ଆଜି ଭାଜପାର କୋର କମିଟି ବୈଠକ: ୟୁପି, ଓଡ଼ିଶା, ପଶ୍ଚିମବଙ୍ଗ ଆସନ ଉପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯିବା ପରେ ସାରା ଦେଶରେ ରାଜନୈତିକ ଉତ୍ତାପ ତୀବ୍ର ହୋଇଛି। ସମସ୍ତ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ସମୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଭାଜପାର କୋର ଗ୍ରୁପ୍‌ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ଅବଶିଷ୍ଟ ଆସନ ବିଷୟରେ ଆଲୋଚନା ହେବ। ଜେପି ନଡ୍ଡା, ଅମିତ ଶାହା ଏହି ବୈଠକରେ ଯୋଗଦେବେ। କେବଳ ଏତିକି ନୁହେଁ, ବିହାରରେ ଏନଡିଏ […] The post ଆଜି ଭାଜପାର କୋର କମିଟି ବୈଠକ: ୟୁପି, ଓଡ଼ିଶା, ପଶ୍ଚିମବଙ୍ଗ ଆସନ ଉପରେ ହେବ ନିଷ୍ପତ୍ତି appeared first on Dharitri Odia News.

ଆଜି ଭାଜପାର କୋର କମିଟି ବୈଠକ: ୟୁପି, ଓଡ଼ିଶା, ପଶ୍ଚିମବଙ୍ଗ ଆସନ ଉପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯିବା ପରେ ସାରା ଦେଶରେ ରାଜନୈତିକ ଉତ୍ତାପ ତୀବ୍ର ହୋଇଛି। ସମସ୍ତ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ସମୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଭାଜପାର କୋର ଗ୍ରୁପ୍‌ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ଅବଶିଷ୍ଟ ଆସନ ବିଷୟରେ ଆଲୋଚନା ହେବ। ଜେପି ନଡ୍ଡା, ଅମିତ ଶାହା ଏହି ବୈଠକରେ ଯୋଗଦେବେ।

କେବଳ ଏତିକି ନୁହେଁ, ବିହାରରେ ଏନଡିଏ ସିଟ ବାଣ୍ଟିବା ଉପରେ ଆଜି ମଧ୍ୟ ନିଷ୍ପତ୍ତି ନିଆଯାଇପାରେ। ବିହାରରେ ଆସନ ବାଣ୍ଟିବା ନେଇ ଆରଜେଡି ନେତା ତେଜସ୍ବୀ ଯାଦବ ଆଜି ଦିଲ୍ଲୀରେ କଂଗ୍ରେସ ନେତୃତ୍ୱଙ୍କୁ ଭେଟିପାରନ୍ତି। ନୀତୀଶ କୁମାର ଆଜି ଦିଲ୍ଲୀରେ ଭାଜପା ନେତାଙ୍କୁ ଭେଟିବେ। ମହାରାଷ୍ଟ୍ର ରାଜନୀତି ପାଇଁ ଆଜି ମଧ୍ୟ ଏକ ବିଶେଷ ଦିନ। ରାଜ୍ୟରେ ମହାବିକାଶ ଅଗାଡି ମଧ୍ୟରେ ଆସନ ବଣ୍ଟନ ଆଜି ଶେଷ ହେବ ବୋଲି ଆଶା କରାଯାଉଛି।

The post ଆଜି ଭାଜପାର କୋର କମିଟି ବୈଠକ: ୟୁପି, ଓଡ଼ିଶା, ପଶ୍ଚିମବଙ୍ଗ ଆସନ ଉପରେ ହେବ ନିଷ୍ପତ୍ତି appeared first on Dharitri Odia News.