ଚାଷୀ ଓ ଭାଗ ଚାଷୀଙ୍କ ପାଇଁ ହାଇକୋର୍ଟରେ ଲଢ଼ିବେ ସାଂସଦ ଅମର ପଟ୍ଟନାୟକ

କଟକ: ୪୦ ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭାଗ ଚାଷୀଙ୍କ ପାଇଁ ହାଇକୋର୍ଟରେ ଲଢ଼ିବେ ସାଂସଦ ଅମର ପଟ୍ଟନାୟକ। ଚାଷୀଙ୍କୁ  ସରକାରଙ୍କ ପକ୍ଷରୁ ସବୁ ସୁବିଧା ମିଳୁଥିବା ବେଳେ ନାମମାତ୍ର ଚାଷୀ ଓ ଭାଗ ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ବର୍ଗର ଚାଷୀମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ସେମାନଙ୍କ କେସ୍ ଲଢିବେ ବିଜେଡି ନେତା ତଥା ସାଂସଦ ଅମର ପଟ୍ଟନାୟକ। ନାମ ମାତ୍ର ଚାଷୀ ଭାବେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା, କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାରେ ଅର୍ଥ ରାଶି ମିଳୁଥିବା ବେଳେ ଅନ୍ୟ ସମସ୍ତ ଇନପୁଟ ସବସିଡ଼ି ବି ପାଉଛୁ। ହେଲେ ଏବେ ସରକାର ଧାନ କିଣା ବାବଦକୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଉଛନ୍ତି, ସେଥିରୁ ଆମକୁ କାହିଁକି ବଞ୍ଚିତ କରାଯାଉଛି ବୋଲି କ୍ଷୁଦ୍ର ନାମ ମାତ୍ର ଚାଷୀ ମାନେ ପ୍ରଶ୍ନ କରିଛନ୍ତି।  ସରକାର ବାଛ ବିଚାର କରୁଥିବାରୁ ଆମ ମାନଙ୍କ ହକ ପାଇଁ ଆମେ ହାଇକୋର୍ଟ ର ଦ୍ୱାରସ୍ତ ହେବାକୁ ନିଷ୍ପତି ନେଇଛୁ। ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ମାନଙ୍କ ପକ୍ଷରୁ ସେମାନଙ୍କ ଅଧିକାର ପାଇଁ ହାଇ କୋର୍ଟରେ ମାମଲା ରୁଜୁ କରିବୁ। ଆମର ଆଶା ଅଛି ମାନ୍ୟବର ଅଦାଲତ ଆମ କଥା  ଶୁଣିବେ ବୋଲି କହିଛନ୍ତି ଆଇନଜୀବୀ ତଥା ସାଂସଦ ଅମର ପଟ୍ଟନାୟକ।  

ଚାଷୀ ଓ ଭାଗ ଚାଷୀଙ୍କ ପାଇଁ ହାଇକୋର୍ଟରେ ଲଢ଼ିବେ ସାଂସଦ ଅମର ପଟ୍ଟନାୟକ

କଟକ: ୪୦ ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭାଗ ଚାଷୀଙ୍କ ପାଇଁ ହାଇକୋର୍ଟରେ ଲଢ଼ିବେ ସାଂସଦ ଅମର ପଟ୍ଟନାୟକ। ଚାଷୀଙ୍କୁ  ସରକାରଙ୍କ ପକ୍ଷରୁ ସବୁ ସୁବିଧା ମିଳୁଥିବା ବେଳେ ନାମମାତ୍ର ଚାଷୀ ଓ ଭାଗ ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ବର୍ଗର ଚାଷୀମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ସେମାନଙ୍କ କେସ୍ ଲଢିବେ ବିଜେଡି ନେତା ତଥା ସାଂସଦ ଅମର ପଟ୍ଟନାୟକ। 

ନାମ ମାତ୍ର ଚାଷୀ ଭାବେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା, କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାରେ ଅର୍ଥ ରାଶି ମିଳୁଥିବା ବେଳେ ଅନ୍ୟ ସମସ୍ତ ଇନପୁଟ ସବସିଡ଼ି ବି ପାଉଛୁ। ହେଲେ ଏବେ ସରକାର ଧାନ କିଣା ବାବଦକୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଉଛନ୍ତି, ସେଥିରୁ ଆମକୁ କାହିଁକି ବଞ୍ଚିତ କରାଯାଉଛି ବୋଲି କ୍ଷୁଦ୍ର ନାମ ମାତ୍ର ଚାଷୀ ମାନେ ପ୍ରଶ୍ନ କରିଛନ୍ତି।  ସରକାର ବାଛ ବିଚାର କରୁଥିବାରୁ ଆମ ମାନଙ୍କ ହକ ପାଇଁ ଆମେ ହାଇକୋର୍ଟ ର ଦ୍ୱାରସ୍ତ ହେବାକୁ ନିଷ୍ପତି ନେଇଛୁ। ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ମାନଙ୍କ ପକ୍ଷରୁ ସେମାନଙ୍କ ଅଧିକାର ପାଇଁ ହାଇ କୋର୍ଟରେ ମାମଲା ରୁଜୁ କରିବୁ। ଆମର ଆଶା ଅଛି ମାନ୍ୟବର ଅଦାଲତ ଆମ କଥା  ଶୁଣିବେ ବୋଲି କହିଛନ୍ତି ଆଇନଜୀବୀ ତଥା ସାଂସଦ ଅମର ପଟ୍ଟନାୟକ।