ଆଜି ବିଶ୍ୱ ଅଙ୍ଗଦାନ ଦିବସ

ଭୁବନେଶ୍ୱର : ଆଜି ବିଶ୍ଵ ଅଙ୍ଗଦାନ ଦିବସ। ଅଙ୍ଗଦାନର ମହତ୍ତ୍ଵ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ଵ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଏ। ଲୋକଙ୍କୁ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଉତ୍ସାହିତ କରିବା ଏହି ଦିବସର ଏକମାତ୍ର ଉଦ୍ଦେଶ୍ୟ। ଚଳିତ ବର୍ଷ ବିଶ୍ଵ ଅଙ୍ଗଦାନ ଦିବସର ସ୍ଲୋଗାନ ହେଉଛି ଆଜି କାହା ମୁହଁରେ ହସ ଦେଖିବାର କାରଣ ହୁଅ। ଅଙ୍ଗଦାନ କରିବା ଫଳରେ ଅନ୍ୟର ଜୀବନରେ […]

ଆଜି ବିଶ୍ୱ ଅଙ୍ଗଦାନ ଦିବସ
ଆଜି ବିଶ୍ୱ ଅଙ୍ଗଦାନ ଦିବସ

ଭୁବନେଶ୍ୱର : ଆଜି ବିଶ୍ଵ ଅଙ୍ଗଦାନ ଦିବସ। ଅଙ୍ଗଦାନର ମହତ୍ତ୍ଵ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ଵ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଏ। ଲୋକଙ୍କୁ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଉତ୍ସାହିତ କରିବା ଏହି ଦିବସର ଏକମାତ୍ର ଉଦ୍ଦେଶ୍ୟ। ଚଳିତ ବର୍ଷ ବିଶ୍ଵ ଅଙ୍ଗଦାନ ଦିବସର ସ୍ଲୋଗାନ ହେଉଛି ଆଜି କାହା ମୁହଁରେ ହସ ଦେଖିବାର କାରଣ ହୁଅ। ଅଙ୍ଗଦାନ କରିବା ଫଳରେ ଅନ୍ୟର ଜୀବନରେ ଖୁସି ଭରି ହେବ। ଅତୀତରେ ମହାମାରୀ ଏବଂ ଅଙ୍ଗ ବିଫଳତା ଯୋଗୁଁ ଅନେକ ଜୀବନ ନଷ୍ଟ ହୋଇଛି। ଅଙ୍ଗଦାନ ଫଳରେ ସେଭଳି ସମସ୍ୟାକୁ ମୁକାବିଲା କରାଯାଇପାରିବ। ସେପଟେ ଆଜି ବିଶ୍ଵ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଙ୍ଗଦାନ କରି ସମାଜ ପାଇଁ ଉଦାହରଣ ସାଜିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବଂ ସମସ୍ତେ ମିଶି ଅଙ୍ଗଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛନ୍ତି।