ବୁଲେଟ୍‌କୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଆରୋହୀଙ୍କ ଜୀବନ

ଭୁବନେଶ୍ୱର ୦୬।୦୬ : ବୁଲେଟ୍‌କୁ ଧକ୍କା ଟ୍ରକ । ଯେଉଁଥିରେ ବୁଲେଟ ଆରୋହୀଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।ଖବର ଅନୁଯାୟୀ, ଗୁରୁବାର ଦିନ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ନିକଟରେ ଘଟିଛି ଏକ ଦୁର୍ଘଟଣା । ଯେଉଁଥିରେ ବୁଲେଟ୍‌କୁ ଧକ୍କା ଦେଇଥିଲା ଟ୍ରକ । ଯାହାଫଳରେ ବୁଲେଟ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ଏବେନାହିଁ ମିଳିନାହିଁ । ସେପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।  

ବୁଲେଟ୍‌କୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଆରୋହୀଙ୍କ ଜୀବନ

ଭୁବନେଶ୍ୱର ୦୬।୦୬ : ବୁଲେଟ୍‌କୁ ଧକ୍କା ଟ୍ରକ । ଯେଉଁଥିରେ ବୁଲେଟ ଆରୋହୀଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।

ଖବର ଅନୁଯାୟୀ, ଗୁରୁବାର ଦିନ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ନିକଟରେ ଘଟିଛି ଏକ ଦୁର୍ଘଟଣା । ଯେଉଁଥିରେ ବୁଲେଟ୍‌କୁ ଧକ୍କା ଦେଇଥିଲା ଟ୍ରକ । ଯାହାଫଳରେ ବୁଲେଟ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ଏବେନାହିଁ ମିଳିନାହିଁ । ସେପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।