ଆହୁରି ଶକ୍ତିଶାଳୀ ହେବ ବିଜେଡି; ପୁରୁଖା ଓ ଦକ୍ଷ ନେତାଙ୍କ ନେତୃତ୍ବକୁ ଭରସା
ନନ୍ଦିଘୋଷ ବ୍ୟୁରୋ : ଚଳଚଞ୍ଚଳ ଶଙ୍ଖ ଭବନ। ନୂଆ ରୂପରେ ନୂଆ ଶକ୍ତି ନେଇ ପ୍ରସ୍ତୁତ ହେଉଛି ବିଜେଡି ସଂଗଠନ।... The post ଆହୁରି ଶକ୍ତିଶାଳୀ ହେବ ବିଜେଡି; ପୁରୁଖା ଓ ଦକ୍ଷ ନେତାଙ୍କ ନେତୃତ୍ବକୁ ଭରସା appeared first on .
ନନ୍ଦିଘୋଷ ବ୍ୟୁରୋ : ଚଳଚଞ୍ଚଳ ଶଙ୍ଖ ଭବନ। ନୂଆ ରୂପରେ ନୂଆ ଶକ୍ତି ନେଇ ପ୍ରସ୍ତୁତ ହେଉଛି ବିଜେଡି ସଂଗଠନ। ସବୁ ପ୍ରକାର ସନ୍ତୁଳନ ରକ୍ଷା କରି ଗଠିତ ହେଉଛି ବିଜେଡିର ନୂଆ ଟିମ। ବରିଷ୍ଠ, କନିଷ୍ଠ, କାର୍ଯ୍ୟଦକ୍ଷତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ଆଞ୍ଚଳିକତା ଭିତ୍ତିରେ ବି ସଙ୍ଗଠନକୁ ଦିଆଯାଉଛି ନୂଆ ରୂପ। ପୁରୁଖା ଓ ଦକ୍ଷ ନେତାଙ୍କୁ କର୍ମକର୍ତ୍ତା ଭାବେ ନିଯୁକ୍ତି ଦିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ୧୯ ତାରିଖ ପରେ ଶେଷ ହେବ ସଭାପତି ନିର୍ବାଚନ ପ୍ରକ୍ରିୟା। ଏହା ପରେ ବସିବ ରାଜ୍ୟ ପରିଷଦ ବୈଠକ। ରାଜ୍ୟ ସଭାପତି ଘୋଷଣା ପରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଛାମୁଆ ସଂଗଠନ ସଭାପତିଙ୍କ ନା ଘୋଷଣା ହେବ।
ଏପ୍ରିଲ ଶେଷ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ଗତ ୧୦ ମାସ ଭିତରେ ଜିଲ୍ଲା ନେତୃତ୍ୱଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଭେଟିବା ସହ ପରାମର୍ଶ ପରେ ଛାମୁଆ ସଂଗଠନର କୋର ଗ୍ରୁପ ଗଠନ ହୋଇଛି। ଆଗକୁ ଏହି କୋର ଗ୍ରୁପ ସହ ଆଲୋଚନା କରି ସଭାପତି ରାଜ୍ୟର ଅନ୍ୟାନ୍ୟ ସଂଗଠନର ଚୂଡାନ୍ତ ନିଷ୍ପତ୍ତି ନେବେ। ଦଳର ୧୮ ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଘୋଷଣା ହୋଇଛି। ସେପଟେ ଦଳକୁ ଅଧିକ ସୁଦୃଢ କରିବା ପାଇଁ ନେତୃତ୍ୱ ଓ ସଭାପତି ସମସ୍ତ ପଦକ୍ଷେପ ନେଉଥିବା କୁହାଯାଇଛି।
The post ଆହୁରି ଶକ୍ତିଶାଳୀ ହେବ ବିଜେଡି; ପୁରୁଖା ଓ ଦକ୍ଷ ନେତାଙ୍କ ନେତୃତ୍ବକୁ ଭରସା appeared first on .