ଦାରିଦ୍ର୍ୟ ଓ ଅସମାନତା
ତିନୋଟି ବୃହତ୍ ଦକ୍ଷିଣ ଏସୀୟ ଦେଶରେ ୩ଟି ମୁଖ୍ୟ ସମସ୍ୟା ରହିଛି। ପ୍ରଥମଟି ହେଉଛି ଦାରିଦ୍ର୍ୟ ଏବଂ ଦୁର୍ବଳ ଅର୍ଥନୈତିକ ଅଭିବୃଦ୍ଧି। ଦ୍ୱିତୀୟଟି ହେଉଛି ଆଭ୍ୟନ୍ତରୀଣ ଜାତୀୟତାବାଦ ଯାହା ପ୍ରତ୍ୟେକ ଦେଶର ନିଜସ୍ବ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ। ତୃତୀୟଟି ହେଉଛି ବୃହତ୍ ଆଞ୍ଚଳିକ ଅସମାନତା ଥିବା ଏହି ସବୁ ଦେଶ ମଧ୍ୟରେ ତିକ୍ତତା। ନିଜ ଅଞ୍ଚଳ ସହ ଜଡ଼ିତ ଥିବା ବ୍ୟକ୍ତିମାନେ ପ୍ରଥମ ସମସ୍ୟାକୁ ଭଲ ଭାବେ ଜାଣିଥିବେ। ୨୦୨୦ରେ ଭାରତର ମୁଣ୍ଡ ପିଛା ଜାତୀୟ ଆୟ […] The post ଦାରିଦ୍ର୍ୟ ଓ ଅସମାନତା appeared first on Dharitri Odia News.
ତିନୋଟି ବୃହତ୍ ଦକ୍ଷିଣ ଏସୀୟ ଦେଶରେ ୩ଟି ମୁଖ୍ୟ ସମସ୍ୟା ରହିଛି। ପ୍ରଥମଟି ହେଉଛି ଦାରିଦ୍ର୍ୟ ଏବଂ ଦୁର୍ବଳ ଅର୍ଥନୈତିକ ଅଭିବୃଦ୍ଧି। ଦ୍ୱିତୀୟଟି ହେଉଛି ଆଭ୍ୟନ୍ତରୀଣ ଜାତୀୟତାବାଦ ଯାହା ପ୍ରତ୍ୟେକ ଦେଶର ନିଜସ୍ବ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ। ତୃତୀୟଟି ହେଉଛି ବୃହତ୍ ଆଞ୍ଚଳିକ ଅସମାନତା ଥିବା ଏହି ସବୁ ଦେଶ ମଧ୍ୟରେ ତିକ୍ତତା। ନିଜ ଅଞ୍ଚଳ ସହ ଜଡ଼ିତ ଥିବା ବ୍ୟକ୍ତିମାନେ ପ୍ରଥମ ସମସ୍ୟାକୁ ଭଲ ଭାବେ ଜାଣିଥିବେ। ୨୦୨୦ରେ ଭାରତର ମୁଣ୍ଡ ପିଛା ଜାତୀୟ ଆୟ ୧୯୩୩ ଆମେରିକୀୟ ଡଲାର ଥିବାବେଳେ ବାଂଲାଦେଶର ୨୨୭୦ ଏବଂ ପାକିସ୍ତାନର ୧୫୦୧ ଡଲାର ଥିଲା। ଅନ୍ୟପଟେ ୨୦୨୦ରେ ଏହା ଏସୀୟ ଦେଶ କୋରିଆ (୩୪,୦୦୦ ଆମେରିକୀୟ ଡଲାର), ଜାପାନ (୩୯,୦୦୦) କିମ୍ବା ଚାଇନା (୧୦,୪୦୮) ଥିଲା। ଭାରତର ‘ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି’ ବିଷୟ ସୂଚିତ କଲାବେଳେ ଏହାର ବାସ୍ତବତାକୁ ପରଖିବା ଦରକାର। ଦୀର୍ଘମିଆଦୀରେ ଅନ୍ୟ ଏସୀୟ ଅର୍ଥ ବ୍ୟବସ୍ଥା ଯେଭଳି ଦ୍ରୁତ ଅଭିବୃଦ୍ଧି ହାସଲ କରିଛନ୍ତି ତାହା ଆମେ କରିନାହଁୁ। ବାସ୍ତବରେ ଆମ ପଡ଼ୋଶୀମାନଙ୍କ ପରି ଅଧିକ କିମ୍ବା କମ୍ ହେଉ ସମାନ ସ୍ଥିତିରେ ରହିଛୁ। ଯେଉଁମାନେ ଆମ ଦେଶରେ ରହୁଛନ୍ତି କିମ୍ବା ବାହାର ଦେଶର ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି, ସେମାନେ ଦ୍ୱିତୀୟ ସମସ୍ୟାକୁ ସ୍ପଷ୍ଟଭାବେ ଅନୁଭବ କରିଥିବେ। ଉଲ୍ଲେଖନୀୟ ଯେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶରେ ଧର୍ମନିରପେକ୍ଷତା ଓ ସହାବସ୍ଥାନ କ୍ଷେତ୍ରରେ ଅବନତି ଘଟିଛି। ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବାରେ ବ୍ୟାପକ ଜାତୀୟ ଶକ୍ତି ଯଥା: ଆଇନ, ଗଣମାଧ୍ୟମ, ନ୍ୟାୟିକ ବ୍ୟବସ୍ଥା ଓ ରାଜନୀତିକୁ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ନକାରାତ୍ମକ ଶକ୍ତି , ଅର୍ଥାତ୍ ଏହା ଫଳପ୍ରଦ ନୁହେଁ। ପୂର୍ବରୁ ଯାହା ବହୁବାର ଲେଖାହୋଇଛି, ପଢ଼ାଯାଇଛି, ଦେଖାଯାଇଛି ଏବଂ ଶୁଣାଯାଇଛି, ସେସବୁ ପୁନରାବୃତ୍ତିର କୌଣସି ଅର୍ଥ ନାହିଁ। ଯାହା ଆମ ପଡ଼ୋଶୀ ଦେଶରେ ଘଟୁଛି ତାହା ଭାରତରେ ଅଧିକ ଘଟୁଛି ବୋଲି ଯେଉଁମାନେ ଅସ୍ବୀକାର କରନ୍ତି ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବାର ବି କୌଣସି ପ୍ରଯୋଜନ ନାହିଁ।
ତୃତୀୟ ସମସ୍ୟା ସମ୍ପର୍କରେ ବିଶେଷଜ୍ଞମାନେ କମ୍ ଆଲୋଚନା କରୁଛନ୍ତି କିମ୍ବା ଏହାକୁ ସ୍ବୀକାର କରୁନାହାନ୍ତି। ବୋଧହୁଏ ଜନଗଣନା ଏବଂ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଏହି ସମସ୍ୟା ରହିବ। ଜନସଂଖ୍ୟାକୁ ଆଧାର କରି ଆସନ ଆବଣ୍ଟନ ବ୍ୟତୀତ ଅନ୍ୟ ଏକ ବିଷୟ ଅସହଯୋଗର ଭାବନା ସୃଷ୍ଟି କରେ। ଜୁଲାଇ ୨୦୨୩ରେ ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ରାଜ୍ୟଓ୍ବାରି ବାର୍ଷିକ ମୁଣ୍ଡ ପିଛା ଆୟ ତଥ୍ୟ ପ୍ରକାଶ କରିଥିଲା। ଦାକ୍ଷିଣାତ୍ୟ ରାଜ୍ୟସବୁ ଭଲ କରିଥିଲେ। ବିଶେଷକରି ଆନ୍ଧ୍ର ପ୍ରଦେଶ(୨.୧୯ ଲକ୍ଷ ଟଙ୍କା), କେରଳ(୨.୨୮ ଲକ୍ଷ), ତାମିଲନାଡୁ(୨.୭୩ ଲକ୍ଷ ଟଙ୍କା), କର୍ନାଟକ(୩.୦୧ ଲକ୍ଷ) ଏବଂ ତେଲଙ୍ଗାନା( ୩.