କାଲିଫର୍ଣ୍ଣିୟା ଜଙ୍ଗଲରେ ବ୍ୟାପୁଛି ନିଆଁ, ହଜାର ହଜାର ଲୋକ ବେଘର, ଦେଖନ୍ତୁ Video
ଭେଞ୍ଚୁରା କାଉଣ୍ଟି ୯।୧୧: କାଲିଫର୍ଣ୍ଣିଆରେ ତୀବ୍ର ପବନ ଯୋଗୁ ବିପଦଜନକ ଭାବେ ବ୍ୟାପୁଥିବା ଜଙ୍ଗଲ ନିଆଁ ଏବେ ଅନିୟନ୍ତ୍ରିତ ହୋଇପଡିଛି। ଫଳରେ ଜଙ୍ଗଲ ଆଖପାଖରେ ରହୁଥିବା ହଜାର ହଜାର ଲୋକଙ୍କୁ ଘର ଛାଡିବାକୁ ପଡୁଛି। ଭେଞ୍ଚୁରା କାଉଣ୍ଟି ଫାୟାର ଡିପାର୍ଟମେଣ୍ଟ ଅନୁସାରେ ନିଆଁ ବୁଧବାର ସକାଳେ ଲସଏଞ୍ଜେଲସ୍ ରୁ ୬୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଭେଞ୍ଚୁରା କାଉଣ୍ଟିର ମୁର ପାର୍କରେ ଲାଗିଥିଲା ଓ ମଧ୍ୟାହ୍ନ ସୁଧା ୧୦,୪୦୦ ଏକର ରୁ ଅଧିକ ଅଞ୍ଚଳକୁ ବ୍ୟାପି ଯାଇଥିଲା। ଡିପାର୍ଟମେଣ୍ଟ କହିଛି ଯେ ନିଆଁ କେମାରିଲୋ ସହରର ଉପନଗରୀୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏହି କ୍ଷେତ୍ରରେ ପାଖାପାଖି ୭୦ ହଜାର ଲୋକେ ବସବାସ କରନ୍ତି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗେଭିନ ନ୍ୟୁସମ ଏକ ବୟାନରେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନମାନଙ୍କରେ ପହଞ୍ଚାଇବାକୁ ଆଦେଶ ଜାରି କରାଯାଇଛି। ଜଙ୍ଗଲରେ ବ୍ୟାପୁଥିବା ନିଆଁ ଯୋଗୁ କେମାରିଲୋ ଆଖାପାଖ ଓ ଉପନଗରୀୟ ଅଞ୍ଚଳରେ ଥିବା ଫାର୍ମ ହାଉସ୍ ଓ କୃଷିକ୍ଷେତ୍ରର ୩,୫୦୦ ଷ୍ଟ୍ରକ୍ଚର ଲାଗି ବିପଦ ରହିଛି। #MountainFire fuelled by strong winds, tears through 20,000 acres in southern #CaliforniaVC: VCFD PIO8/8#Wildfire #CAwx #CAfire #LosAngeles #VenturaCounty #Fire #ForestFire #Climate #Weather #Viral pic.twitter.com/
ଭେଞ୍ଚୁରା କାଉଣ୍ଟି ୯।୧୧: କାଲିଫର୍ଣ୍ଣିଆରେ ତୀବ୍ର ପବନ ଯୋଗୁ ବିପଦଜନକ ଭାବେ ବ୍ୟାପୁଥିବା ଜଙ୍ଗଲ ନିଆଁ ଏବେ ଅନିୟନ୍ତ୍ରିତ ହୋଇପଡିଛି। ଫଳରେ ଜଙ୍ଗଲ ଆଖପାଖରେ ରହୁଥିବା ହଜାର ହଜାର ଲୋକଙ୍କୁ ଘର ଛାଡିବାକୁ ପଡୁଛି। ଭେଞ୍ଚୁରା କାଉଣ୍ଟି ଫାୟାର ଡିପାର୍ଟମେଣ୍ଟ ଅନୁସାରେ ନିଆଁ ବୁଧବାର ସକାଳେ ଲସଏଞ୍ଜେଲସ୍ ରୁ ୬୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଭେଞ୍ଚୁରା କାଉଣ୍ଟିର ମୁର ପାର୍କରେ ଲାଗିଥିଲା ଓ ମଧ୍ୟାହ୍ନ ସୁଧା ୧୦,୪୦୦ ଏକର ରୁ ଅଧିକ ଅଞ୍ଚଳକୁ ବ୍ୟାପି ଯାଇଥିଲା।
