କରୋନା ପାଇଁ କର୍ଣ୍ଣାଟକରେ ଆଲର୍ଟ, ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ
ଜ୍ୱର, ଥଣ୍ଡା ହୋଇଥିଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ....ନିର୍ଦ୍ଦେଶନାମା ଜାରି କଲେ କର୍ଣ୍ଣାଟକ ସରକାର....
ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର। ୬୦ ବର୍ଷରୁ ଅଧିକ ବ୍ୟକ୍ତି ହୁଅନ୍ତୁ କି ଯେ କୌଣସି ବ୍ୟକ୍ତି ହାର୍ଟ ଏବଂ କିଡନୀ ରୋଗରେ ପୀଡ଼ିତ, ଥଣ୍ଡା ଜ୍ୱରରେ ପିଡ଼ୀତ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର । .
ଏପଟେ ସବୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କେରଳରେ ପୁଣି ସଂକ୍ରମଣ ବଢ଼ିଥିବାରୁ ଏବଂ ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ, ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କରୋନା ସଂକ୍ରମଣ ଆଶଙ୍କା ହ୍ରାସ କରିବା ପାଇଁ ନିର୍ଦ୍ଧାରିତ ପ୍ରଟୋକଲ୍ ଅନୁସାରେ ସର୍ଭେଲାନ୍ସ ଜାରି ରଖିବାକୁ, ସଚେତନତା ସୃଷ୍ଟି କରିବାକୁ ଏବଂ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାସ୍ତରରେ ଇନଫ୍ଲୁଏଞ୍ଜା ଲାଇକ୍ ଇଲନେସ୍ ବା ‘ଇଲି’ ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇଲନେସ୍ ବା ‘ସାରି’ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ଦିଆଯାଇଛି ପରାମର୍ଶ । ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ଏବଂ RT-PCR ଟେଷ୍ଟ ସହ ପଜିଟିଭ ସାମ୍ପଲକୁ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ କୁହାଯାଇଛି ।... ଏ
ଏଥିସହ ଭାରତରେ କୋଭିଡ୍ ଭାରିଆଣ୍ଟ JN.1 ଦ୍ୱାରା ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା ଏହି ଚିଠିରେ ସୂଚନା ଦିଆଯାଇଛି। JN.1 ବା BA.2.86.1.1 ଲିନିଏଜ କୋଭିଡ୍ ପାଇରୋଲା ଭାରିଆଣ୍ଟର ଏକ ରୂପାନ୍ତର । ଏହା ଆମେରିକା, ଚୀନ ଓ ସିଙ୍ଗାପୁର ପରେ ଭାରତରେ ଚିହ୍ନଟ ହୋଇଛି ।
#ଦେଶରେ_ପୁଣି_ମୁଣ୍ଡ_ଟେକୁଛି_କୋଭିଡ୍
ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର ।..#Covid #Karnataka pic.twitter.com/QU2PdJNmoe — ଓଟିଭି (@otvkhabar) December 19, 2023
ତେବେ ଏହା କରୋନାର ପୂର୍ବ ଭାରିଆଣ୍ଟ ଠାରୁ ଲକ୍ଷଣ ଓ ଅସୁସ୍ଥତା ସୃଷ୍ଟି କ୍ଷେତ୍ର କିପରି ଭିନ୍ନ, ତାହା ଏବେବି ଅସ୍ପଷ୍ଟ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।...