୦୮ ଲକ୍ଷ ଟଙ୍କ)ର ବାର୍ଷିକ ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିଠାରୁ ଉପରେ ରହିଥିଲା। ଏହାକୁ ବିହାର (୪୯,୦୦୦ ଟଙ୍କା), ଉତ୍ତରପ୍ରଦେଶ (୭୦,୦୦୦ ଟଙ୍କା) ଏବଂ ମଧ୍ୟପ୍ରଦେଶ (୧.୪ ଲକ୍ଷ ଟଙ୍କା) ସହ ତୁଳନା କରାଯାଇପାରେ। ଜାନୁଆରୀ ୨୦୨୪ରେ ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ‘ରାଜ୍ୟଓ୍ବାରି ଜିଏସ୍ଟି ସଂଗ୍ରହରେ ଭିନ୍ନତା’ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଉତ୍ତରପ୍ରଦେଶ (୮୫,୦୦୦ କୋଟି ଟଙ୍କା), ମଧ୍ୟପ୍ରଦେଶ (୩୪,୯୯୩ କୋଟି) ଏବଂ ବିହାର (୧୬,୨୯୮ କୋଟି)ର ସଂଗୃହୀତ ଜିଏସ୍ଟିକୁ ଏକାଠିକଲେ ତାହା ପାଖାପାଖି କର୍ନାଟକ ସହ ସମାନ (୧.୧୭ ଲକ୍ଷ କୋଟି ଟଙ୍କା)। ଆୟ ଏବଂ ଅବଦାନରେ ଏହି ବ୍ୟାପକ ତଥା ବିସ୍ତାରିତ ବ୍ୟବଧାନ ବ୍ୟତୀତ ସଂସାଧନ ଆବଣ୍ଟନରେ ପାର୍ଥକ୍ୟର ବାସ୍ତବତା ଜଣେ ଉପଲବ୍ଧି କରିପାରିବେ। ଭାରତ ଯଦି ଦାରିଦ୍ର୍ୟ ତଥା ଅସମାନତା ଦୂରକରିବାକୁ ଚାହୁଁଛି ତେବେ ବଣ୍ଟନର ଏବକାର ସମାନ ଢାଞ୍ଚାକୁ ଅନୁସରଣ କରାଯାଇପାରିବ ନାହିଁ। ଯେପର୍ଯ୍ୟନ୍ତ ଅସମାନତା ରହିଥିବ, ସେ ପର୍ଯ୍ୟନ୍ତ ଜାତୀୟ ଅର୍ଥନୀତି ପ୍ରତି ମୁଣ୍ଡ ପିଛା ଅଧିକ ଅବଦାନ ଥିବା ରାଜ୍ୟଗୁଡ଼ିକ ବଣ୍ଟନ ପ୍ରକ୍ରିୟାରେ କମ୍ ପାଇବେ। ଅନ୍ୟ ଏକ ପାର୍ଥକ୍ୟ ରହିଛି ଦ୍ୱିତୀୟ ସମସ୍ୟାର ପ୍ରତିକ୍ରିୟାରେ, ଯାହା ହେଉଛି ଆଭ୍ୟନ୍ତରୀଣ ଜାତୀୟତାବାଦ କିମ୍ବା ସଂଖ୍ୟାଗରିଷ୍ଠବାଦ ରାଜନୀତି। ଉତ୍ତର ଭାରତର ରାଜ୍ୟଗୁଡ଼ିକ ତୁଳନାରେ ଦକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ଏଥିପ୍ରତି କମ୍ ଆଗ୍ରହୀ। ଯଦିଓ ଏହା ସତ୍ୟ ଯେ, ଦକ୍ଷିଣ ସମେତ ଭାରତର ସର୍ବତ୍ର ସଂଖ୍ୟାଲଘୁ ବିରୋଧୀ ରାଜନୀତି ଅଧିକ ଲୋକପ୍ରିୟ ହୋଇପାରିଛି, ତଥାପି କେତେକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଆସିଛି। ଫେବୃଆରୀ ୨୦୨୨ରେ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତର ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାରର