ଆଜି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ଚୌରାଶୀ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ମକରନୀତି । ଆଜି ରତ୍ନସିଂହାସନରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଜୀଉଙ୍କ ଆଜିର ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି। ମକର ବେଢ଼ା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ଼ ହେବାର ପରମ୍ପରା ମଧ୍ୟ ରହିଛି। ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, […]

ଆଜି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ଚୌରାଶୀ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
today-is-makar-sankranti makar-chourashi-besha-held-at-puri shree Mandira

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ମକରନୀତି । ଆଜି ରତ୍ନସିଂହାସନରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଜୀଉଙ୍କ ଆଜିର ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି। ମକର ବେଢ଼ା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ଼ ହେବାର ପରମ୍ପରା ମଧ୍ୟ ରହିଛି। ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ। ଏହି ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି।

ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି । ମହାପ୍ରଭୁଙ୍କ ମକର ଚାଉଳ ପ୍ରସାଦ ରୂପେ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳୁଛି । ସେପଟେ ଭକ୍ତଙ୍କ ଭଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।