ଆଜି ପବିତ୍ର ମହାଶିବରାତ୍ରୀ, ଚଳଚଞ୍ଚଳ ସମସ୍ତ ଶୈବପୀଠ, ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର ୮।୩: ଆଜି ଜାଗର। ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ । ଚଳଚଞ୍ଚଳ ହୋଇଛି ପ୍ରମୁଖ ଶୈବପୀଠ । ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଏକାମ୍ରକ୍ଷେତ୍ର ଉତ୍ସବମୁଖର । ଗୁରୁବାର ସନ୍ଧ୍ୟାରୁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଗଲାଣି । ଆଲୋକମାଳାରେ ଝଲସୁଛି ମନ୍ଦିର ଓ ଆଖପାଖ ଅଞ୍ଚଳ । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଲକ୍ଷ୍ୟରେ ରଖି ପ୍ରଶାସନ, ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତରେ । ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରେ ଠାକୁରଙ୍କ ପହୁଡ଼ ଖୋଲାଯିବ । ମଙ୍ଗଳଆଳତି ଓ ଅବକାଶ ନୀତି ସାଢ଼େ ୩ଟା ସୁଦ୍ଧା ଶେଷ ହୋଇ ଶ୍ରଦ୍ଧାଳୁଙ୍କ ପାଇଁ ସାହାଣମେଲା ଦର୍ଶନ ଦିନ ୧୧ଟା ଯାଏ ରହିବ । ଏହାପରେ ଅପରାହ୍ଣ ୩ଟା ୪୫ ଓ ରାତି ୧୦ଟାରେ ଘଣ୍ଟାଏ ଲେଖାଏଁ ସାହାଣମେଲା ଦର୍ଶନର ସୁଯୋଗ ମିଳିବ । ମହାଦୀପ ରାତି ୧୦ଟାରେ ଉଠିବ । ମହାଦୀପ ଦର୍ଶନ କଲାପରେ ଭକ୍ତଗଣ ବ୍ରତ ସମାପନ କରିବେ । ଏହା ସହିତ ଭଜନ ମଣ୍ଡପରେ ଦେଶ ତଥା ରାଜ୍ୟର ନାମୀ କଣ୍ଠଶିଳ୍ପୀମାନେ ଭଜନ ପରିବେଶଷ କରିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱର ୮।୩: ଆଜି ଜାଗର। ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ । ଚଳଚଞ୍ଚଳ ହୋଇଛି ପ୍ରମୁଖ ଶୈବପୀଠ । ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଏକାମ୍ରକ୍ଷେତ୍ର ଉତ୍ସବମୁଖର । ଗୁରୁବାର ସନ୍ଧ୍ୟାରୁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଗଲାଣି । ଆଲୋକମାଳାରେ ଝଲସୁଛି ମନ୍ଦିର ଓ ଆଖପାଖ ଅଞ୍ଚଳ । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଲକ୍ଷ୍ୟରେ ରଖି ପ୍ରଶାସନ, ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତରେ ।
ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରେ ଠାକୁରଙ୍କ ପହୁଡ଼ ଖୋଲାଯିବ । ମଙ୍ଗଳଆଳତି ଓ ଅବକାଶ ନୀତି ସାଢ଼େ ୩ଟା ସୁଦ୍ଧା ଶେଷ ହୋଇ ଶ୍ରଦ୍ଧାଳୁଙ୍କ ପାଇଁ ସାହାଣମେଲା ଦର୍ଶନ ଦିନ ୧୧ଟା ଯାଏ ରହିବ । ଏହାପରେ ଅପରାହ୍ଣ ୩ଟା ୪୫ ଓ ରାତି ୧୦ଟାରେ ଘଣ୍ଟାଏ ଲେଖାଏଁ ସାହାଣମେଲା ଦର୍ଶନର ସୁଯୋଗ ମିଳିବ । ମହାଦୀପ ରାତି ୧୦ଟାରେ ଉଠିବ । ମହାଦୀପ ଦର୍ଶନ କଲାପରେ ଭକ୍ତଗଣ ବ୍ରତ ସମାପନ କରିବେ । ଏହା ସହିତ ଭଜନ ମଣ୍ଡପରେ ଦେଶ ତଥା ରାଜ୍ୟର ନାମୀ କଣ୍ଠଶିଳ୍ପୀମାନେ ଭଜନ ପରିବେଶଷ କରିବାର କାର୍ଯ୍ୟକ୍ରମ ରହିଛି ।