ନବୀନ ପଟ୍ଟନାୟକଙ୍କ ଯୋଗୁଁ ପୂରଣ ହୋଇଛି ଦୀର୍ଘ ଦିନର ସ୍ଵପ୍ନ

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ଯୋଗୁଁ ପୂରଣ ହୋଇଛି ଦୀର୍ଘ ଦିନର ସ୍ଵପ୍ନ l ଉପାନ୍ତରେ ସୁନ୍ଦର ଚକାଚକ୍ ପିଚୁ... The post ନବୀନ ପଟ୍ଟନାୟକଙ୍କ ଯୋଗୁଁ ପୂରଣ ହୋଇଛି ଦୀର୍ଘ ଦିନର ସ୍ଵପ୍ନ appeared first on .

ନବୀନ ପଟ୍ଟନାୟକଙ୍କ ଯୋଗୁଁ ପୂରଣ ହୋଇଛି ଦୀର୍ଘ ଦିନର ସ୍ଵପ୍ନ

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ଯୋଗୁଁ ପୂରଣ ହୋଇଛି ଦୀର୍ଘ ଦିନର ସ୍ଵପ୍ନ l ଉପାନ୍ତରେ ସୁନ୍ଦର ଚକାଚକ୍ ପିଚୁ ରାସ୍ତା ପାଇଲେ ଅଞ୍ଚଳବାସୀ l କଳାହାଣ୍ଡି ଗୋଲାମୁଣ୍ଡା ଗଣ୍ଡାମେର ପଞ୍ଚାୟତ ବାବେଗୁଡା ଗାଁରେ ଥିଲା ପକ୍କାରାସ୍ତା ସମସ୍ଯା। ବିଜେଡି ସରକାର ସମୟରେ ଲୋକଙ୍କ ଅଭିଯୋଗ ଶୁଣି ପକ୍କାରାସ୍ତା ପାଇଁ ଅର୍ଥ ମଞ୍ଜୁର କରିଥିଲେ ନବୀନ ପଟ୍ଟନାୟକ।

ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ। ଗାଁକୁ ଲମ୍ବିଲା ଚକାଚକ୍ ରାସ୍ତା। ଯାତାୟତରେ ରହୁନି କୌଣସି ସମସ୍ଯା। କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ଉପାନ୍ତ ଗାଁକୁ ପକ୍କା ରାସ୍ତା ମିଳିବା ପରେ ଲୋକଙ୍କ ଖୁସି କହିଲେ ନସରେ। ଗଣ୍ଡାମେର ପଞ୍ଚାୟତ ବାବେଗୁଡା ଗାଁରେ ପକ୍କାରାସ୍ତା ସମସ୍ଯା ଥିଲା। ଅତ୍ଯାବଶ୍ଯକ କାମ ପାଇଁ ଯିବାଆସିବାରେ ଲୋକେ ହଇରାଣ ହେଉଥିଲେ। ବିଭିନ୍ନ ସମୟରେ ପକ୍କାରାସ୍ତା ପାଇଁ ଦାବି ପରେ ଶେଷରେ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁର ପରେ ରାସ୍ତାକାମ ଆରମ୍ଭ ହୋଇଥିଲା।

ବିଜୁ ଏକ୍ସପ୍ରେସ ଠାରୁ ଗଣ୍ଡାମେର ଦେଇ ବାବେଗୁଡା ଯାଇଥିବା ଏହି ରାସ୍ତା ପାଇଁ ୩ କୋଟି ୫୮ ଲକ୍ଷ ୧୯ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ ଦାୟିତ୍ଵ ନେଇଥିଲା l କିଛି ସ୍ଥାନରେ କଂକ୍ରିଟ ହୋଇଥିବା ବେଳେ କିଛି ସ୍ଥାନରେ ପିଚୁ ରାସ୍ତା ନିର୍ମାଣ ହୋଇଛି l ଏହି ରାସ୍ତା ଦେଇ ୧୦ରୁ ଉର୍ଦ୍ଧ୍ବ ଗାଁର ଲୋକେ ଯାତାୟାତ କରୁଛନ୍ତି। ସରକାର ସିନା ବଦଳିଯାଇଛି ହେଲେ ସମସ୍ୟାରେ ଥିବା ଉପାନ୍ତ ବାସି ସୁନ୍ଦର ଚକାଚକ୍ ରାସ୍ତା ପାଇ ଏବେ ବି ନବୀନ ବାବୁଙ୍କ ବିକାଶକୁ ମନେ ପକାଉଛନ୍ତି l

 

The post ନବୀନ ପଟ୍ଟନାୟକଙ୍କ ଯୋଗୁଁ ପୂରଣ ହୋଇଛି ଦୀର୍ଘ ଦିନର ସ୍ଵପ୍ନ appeared first on .