CBSE ଦ୍ବାଦଶ ପରୀକ୍ଷାରେ ରେକର୍ଡ କଲେ, ୫୦୦ରୁ ୪୯୯ ମାର୍କ ରଖିଲେ ସାଭି ଜୈନ

ଦ୍ବାଦଶ ପରୀକ୍ଷାରେ ୫୦୦ ମାର୍କରୁ ୪୯୯ ମାର୍କ ରଖି ଚର୍ଚ୍ଚାରେ ରହିଛନ୍ତି ସାଭି ଜୈନ । CBSE ପିଲାଙ୍କ ରେଲଜ୍ଟ ନିକଟରେ ପ୍ରକାଶ ପାଇଛି । ପୁରା ଦେଶରେ ୧ଲକ୍ଷ ଭଳି ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ  ଉତ୍ତରପ୍ରଦେଶର ଛାତ୍ରୀ ରେକର୍ଡ କରି ସବୁଠାରୁ ଆଗରେ ରହିଛନ୍ତି । ସୂଚନାନୁଯାୟୀ, ସ୍କଟିଶ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ସାଭି ଜୈନ । ସେ ଉତ୍ତରପ୍ରଦେଶର ଶାମଲୀର ବାସିନ୍ଦା ବୋଲି ସୂଚନା ମିଳିଛି । ଯିଏ ପେଣ୍ଟିଂରେ […] The post CBSE ଦ୍ବାଦଶ ପରୀକ୍ଷାରେ ରେକର୍ଡ କଲେ, ୫୦୦ରୁ ୪୯୯ ମାର୍କ ରଖିଲେ ସାଭି ଜୈନ appeared first on KNews Odisha.

CBSE ଦ୍ବାଦଶ ପରୀକ୍ଷାରେ ରେକର୍ଡ କଲେ, ୫୦୦ରୁ ୪୯୯ ମାର୍କ ରଖିଲେ ସାଭି ଜୈନ

ଦ୍ବାଦଶ ପରୀକ୍ଷାରେ ୫୦୦ ମାର୍କରୁ ୪୯୯ ମାର୍କ ରଖି ଚର୍ଚ୍ଚାରେ ରହିଛନ୍ତି ସାଭି ଜୈନ । CBSE ପିଲାଙ୍କ ରେଲଜ୍ଟ ନିକଟରେ ପ୍ରକାଶ ପାଇଛି । ପୁରା ଦେଶରେ ୧ଲକ୍ଷ ଭଳି ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ  ଉତ୍ତରପ୍ରଦେଶର ଛାତ୍ରୀ ରେକର୍ଡ କରି ସବୁଠାରୁ ଆଗରେ ରହିଛନ୍ତି ।

ସୂଚନାନୁଯାୟୀ, ସ୍କଟିଶ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ସାଭି ଜୈନ । ସେ ଉତ୍ତରପ୍ରଦେଶର ଶାମଲୀର ବାସିନ୍ଦା ବୋଲି ସୂଚନା ମିଳିଛି । ଯିଏ ପେଣ୍ଟିଂରେ ୧୦୦ରୁ ୧୦୦, ଇକୋନୋମିକ୍ସରେ ୯୭, ଇତିହାସରେ ୯୯ ମାର୍କ ରଖି ଟୋଟାଲ ୫୦୦ରୁ ୪୯୯ ମାର୍କ ରଖି ନିଜେ ସୁନାମ ଅର୍ଜନ କରିବା ସହ ପରିବାରର ନାଁକୁ ମଧ୍ୟ ଶୀର୍ଷରେ ରଖିଛନ୍ତି । ସାଭିଙ୍କ କଠିନ ପରିଶ୍ରମ ହିଁ ଅସମ୍ଭବକୁ ସମ୍ଭବ କରିପାରେ ବୋଲି ସେ ପ୍ରମାଣ କରି ଦେଖେଇଛନ୍ତି ।

ସାଭି କହିଛନ୍ତି ଯେ, ସେ ଦିନକୁ ୪ରୁ ୫ ଘଣ୍ଟା ପଢ଼ା ପାଇଁ ପରିଶ୍ରମ କରୁଥିଲେ । ସ୍କୁଲ ବ୍ୟତୀତ ଟ୍ୟସନ ମଧ୍ୟ ଯାଉଥିଲେ । ପଢିବା ପାଇଁ ସେ ଏକ ସିଡ୍ୟୁଲ ମଧ୍ୟ ପ୍ରସ୍ତୁତ କରିଥିଲେ । ତାଙ୍କର ସବୁ ସଫଳତାର ଶ୍ରେୟ ସେ ତାଙ୍କ ବାପା-ମା, ସ୍କୁଲ ଟିଚର, ଟ୍ୟୁସନ ଟିଚର, ପ୍ରିନ୍ସିପଲ, ସ୍କୁଲର ଡାଇରେକ୍ଟରଙ୍କୁ ଦେଇଛନ୍ତି । ସେମାନଙ୍କର ଅବଦାନ ତାଙ୍କୁ ସଫଳତାରେ ଠିଆ କରିଛି ବୋଲି ମଧ୍ୟ କହିଛନ୍ତି ।

ସାଭି ଜଣେ ମଧ୍ୟମ ଶ୍ରେଣୀ ପରିବାରର ଥିଲେ । ତାଙ୍କ ବାପା ଫର୍ଣ୍ଣିଚର ଦୋକାନ କରି ତାଙ୍କ ପାଠପଢା ଖର୍ଚ୍ଚ ଉଠାଉଥିଲେ ।  ଭବିଷ୍ୟତରେ ସେବା କାର୍ଯ୍ୟରେ ନିଜକୁ ସାମିଲ କରିବାକୁ ଚାହିଁଛନ୍ତି ବୋଲି କହିଛନ୍ତି ସାଭି । ସେ ଜଣେ IAS ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମଧ୍ୟ କହିଛନ୍ତି । ତାଙ୍କର ଏଭଳି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିଛି ।

Also Read : ଅପରେସନ ସିନ୍ଦୂର ପରେ ବଢିଲା ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା, କାରକେଡରେ ସାମିଲ ହେଲା ବୁଲେଟପ୍ରୁଫ ଗାଡ଼ି

The post CBSE ଦ୍ବାଦଶ ପରୀକ୍ଷାରେ ରେକର୍ଡ କଲେ, ୫୦୦ରୁ ୪୯୯ ମାର୍କ ରଖିଲେ ସାଭି ଜୈନ appeared first on KNews Odisha.