ଆଜି ବି ରହିଛି ସର୍କସର କ୍ରେଜ୍, ଲାଗୁଛି ଲୋକଙ୍କ ଭିଡ଼
ନନ୍ଦିଘୋଷ ବ୍ୟୁରୋ: ସର୍କସ୍ ନାଁ ଶୁଣିଲେ ପିଲାଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥାଏ । ବାଘ, ହାତୀ ଖେଳ ସାଙ୍ଗକୁ... The post ଆଜି ବି ରହିଛି ସର୍କସର କ୍ରେଜ୍, ଲାଗୁଛି ଲୋକଙ୍କ ଭିଡ଼ appeared first on .
ନନ୍ଦିଘୋଷ ବ୍ୟୁରୋ: ସର୍କସ୍ ନାଁ ଶୁଣିଲେ ପିଲାଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥାଏ । ବାଘ, ହାତୀ ଖେଳ ସାଙ୍ଗକୁ ଜୋକରଙ୍କ ମଜା ମଜା ଅଭିନୟ ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ହେଲେ ସୁପ୍ରିମ୍ କୋର୍ଟଙ୍କର ନିର୍ଦ୍ଦେଶ ପରେ ସର୍କସରୁ ପଶୁ ପକ୍ଷୀଙ୍କୁ ବାଦ୍ ଦିଆଯାଇଛି । ତଥାପି ଆଜି ବି ରହିଛି ସର୍କସର କ୍ରେଜ୍ । ଦୀର୍ଘ ବର୍ଷ ପରେ ବାଲେଶ୍ବରରେ ରୋଲେକ୍ସ ସର୍କସ ଗ୍ୟାଲେରୀକୁ ଦେଖିଲେ ଏହି କଥାକୁ ବୁଝି ହେଉଛି ।
ଦିବ୍ୟାଙ୍ଗଙ୍କ ଦେହରେ ରଙ୍ଗ ବେରଙ୍ଗର ପୋଷାକ। ମଥାରେ ଲମ୍ବା ଟୋପି ସାଙ୍ଗକୁ ମୁହଁରେ ଚିତ୍ର ଦେଖି ମନ ଭରି ଯାଉଛି । ଆଉ ତା ସାଙ୍ଗକୁ ମଜା ମଜା ଖେଳ ଦେଖାଇ ଦର୍ଶକଙ୍କ ମନ ମୋହୁଛନ୍ତି ରୋଲେକ୍ସ ସର୍କସ୍ର ଜୋକର୍ ଅନିମେଶ ଓ ଦୀପକ । ତାଙ୍କ ସହିତ ମଣିପୁର ଯୁବତୀଙ୍କ ଜିମ୍ନାଷ୍ଟିକ୍ ଖେଳ ଦର୍ଶକଙ୍କୁ ଚକିତ କରିଦେଉଛି । ଦୁଇ ରଙ୍ଗର ପାଣି ଗୋଟିଏ ଥରରେ ପିଇଦେଇ ଅଲଗା ଅଲଗା ମଗ୍ରେ ଅଲଗା ଅଲଗା ରଙ୍ଗର ପାଣି ବାହାର କରିବା, ଗ୍ଲୋବ୍ ଭିତରେ ମୋଟରସାଇକେଲ ଚଳାଇବା, ଦୋଳି ଝୁଲଣାରେ ଖେଳ ଦର୍ଶକଙ୍କ ମନ ମୋହୁଛି। ସର୍କସ୍ରେ ପଶୁ, ପକ୍ଷୀ ନାହାନ୍ତି ସତ। ହେଲେ ରୋଲେକ୍ସ ସର୍କସ୍ର ଗ୍ୟାଲେରୀରେ ଦର୍ଶକଙ୍କ ଭିଡ଼ ସର୍କସର କ୍ରେଜ୍କୁ ପ୍ରମାଣିତ କରିଛି ।
ବାଲେଶ୍ବରର ଆଇଟିଆଇ ପଡିଆରେ ଲୋଲେକ୍ସ ସର୍କସ ଡେରା ଜମାଇଛି । ୩୦ ଦିନ ପାଇଁ ଦର୍ଶକଙ୍କୁ ଭରପୁର ମନୋରଞ୍ଜ ଯୋଗାଇବ । ପ୍ରତିଦିନ ଅପରାହ୍ନ ଗୋଟାଏ, ୩ଟା ଓ ସଂନ୍ଧ୍ୟା ୭ ଟାରେ ଶୋ ଆରମ୍ଭ ହେଉଛି । ଦର୍ଶକଙ୍କ ପାଇଁ ଖେଳ ଦେଖିବାକୁ ଅଗ୍ରିମ ଟିକେଟ୍ ସାଙ୍ଗକୁ ତତ୍କାଳ ଟିକେଟ୍ ମଧ୍ୟ ମିଳି ପାରୁଛି । ସରକାରୀ କଟକଣା ଥାଇ ମଧ୍ୟ ସର୍କସ୍ରେ ରଙ୍ଗିନ୍ ପୋଷାକ ପିନ୍ଧି ଦର୍ଶକଙ୍କୁ ମନୋରଞ୍ଜନ ଦେଉଛନ୍ତି ପଡ଼ୋଶୀ ରଜ୍ୟର କଳାକାର । ଶୋମ୍ଯାନଙ୍କ ଚିତାକର୍ଶକ ଖେଳ ଯୋଗୁ ସର୍କସ କମ୍ପାନୀ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛି।
The post ଆଜି ବି ରହିଛି ସର୍କସର କ୍ରେଜ୍, ଲାଗୁଛି ଲୋକଙ୍କ ଭିଡ଼ appeared first on .