ଡିପାର୍ଟମେଣ୍ଟ କହିଛି ଯେ ନିଆଁ କେମାରିଲୋ ସହରର ଉପନଗରୀୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏହି କ୍ଷେତ୍ରରେ ପାଖାପାଖି ୭୦ ହଜାର ଲୋକେ ବସବାସ କରନ୍ତି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗେଭିନ ନ୍ୟୁସମ ଏକ ବୟାନରେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନମାନଙ୍କରେ ପହଞ୍ଚାଇବାକୁ ଆଦେଶ ଜାରି କରାଯାଇଛି। ଜଙ୍ଗଲରେ ବ୍ୟାପୁଥିବା ନିଆଁ ଯୋଗୁ କେମାରିଲୋ ଆଖାପାଖ ଓ ଉପନଗରୀୟ ଅଞ୍ଚଳରେ ଥିବା ଫାର୍ମ ହାଉସ୍ ଓ କୃଷିକ୍ଷେତ୍ରର ୩,୫୦୦ ଷ୍ଟ୍ରକ୍ଚର ଲାଗି ବିପଦ ରହିଛି।
#MountainFire fuelled by strong winds, tears through 20,000 acres in southern #California
VC: VCFD PIO
8/8#Wildfire #CAwx #CAfire #LosAngeles #VenturaCounty #Fire #ForestFire #Climate #Weather #Viral pic.twitter.com/S9up8IvHZk— Earth42morrow (@Earth42morrow) November 9, 2024
ରିପୋର୍ଟ ଅନୁସାରେ ନ୍ୟୁସମ ଭେଞ୍ଚୁରା କାଉଣ୍ଟିକୁ ଗୁରୁତ୍ୱପୂର୍ଣ୍ଣ ସଂସାଧନ ଉପଲବ୍ଧ ସୁନିଶ୍ଚିତ କରିବା ପାଇଁ ଫେଡେରାଲ ଏମାର୍ଜେନ୍ସୀ ଏଜେନ୍ସୀର ମଞ୍ଜୁରୀ ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ ଲୋକାଲ ବ୍ରଡକାଷ୍ଟର ଅନେକ ଘର ନିଆଁରେ ଘେରିଯାଇଥିବା ଓ କେତେକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖାଉଛନ୍ତି। ଶହଶହ ଫୁଟ ଆକାଶକୁ ଧୂଆଁ ଉଠୁଥିବା ବେଳେ ପୁରା ଅଞ୍ଚଳ ଧୂମ ଆଛାଦିତ ହୋଇଛି। ଫଳରେ ନିଆଁଲିଭାଳି ଦଳ ଓ ଅଞ୍ଚଳରୁ ବାହାରକୁ ଚାଲି ଆସୁଥିବା ଲୋକଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଛି।
ଲସ୍ ଏଞ୍ଜେଲସ୍ କ୍ଷେତ୍ର ଲାଗି ଜାତୀୟ ପାଣିପାଗ ସେବା କାର୍ଯ୍ୟାଳୟ ନିଆଁ ଯୋଗୁ ବଢୁଥିବା ବିପଦକୁ ନଜରରେ ରଖି ରେଡ ଫ୍ଲାଗ ୱାର୍ଣ୍ଣିଂକୁ ସଂଶୋଧନ କରି ବିଶେଷ ରୂପେ ବିପଦଜନକ ସ୍ଥିତିରେ ରୂପାନ୍ତରିତ କରାଯାଇଛି। ପାଣିପାଗ ସେବା ବିଭାଗ କହିଛନ୍ତି ଘଣ୍ଟାପ୍ରତି ୮୦ ମାଇଲ ବେଗରେ ପବନ ବହିବା ସହ ସ୍ୱଳ୍ପ କାକର ଯୋଗୁ ଲସଏଞ୍ଜେଲସ ଓ ଭେଞ୍ଚୁରା କାଉଣ୍ଟି ଲାଗି ପରିସ୍ଥିତି ଉଦବେଗଜନକ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି।