୨ ଯୁବକ ଜିଅନ୍ତା ଜଳିଯିବା ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୭ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଜକର ଗ୍ରାମ ନିକଟ ମା’ ରତ୍ନେଇ ଠାକୁରାଣୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଧାନ ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ସମେତ ବାଇକରେ ବସିଥିବା ଅନ୍ୟ ୨ ଜଣ ଜଳି ଯାଇଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲା କାବିଟି ଥାନା ଚିତ୍ରିପୁଟୁ ଗ୍ରାମର ପି.ଲକ୍ଷ୍ମଣ ଏବଂ ଭେଜିପୁଟ ଗ୍ରାମର ଟି.ରାଜୁ ଜିଅନ୍ତା ଜଳି ଯାଇଥିଲେ। […] The post ୨ ଯୁବକ ଜିଅନ୍ତା ଜଳିଯିବା ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.

୨ ଯୁବକ ଜିଅନ୍ତା ଜଳିଯିବା ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୭ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଜକର ଗ୍ରାମ ନିକଟ ମା’ ରତ୍ନେଇ ଠାକୁରାଣୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଧାନ ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ସମେତ ବାଇକରେ ବସିଥିବା ଅନ୍ୟ ୨ ଜଣ ଜଳି ଯାଇଥିଲେ।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲା କାବିଟି ଥାନା ଚିତ୍ରିପୁଟୁ ଗ୍ରାମର ପି.ଲକ୍ଷ୍ମଣ ଏବଂ ଭେଜିପୁଟ ଗ୍ରାମର ଟି.ରାଜୁ ଜିଅନ୍ତା ଜଳି ଯାଇଥିଲେ। ଅନ୍ୟଜଣେ ଚିତ୍ରିପୁଟ ଗ୍ରାମର ସିଏଚ୍‌.ଲୋକନାଥ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ଏସ୍‌ଆଇ ଜୟନାଥ ପ୍ରଧାନ ଗୁରୁବାର ଆନ୍ଧ୍ର ପ୍ରଦେଶ ଆମ୍ବେଦକର ଜିଲା ମାଣ୍ଡାପାଟା ଗ୍ରାମାଞ୍ଚଳ ଥାନା ମାଣ୍ଡାପାଟା ରୋଡ଼ ନିବାସୀ ଟ୍ରକ ଚାଳକ ଶେଖ. ଇସମାଇଲଙ୍କୁ ଗିରଫ କରି ମାମଲା ନଂ.୭୪/୨୫ ଅନୁଯାୟୀ ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି।

The post ୨ ଯୁବକ ଜିଅନ୍ତା ଜଳିଯିବା ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.