିରୁ ଦୂରେଇ ରହିବା ଦରକାର ।