ଆଜି ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ, ସୋମବାର ଚାଷୀଙ୍କ ପାଖକୁ ଯିବେ ନବୀନ
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଜିଲ୍ଲା ବୁଲି ଚାଷୀଙ୍କ ପାଖରେ ପହଞ୍ଚିଥିବା ବେଳେ ସୋମବାର ଚାଷୀଙ୍କ ପାଖକୁ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନଙ୍କ ଗସ୍ତ ପୂର୍ବରୁ ଆଜି ଗଞ୍ଜାମ ଯାଇ ବିଜେଡି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଜିଲ୍ଲାର ବିଜେଡି ନେତାଏ ହେଲିପ୍ୟାଡ ସ୍ଥଳ, ସଭା ମଞ୍ଚ ସମେତ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି l ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି l ବିଜେଡି କହିଛି ସପ୍ତାହେ ହେଲା ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେଉଥିଲେ ବି ସରକାରଙ୍କର ଚାଷୀଙ୍କ କଥା ମନେ ପଡୁ ନଥିଲା । ବିରୋଧୀ ଦଳ ନେତା ଗଞ୍ଜାମ ଗସ୍ତ କରିବା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କଲେ l ସେପଟେ ଏଭଳି ସମୟରେ ଚାଷୀଙ୍କୁ ନେଇ ରାଜନୀତି ନହେଉ। ସରକାର ସମସ୍ୟା ସମାଧାନ ଲାଗି ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ଦାବି କରିଛି। Also read: ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ମୁତୟନ ହେବେ ୬୦ ପ୍ଲାଟୁନ ଫୋର୍ସକାଲି କ୍ଷେତ ବୁଲି କ୍ଷୟକ୍ଷତି ଦେଖିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଦୁଃଖ ବୁଝିବେ ନବୀନ । କାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି, ଶେରଗଡ, କବିସୂର୍ଯ୍ୟ ନଗର, ଆସିକା ଏବଂ ଖଲିକୋଟ ଯାଇ ଅଦିନିଆ ବର୍ଷା ଫସଲ କ୍ଷୟକ୍ଷତି ବୁଲି ଦେଖିବେ। କ୍ଷତିଗ
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଜିଲ୍ଲା ବୁଲି ଚାଷୀଙ୍କ ପାଖରେ ପହଞ୍ଚିଥିବା ବେଳେ ସୋମବାର ଚାଷୀଙ୍କ ପାଖକୁ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନଙ୍କ ଗସ୍ତ ପୂର୍ବରୁ ଆଜି ଗଞ୍ଜାମ ଯାଇ ବିଜେଡି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଜିଲ୍ଲାର ବିଜେଡି ନେତାଏ ହେଲିପ୍ୟାଡ ସ୍ଥଳ, ସଭା ମଞ୍ଚ ସମେତ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି l ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି l
ବିଜେଡି କହିଛି ସପ୍ତାହେ ହେଲା ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେଉଥିଲେ ବି ସରକାରଙ୍କର ଚାଷୀଙ୍କ କଥା ମନେ ପଡୁ ନଥିଲା । ବିରୋଧୀ ଦଳ ନେତା ଗଞ୍ଜାମ ଗସ୍ତ କରିବା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କଲେ l ସେପଟେ ଏଭଳି ସମୟରେ ଚାଷୀଙ୍କୁ ନେଇ ରାଜନୀତି ନହେଉ। ସରକାର ସମସ୍ୟା ସମାଧାନ ଲାଗି ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ଦାବି କରିଛି।
Also read: ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ମୁତୟନ ହେବେ ୬୦ ପ୍ଲାଟୁନ ଫୋର୍ସ
କାଲି କ୍ଷେତ ବୁଲି କ୍ଷୟକ୍ଷତି ଦେଖିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଦୁଃଖ ବୁଝିବେ ନବୀନ । କାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି, ଶେରଗଡ, କବିସୂର୍ଯ୍ୟ ନଗର, ଆସିକା ଏବଂ ଖଲିକୋଟ ଯାଇ ଅଦିନିଆ ବର୍ଷା ଫସଲ କ୍ଷୟକ୍ଷତି ବୁଲି ଦେଖିବେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସଂପର୍କରେ ପଚାରି ବୁଝିବେ । ସ୍ଥାନୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଏହା ପରେ ମଙ୍ଗଳବାର ନବୀନ ପୁରୀ ଜିଲ୍ଲାର ସତ୍ୟବାଦୀ , କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ, କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ଯାଇ ବର୍ଷା କ୍ଷୟକ୍ଷତି ଦେଖିବା କାର୍ଯ୍ୟକ୍ରମ ରହିଛି। ନବୀନଙ୍କ ଗସ୍ତ ପୂର୍ବରୁ ଆଜି ଗଞ୍ଜାମ ଯାଇ ପ୍ରସ୍ତୁତିର ଦେଖିଛନ୍ତି ବିଜେଡି ଟିମ। ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତାଏ ହେଲିପ୍ୟାଡ, ସଭାସ୍ଥଳ ସମେତ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି।
Also read: ଚାଷୀଙ୍କ ଆଖିରେ ଲୁହ, ତୁନି କରାଇଲେ ଉପମୁଖ୍ୟମନ୍ତ୍ରୀ
ତେବେ ଆଜି ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଏକାଧିକ ଜିଲ୍ଲା ବୁଲି ଫସଲ କ୍ଷୟକ୍ଷତି ବୁଲି ଦେଖିଥିବା ବେଳେ ବିଜେଡି ଏହାକୁ ଟାର୍ଗେଟ କରିଛି। ବିଜେଡି କହିଛି ସପ୍ତାହେ ହେଲା ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେଉଥିଲେ ବି ସରକାରଙ୍କ ଚାଷୀଙ୍କ କଥା ମନେ ପଡୁ ନଥିଲା। ବିରୋଧୀ ଦଳ ନେତା ଗଞ୍ଜାମ ଗସ୍ତ କରିବା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଆଗୁଆ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି l
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଏହି ସମୟରେ ଚାଷ ଓ ଚାଷୀଙ୍କୁ ନେଇ ରାଜନୀତି ନହେଉ। ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଛନ୍ତି। ସେପଟେ ବିରୋଧୀଙ୍କ ଏଭଳି ଅଭିଯୋଗର ଜବାବ ରଖିଛି ବିଜେପି। ସରକାର ଚାଷୀଙ୍କ ସହିତ ସବୁବେଳେ ଅଛନ୍ତି ବୋଲି ବିଜେପି କହିଛନ୍ତି। ଚାଷୀ ଓ ଚାଷକୁ ନେଇ ରାଜ୍ୟ ରାଜନୀତି ସବୁବେଳେ ଉଷ୍ମ ରହି ଆସିଛି। ଯେତେବେଳେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡରେ ପ୍ରହାର କରିଛି ସେତେବେଳେ ଉଭୟ ଶାସକ ଓ ବିରୋଧୀ ଚାଷୀଙ୍କ ପାଇଁ ସମବେଦନ ଜଣାଇବା ସହିତ ମୁହାଁମୁହିଁ ହୋଇଛନ୍ତି।