ସାମ୍ବାଦିକ କହି ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍
ଭବାନୀପାଟଣା: ୨ ଲକ୍ଷରୁ ଅଧିକ ଟଙ୍କାର ଲୁଟ୍ କଲେ ସାମ୍ବାଦିକ। ଲୁଟ୍ ଘଟଣାରେ ୩ ସାମ୍ବାଦିକଙ୍କୁ ଅଟକ ରଖିଛି ପୋଲିସ୍।... The post ସାମ୍ବାଦିକ କହି ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ appeared first on .
ଭବାନୀପାଟଣା: ୨ ଲକ୍ଷରୁ ଅଧିକ ଟଙ୍କାର ଲୁଟ୍ କଲେ ସାମ୍ବାଦିକ। ଲୁଟ୍ ଘଟଣାରେ ୩ ସାମ୍ବାଦିକଙ୍କୁ ଅଟକ ରଖିଛି ପୋଲିସ୍। ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ର ନିକଟରେ କିଛି ଯୁବକ କାର୍ରେ ଯାଉଥିବା ପୋଲିସ ଡାକିବା ଭୟ ଦେଖାଇ ସାମ୍ବାଦିକମାନେ ତାଙ୍କୁ ଅଟକାଇଥିଲେ। ଗାଡ଼ିରେ ଥିବା ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରିଥିଲେ। ଏନେଇ ଗାଡି ମାଲିକ ସଦର ଥାନାରେ ଅଭିଯୋଗ କରିଥିଲେ।
ନିଜକୁ ସାମ୍ବାଦିକ ପରିଚୟ ଦେଇ ସେମାନେ ଲୁଟ କରିଥିବା ଅଭିଯୋଗ ହେଇଛି। ସଇଁନ୍ତଲା ପୁଲିସ ସହାୟତାରେ ବେଲଗାଁ ନିକଟରୁ ୩ ଜଣଙ୍କୁ ଧରିଥିଲା ପୋଲିସ। ସମୁଦାୟ ୪ଜଣଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ସାମ୍ବାଦିକ ୱେବ୍ ପୋର୍ଟାଲରେ କାମ କରୁଥିବା ଜଣାପଡିଛି। ଘଟଣାରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ।
The post ସାମ୍ବାଦିକ କହି ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ appeared first on .