ଆଜି ପ୍ରକାଶ ପାଇବ ଆସନ୍ତା ଜନଗଣନା ବିଜ୍ଞପ୍ତି, ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆସନ୍ତା ଜନଗଣନାର ବିଜ୍ଞପ୍ତି। ଏକ ବୈଠକରେ ଜନଗଣନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ... The post ଆଜି ପ୍ରକାଶ ପାଇବ ଆସନ୍ତା ଜନଗଣନା ବିଜ୍ଞପ୍ତି, ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା appeared first on .
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆସନ୍ତା ଜନଗଣନାର ବିଜ୍ଞପ୍ତି। ଏକ ବୈଠକରେ ଜନଗଣନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଗାମୀ ଜନଗଣନାର ପ୍ରସ୍ତୁତି ସେ ସମୀକ୍ଷା କରିଛନ୍ତି। ଜାତି ଗଣନା ସହିତ ଭାରତର ଷୋଡ଼ଶ ଜନଗଣନା ୨୦୨୭ରେ କରାଯିବ। ଲଦାଖ ଭଳି ତୁଷାରପାତ ଅଞ୍ଚଳଗୁଡ଼ିକରେ ଅକ୍ଟୋବର ପହିଲା ୨୦୨୬ ରୁ ଆରମ୍ଭ ହେବ ଜନଗଣନା। ଦେଶର ଅନ୍ୟାନ୍ୟ ସ୍ଥାନରେ ୧ ମାର୍ଚ୍ଚ ୨୦୨୭ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।
ଏଥର ଜାତିଗଣନା ବି ହେବ। ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକାକରଣ କାର୍ଯ୍ୟ, ପ୍ରତ୍ୟେକ ପରିବାରର ବାସସ୍ଥାନ ଅବସ୍ଥା, ସମ୍ପତ୍ତି ଏବଂ ସୁବିଧା ସୁଯୋଗର ତଥ୍ୟ ସଂଗ୍ରହ କରାଯିବ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନାରେ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସଂଖ୍ୟାଗତ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ। ଜନଗଣନାରେ ଜାତି ଗଣନା ମଧ୍ୟ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି। ଜନଗଣନା କାର୍ଯ୍ୟ ପାଇଁ ୩୪ ଲକ୍ଷ ଗଣନାକାରୀ, ପର୍ଯ୍ୟବେକ୍ଷକ ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ। ଆଗାମୀ ଜନଗଣନା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ। ଲୋକମାନଙ୍କୁ ସ୍ୱୟଂ-ଗଣନାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବ। ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୁଏ। କିନ୍ତୁ କରୋନା ପାଇଁ ୨୦୨୧ରେ ଏହା ହୋଇପାରିନଥିଲା।
The post ଆଜି ପ୍ରକାଶ ପାଇବ ଆସନ୍ତା ଜନଗଣନା ବିଜ୍ଞପ୍ତି, ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା appeared first on .