ଆଜି ବସିବ CCS ବୈଠକ, ଅପରେସନ୍ ସିନ୍ଦୂର ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ବସୁଛି କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି, CCS ବୈଠକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ।... The post ଆଜି ବସିବ CCS ବୈଠକ, ଅପରେସନ୍ ସିନ୍ଦୂର ନେଇ ହେବ ଆଲୋଚନା appeared first on .

ଆଜି ବସିବ CCS ବୈଠକ, ଅପରେସନ୍ ସିନ୍ଦୂର ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ବସୁଛି କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି, CCS ବୈଠକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଏହି ମିଟିଂରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେବେ ବୋଲି ଜଣାପଡ଼ିଛି। ତା ସହିତ NSA ଅଜିତ ଡୋଭାଲ, ସିଡିଏସ୍‌, ତିନି ସେନାର ମୁଖ୍ୟ ମଧ୍ୟ ଯୋଗ ଦେଇପାରନ୍ତି। ଦେଶର ସୁରକ୍ଷା ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶେଷ କରି ଅପରେସନ ସିନ୍ଦୂର, ତା ପରେ ଅସ୍ତ୍ରବିରତି ପାଇଁ ପାକିସ୍ତାନ ସହିତ ସହମତି, ପହଲଗାଓଁ ଆକ୍ରମଣ ପରର ସ୍ଥିତି ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏପ୍ରିଲ ୨୨ରେ ପହଲଗାଓଁରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତ କରିଥିଲା ଅପରେସନ ସିନ୍ଦୂର। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ଵଂସ କରିଥିଲା ଭାରତୀୟ ବାୟୁସେନା। ପ୍ରତିଆକ୍ରମଣ କରିବାକୁ ପାକିସ୍ତାନ ଚେଷ୍ଟା କରିଥିଲେ ମଧ୍ୟ ତାକୁ ପ୍ରତିହତ କରିଥିବା ଭାରତର ଡିଫେନ୍ସ ସିଷ୍ଟମ। ଏପରିକି ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ୧୦ ତାରିଖରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଥିଲେ। ବର୍ତ୍ତମାନ ସ୍ଥିତି ଶାନ୍ତ ଥିଲେ ମଧ୍ୟ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ହେଉଛି ଦୁଇଟି ଗୁରୁତ୍ଵପୂର୍ଣ୍ଣ ବୈଠକ ।

The post ଆଜି ବସିବ CCS ବୈଠକ, ଅପରେସନ୍ ସିନ୍ଦୂର ନେଇ ହେବ ଆଲୋଚନା appeared first on .