ସ୍ଥିତି ପ୍ରକାଶ କରିଥିଲା। କେରଳରେ ପ୍ରତି ୧୦୦୦ ଜନ୍ମିତ ଶିଶୁଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟୁଥିଲାବେଳେ କର୍ନାଟକରେ ଏହି ସଂଖ୍ୟା ୨୧, ମଧ୍ୟପ୍ରଦେଶରେ ୪୬ ଏବଂ ଉତ୍ତରପ୍ରଦେଶରେ ୪୧ ଥିଲା। ମାତୃ ମୃତ୍ୟୁହାର(୧୦୦୦ ଜଣରେ) କେରଳରେ ୨ ଏବଂ ଉତ୍ତରପ୍ରଦେଶରେ ୧୭ ଥିଲା। ଅବଶ୍ୟ ଏସବୁ ସରକାରୀ ତଥ୍ୟ ଉପରେ କେହି ଦ୍ୱିମତ ହେବାର ନାହିଁ। ବାସ୍ତବରେ ପାର୍ଥକ୍ୟ ରହିଛି। ଭାରତରେ ଆଞ୍ଚଳିକ ଅସମାନତା ଥିବା ଭଳି ପାକିସ୍ତାନରେ ଏହା ଅତ୍ୟଧିକ। ବାଲୁଚିସ୍ତାନର ମୁଣ୍ଡ ପିଛା ଆୟ ଏହାର ପଡ଼ୋଶୀ ସିନ୍ଧର ଅଧାରୁ କମ୍। ପଞ୍ଜାବ ହେଉଛି ଏକମାତ୍ର ପ୍ରଦେଶ ଯାହାର ଲୋକସଂଖ୍ୟା ଜାତୀୟ ଜନସଂଖ୍ୟାର ଅଧାରୁ ଅଧିକ। ଏହି ଅସନ୍ତୁଳନ ବା ଅସମାନତା ଦୂରକରିବା ପାଇଁ ପାକିସ୍ତାନକୁ ସମାଧାନର ବାଟ ବାହାର କରିବାକୁ ପଡ଼ିବ। ଭାରତ ଏବଂ ବାଂଲାଦେଶକୁ ମଧ୍ୟ ତାହା କରିବାକୁ ହେବ। ଆଶ୍ଚର୍ଯ୍ୟର ବିଷୟ ଯେ, ଆମ ଦେଶ ବିଭାଜିତ ଏବଂ ବିଶ୍ୱର ସର୍ବନିମ୍ନ ସମନ୍ବିତ ଦେଶ ହୋଇ ରହିଛି। ଆଶା କରାଯାଏ, ଦକ୍ଷିଣ ଏସିଆର ପ୍ରତ୍ୟେକ ଦେଶ ଏହାର ସମସ୍ୟାକୁ ଅନନ୍ୟ ବୋଲି ବିଚାରକରି ବିଶେଷ ସମାଧାନର ବାଟ ବାହାର କରିବ ଯାହା ଏହାର ଚାରିପାଖରେ ଘଟୁଥିବା ଘଟଣାକୁ ଦୂରକରିପାରିବ।
ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଘ ବା ଆସିଆନର କାର୍ଯ୍ୟରେ ସମସ୍ତଙ୍କର ଏକ ଖରାପ ଇତିହାସ ରହିଆସିଛି, କିନ୍ତୁ ଆଜି ଅର୍ଥନୈତିକ ଦୃଷ୍ଟିରୁ ଏକାଠି ରହିଛନ୍ତି କିମ୍ବା ୟୁରୋପୀୟ ୟୁନିୟନର କାର୍ଯ୍ୟ ଆମ ପାଇଁ ମୂଲ୍ୟହୀନ ହୋଇଛି। ତେବେ ଆମ ଅଞ୍ଚଳ ଏହାର ତିନୋଟି ସମସ୍ୟାର ସମାଧାନ କରିବାର ସମ୍ଭାବ୍ୟ ଉପାୟଗୁଡ଼ିକ କ’ଣ? ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ସ୍ତମ୍ଭରେ ଏ ବିଷୟରେ ମୋର ଅଧିକ କିଛି କହିବାକୁ ଅଛି।
The post ଦାରିଦ୍ର୍ୟ ଓ ଅସମାନତା appeared first on Dharitri Odia News.