ଆଜି ପାଇଁ ରଥଟଣା ଶେଷ, ଆସନ୍ତାକାଲି ପୁଣି ବଡଦାଣ୍ଡରେ ଗଡିବ ତିନିରଥ
ପୁରୀ : ବଡଦାଣ୍ଡରେ ଗଡିଲା ତିନିରଥ । ରଥକୁ ଘେରି ରହିଛନ୍ତି ଭକ୍ତ । ପବିତ୍ର ଘୋଷଯାତ୍ରାରେ ରଥଟାଣିବାକୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଅତି ଆନନ୍ଦ ସହକାରେ ଟାଣିଛନ୍ତି ରଥ । ରଥ ଦଉଡି ଛୁଇଁ ହୋଇଯାଇଛନ୍ତି ପବିତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ଚକ୍ଷୁ ହୋଇ ଯାଇଛି ପବିତ୍ର । ଶ୍ରୀବିଗ୍ରହଙ୍କୁ ଦେଖି ମନ ପୁରି ଯାଇଛି । ଧାର୍ଯ୍ୟ ସମୟରୁ ଢେର ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ମହାପ୍ରଭୁଙ୍କ ପହଣ୍ଡି […] The post ଆଜି ପାଇଁ ରଥଟଣା ଶେଷ, ଆସନ୍ତାକାଲି ପୁଣି ବଡଦାଣ୍ଡରେ ଗଡିବ ତିନିରଥ appeared first on KNews Odisha.

ପୁରୀ : ବଡଦାଣ୍ଡରେ ଗଡିଲା ତିନିରଥ । ରଥକୁ ଘେରି ରହିଛନ୍ତି ଭକ୍ତ । ପବିତ୍ର ଘୋଷଯାତ୍ରାରେ ରଥଟାଣିବାକୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଅତି ଆନନ୍ଦ ସହକାରେ ଟାଣିଛନ୍ତି ରଥ । ରଥ ଦଉଡି ଛୁଇଁ ହୋଇଯାଇଛନ୍ତି ପବିତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ଚକ୍ଷୁ ହୋଇ ଯାଇଛି ପବିତ୍ର । ଶ୍ରୀବିଗ୍ରହଙ୍କୁ ଦେଖି ମନ ପୁରି ଯାଇଛି । ଧାର୍ଯ୍ୟ ସମୟରୁ ଢେର ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ।
ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ ହୋଇଥିଲା । ତେବେ ସ୍ଥିର ହୋଇଥିବା ସମୟ ପୁର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା। ତେବେ ମରିଚିକୋଟ ଛକରେ ବଳରାମଙ୍କ ତାଳଧ୍ୱଜ ଅଟକିଛି ଶ୍ରୀକୃଷ୍ଣ ସିନେମା ହଲ ପାଖରେ ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଏବଂ ଶ୍ରୀମନ୍ଦିରର ଅଳ୍ପ ଦୁରରେ ଅଟକିଲା ନନ୍ଦିଘୋଷ ରଥ ।ଆଜି ପାଇଁ ରଥଟଣା ଶେଷ ହୋଇଛି ଆସନ୍ତା କାଲି ପୁଣି ରଥଟଣା ହେବ ।
The post ଆଜି ପାଇଁ ରଥଟଣା ଶେଷ, ଆସନ୍ତାକାଲି ପୁଣି ବଡଦାଣ୍ଡରେ ଗଡିବ ତିନିରଥ appeared first on KNews Odisha.