ଆଜି ପୁଣି ହେବ ରଥଟଣା ସକାଳ ସାଢେ ୯ ଟାରୁ ପୁଣି ଗଡିବ ରଥ

ପୁରୀ : ଆଜି ସକାଳ ସାଢେ ୯ ଟାରୁ ପୁଣି ଚାଲିବ ରଥଟଣା। ଗତକାଲି ସଂଧ୍ୟା ୭ଟା ୪୧ରେ ରଥଟଣା... The post ଆଜି ପୁଣି ହେବ ରଥଟଣା ସକାଳ ସାଢେ ୯ ଟାରୁ ପୁଣି ଗଡିବ ରଥ appeared first on .

ଆଜି ପୁଣି ହେବ ରଥଟଣା ସକାଳ ସାଢେ ୯ ଟାରୁ ପୁଣି ଗଡିବ ରଥ

ପୁରୀ : ଆଜି ସକାଳ ସାଢେ ୯ ଟାରୁ ପୁଣି ଚାଲିବ ରଥଟଣା। ଗତକାଲି ସଂଧ୍ୟା ୭ଟା ୪୧ରେ ରଥଟଣା ବନ୍ଦ ହୋଇଥିଲା। ବଳଗଣ୍ଡି ଛକରେ ଅଟକିଥିଲା ବଳଭଦ୍ରଙ୍କ ରଥ। ମରିଚିକୋଟ ଛକରେ ଅଟକିଥିଲା ମା ସୁଭଦ୍ରାଙ୍କ ରଥ। ସିଂହଦ୍ଵାର ସାମ୍ନାରେ କିଛି ବାଟ ଯାଇ ଅଟକିଥିଲା ନନ୍ଦିଘୋଷ ରଥ। ଗତକାଲି ବଳଭଦ୍ରଙ୍କ ରଥଟଣା ବିଳମ୍ବ ଯୋଗୁଁ ବଡ଼ଦାଣ୍ଡରେ ଅଟକିଯାଇଥିଲେ ମହାପ୍ରଭୁ। ଯାହାକୁ ନେଇ ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ, ଭକ୍ତଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଥିଲା। ଗତକାଲି ଅପରାହ୍ନ ୪ଟା ୫ରେ ରଥଟଣା ଆରମ୍ଭରୁହିଁ ବିଗିଡିଥିଲା ରଥଟଣା ଶୃଙ୍ଖଳା। ବଳଭଦ୍ରଙ୍କ ରଥ ମୋଡ଼ ଖାଇବାରୁ ରଥଟଣା ବିଳମ୍ବ ହୋଇଚାଲିଥିଲା। ବଳଭଦ୍ରଙ୍କ ରଥଟଣା ବିଳମ୍ବ ହେବାରୁ ପଛକୁ ପଛ ସୁଭଦ୍ରାଙ୍କ ରଥଟଣା ମଧ୍ୟ ବିଳମ୍ବ ହୋଇଥିଲା। ବିଧିରକ୍ଷା ପାଇଁ ନନ୍ଦିଘୋଷକୁ ଅଳ୍ପ ବାଟ ହିଁ ଟଣା ଯାଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ତୀବ୍ର ଅସନ୍ତୋଷ।

The post ଆଜି ପୁଣି ହେବ ରଥଟଣା ସକାଳ ସାଢେ ୯ ଟାରୁ ପୁଣି ଗଡିବ ରଥ appeared first on .