ଆଜି ପୁରୁଣା ସାଙ୍ଗଙ୍କ ସହ ଭେଟ ହେବ, ମନ ପ୍ରସନ୍ନ ରହିବ, ଆଜିର ରାଶିଫଳ
ମେଷ : ଆଜି ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ ପ୍ରଭୃତି କ୍ଷେତ୍ରରେ କୌଣସି ଦେଖା ଦେଇପାରେ । ଶିଳ୍ପ, ବାଣିଜ୍ୟ ଓ ପରିବହନ ଭଲ ରହିବା ସହ କର୍ମକ୍ଷେତ୍ରରେ ସ୍ଥଗିତ କାମ ଶେଷ କରିବେ । ପରିବାର ସମସ୍ୟା ଭିତରେ ଗତି କଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିପାରିବେ । ମୂଲ୍ୟବାନ୍ ଜିନିଷ କ୍ରୟ ପାଇଁ ମନ ବଳାଇ ପାରନ୍ତି । ବୃଷ : ଆଜି କର୍ମାରମ୍ଭ ସକାଶେ ଯୋଜନା କରିବେ । ପାରିବାରିକ ସମସ୍ୟା ସମାଧାନ ଲାଗି […] The post ଆଜି ପୁରୁଣା ସାଙ୍ଗଙ୍କ ସହ ଭେଟ ହେବ, ମନ ପ୍ରସନ୍ନ ରହିବ, ଆଜିର ରାଶିଫଳ appeared first on KNews Odisha.

ମେଷ : ଆଜି ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ ପ୍ରଭୃତି କ୍ଷେତ୍ରରେ କୌଣସି ଦେଖା ଦେଇପାରେ । ଶିଳ୍ପ, ବାଣିଜ୍ୟ ଓ ପରିବହନ ଭଲ ରହିବା ସହ କର୍ମକ୍ଷେତ୍ରରେ ସ୍ଥଗିତ କାମ ଶେଷ କରିବେ । ପରିବାର ସମସ୍ୟା ଭିତରେ ଗତି କଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିପାରିବେ । ମୂଲ୍ୟବାନ୍ ଜିନିଷ କ୍ରୟ ପାଇଁ ମନ ବଳାଇ ପାରନ୍ତି ।
ବୃଷ : ଆଜି କର୍ମାରମ୍ଭ ସକାଶେ ଯୋଜନା କରିବେ । ପାରିବାରିକ ସମସ୍ୟା ସମାଧାନ ଲାଗି ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି । ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ଚଳାଇ ନେବାର ଚେଷ୍ଟା କରିବେ । ପରିବହନ, ବ୍ୟବସାୟ ବାଣିଜ୍ୟ, ହୋଟେଲ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ବିଶେଷ ସୁଫଳ ପ୍ରାପ୍ତି ହୋଇପାରେ ।
ମିଥୁନ : ଆଜି ପ୍ରତ୍ୟେକ କାମ ଭଲରେ ହୋଇଯିବ, କିନ୍ତୁ ପାରିବାରିକ କଥାକୁ ନେଇ ଡିପ୍ରେସନକୁ ଯାଇ ପାରନ୍ତି । ଆପଣଙ୍କ ବିନୟ ବଚନ ପ୍ରଭାବରୁ ସମସ୍ୟା ସମାଧାନ କରିବାରେ ସଫଳ ହେବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ । ବନ୍ଧୁ ଗହଣରେ ଆଲୋଚନାକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି ।
କର୍କଟ : ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ । ବ୍ୟବସାୟରେ ସମସ୍ୟା ବଡ଼ ଆକାର ଧାରଣ କରିପାରେ । ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ସାଧାରଣ କଥାକୁ ନେଇ ରାଗ ପଡ଼ିଥିବା ଅବୁଝା ବନ୍ଧୁଙ୍କୁ ବୁଝାଇ ମନାଇବା କଷ୍ଟକର ହୋଇପଡ଼ିବ ।
ସିଂହ : ପାରିବାରିକ ସହଯୋଗରେ ଚେଷ୍ଟା କରୁଥିବା କାମ ପାଇଁ ଖୋରାକି ମିଳିଯିବ । ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଲିପାରେ । ବନ୍ଧୁଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ଖୁସି ରହିବେ । ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହୋଇପାରନ୍ତି ।
