ଆଜି ବାଜିବ ନିର୍ବାଚନୀ ବିଗୁଲ

ନୂଆଦିଲ୍ଲୀ,୧୬ା୩: ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏବଂ ନବ ନିଯୁକ୍ତ ୨ ନିର୍ବାଚନ କମିଶନର (ଇସି) ଜ୍ଞାନେଶ କୁମାର ଓ ସୁଖବୀର ସିଂ ସନ୍ଧୁ ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ। ଏନେଇ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ ହ୍ୟାଣ୍ଡେଲରେ ଶୁକ୍ରବାର ସୂଚନା […] The post ଆଜି ବାଜିବ ନିର୍ବାଚନୀ ବିଗୁଲ appeared first on Dharitri Odia News.

ଆଜି ବାଜିବ ନିର୍ବାଚନୀ ବିଗୁଲ

ନୂଆଦିଲ୍ଲୀ,୧୬ା୩: ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏବଂ ନବ ନିଯୁକ୍ତ ୨ ନିର୍ବାଚନ କମିଶନର (ଇସି) ଜ୍ଞାନେଶ କୁମାର ଓ ସୁଖବୀର ସିଂ ସନ୍ଧୁ ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ। ଏନେଇ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ ହ୍ୟାଣ୍ଡେଲରେ ଶୁକ୍ରବାର ସୂଚନା ଦିଆଯାଇଛି। ବର୍ତ୍ତମାନର ଲୋକ ସଭା କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୧୬ରେ ଶେଷ ହେବ। ଏଥିସହ ନୂଆ ଲୋକ ସଭା ଗଠନ କରାଯିବ। ଏଥିପାଇଁ ଏପ୍ରିଲରୁ ମେ’ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ଖବରଦାତା ସମ୍ମିଳନୀରେ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରାଯିବ। ଏହି ଘୋଷଣା ସହ ଦେଶରେ ନିର୍ବାଚନୀ ବିଗୁଲ ବାଜିବ ଓ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଗତ ଲୋକ ସଭା ନିର୍ବାଚନ ତାରିଖ ୨୦୧୯ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ନିର୍ବାଚନ ଏପ୍ରିଲ ୧୧ରୁ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ମେ’ ୨୩ରେ ଭୋଟ ଗଣତି କରାଯାଇଥିଲା। ଶନିବାର ଆଗାମୀ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ବ୍ଲକ୍‌ ଇଣ୍ଡିଆ ମଧ୍ୟରେ ରାଜନୈତିକ ଯୁଦ୍ଧର ମଞ୍ଚ ପ୍ରସ୍ତୁତ ହେବ। ଏହି ନିର୍ବାଚନରେ ମୋଟ ୯୬.୮୮ କୋଟି ଭୋଟର ମତଦାନ କରିବେ।

The post ଆଜି ବାଜିବ ନିର୍ବାଚନୀ ବିଗୁଲ appeared first on Dharitri Odia News.