କନ୍ୟା : ଫେରନ୍ତା ରାସ୍ତାରେ କୌଣସି ବ୍ୟକ୍ତିଙ୍କୁ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ବିଚଳିତ ହେବେ । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ମାନସିକ ସ୍ଥିତିକୁ ବିପନ୍ନ କରିପାରେ । ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ ।
ତୁଳା : ମନ ଅନୁଯାୟୀ କାର୍ଯ୍ୟହାସଲ ନ ହେବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହେବ । ଅର୍ଥନୈତିକ ଉନ୍ନତି, ସାମାଜିକ ପ୍ରଗତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ହେତୁକ ଖୁସିରେ ରହିବେ । ବନ୍ଧୁମିଳନ, ନୂତନ ସମ୍ପର୍କ ତିଆରି କାରିବା ଆଲୋଚନାର ସୁଯୋଗ ପାଇବେ । ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜିବେ ।
ବିଛା : ମନର ଅସନ୍ତୋଷକୁ ପରିପ୍ରକାଶ କରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ । ପରିବାରରେ ସୁଖ ଶାନ୍ତି ରହିବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ କର୍ମାରମ୍ଭ କ୍ଷେତ୍ରରେ ସଫଳତା ମିଳିବ । ରଚନାମତ୍କ କାମରେ, ଚୁକ୍ତିପତ୍ର କରିବାରେ ସଫଳ ହେବେ ।
ଧନୁ : ଆଜି ଯେତେ ଚେଷ୍ଟା କଲେ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ । ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ, ଯାହାକି ଆପଣଙ୍କ ସମସ୍ୟାକୁ କମାଇ ଦେବ । ବନ୍ଧୁ ଠିକ୍ ସମୟରେ ନ ଫେରିବାରୁ ବ୍ୟସ୍ତ ହୋଇପାରନ୍ତି । ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିଯିବାରୁ ବ୍ୟସ୍ତ ହୋଇପାରନ୍ତି ।
ମକର : ବିଗତ ଦିନର ଘଟଣାକୁ କେନ୍ଦ୍ରକରି ମନୋବଳ ହ୍ରାସ ପାଇବ । ଆଲୋଚନା ପରିସରରେ, ସଭାରେ, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ । ବକେୟା ଅର୍ଥ ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବିବାଦୀୟ ଘଟଣାରେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ ।
କୁମ୍ଭ : ଆଜିର ଯାତ୍ରା, ବ୍ୟବସାୟ, ପ୍ରତିଯୋଗିତା ଏବଂ ପ୍ରଶାସନିକ ଆଲୋଚନା ସମସ୍ୟା ଠିକି ହୋଇଯିବ । ପରିବାରରେ ବିଭିନ୍ନ ସମସ୍ୟାକୁ ସାମ୍ନା କରି ନ ପାରି ବିବ୍ରତ ହେବେ । ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ ।
ମୀନ : କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ, ପ୍ରତିବଦଳରେ ଓଲଟା ଫଳ ପାଇବେ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ଘରୋଇ ବ୍ୟାପାର ନେଇ ଅଶାନ୍ତ ହେବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଆନୁଷ୍ଠାନିକ କାର୍ଯ୍ୟ, ଜମିଜମା ବିବାଦରେ ଉପକୃତ ହେବେ ।
The post ଆଜି ପୁରୁଣା ସାଙ୍ଗଙ୍କ ସହ ଭେଟ ହେବ, ମନ ପ୍ରସନ୍ନ ରହିବ, ଆଜିର ରାଶିଫଳ appeared first on KNews Odisha.