ଏହି ଦୁଇ ଭାରତୀୟ ଖେଳାଳିଙ୍କ ପୃଥ୍ଵୀ ଶଙ୍କ ପରି ଅବସ୍ଥା ହେବାକୁ ଯାଉଥିଲା , ସମୟ ପୂର୍ବରୁ...
ନୂଆଦିଲ୍ଲୀ: ଗତ ଦିନରେ ପୃଥ୍ଵୀ ଶ ନିଜର ଫିଟନେସ୍ ଓ ଖରାପ ବ୍ୟବହାର କାରଣରୁ ସମାଲୋଚନାର ଶିକାର ହୋଇଛନ୍ତି। ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୪ରେ ମୁମ୍ବାଇ ପକ୍ଷରୁ ଖେଳିଥିଲେ ପୃଥ୍ଵୀ ଶ। ମାତ୍ର ଏବେ ସ୍ଥିତି ଏମିତି ଯେ, ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇର ୧୬ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳିନି। ୨୫ ବର୍ଷ ବୟସରେ ପୃଥ୍ଵୀ ଶଙ୍କ କ୍ୟାରିୟର ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଭାରତୀୟ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଆଶା ବହୁତ କ୍ଷୀଣ ଲାଗୁଛି। କିଛି ମାସ ପୂର୍ବେ ଏମିତି ଦୁଇ ଜଣ ଭାରତୀୟ ଖେଳାଳି ଥିଲେ, ଯେଉଁମାନେ ଠିକ୍ ପୃଥ୍ଵୀ ଶଙ୍କ ପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଏବେ ଦୁଇ ଖେଳାଳି ନିଜର କ୍ୟାରିୟରକୁ ଏକ ନୂତନ ସ୍ତରରେ ନେଇ ଯିବାକୁ ପ୍ରତିବଦ୍ଧ ଅଛନ୍ତି।ଯେଉଁ ଦୁଇ ଖେଳାଳିଙ୍କ ଉପରେ ଆଲୋଚନା ହେଉଛି ସେମାନେ ହେଲେ ଶ୍ରେୟସ ଆୟର ଓ ଇଶାନ କିଶନ। ଆୟର ଓ କିଶନ ୨୦୨୩ ବିଶ୍ଵକପ୍ରେ ଭାରତୀୟ ଦଳର ସଦସ୍ୟ ଥିଲେ। ଗୋଟିଏ ପଟେ ଇଶାନଙ୍କ ୨୦୨୩ ନଭେମ୍ବର ପରଠୁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟି ନ ଥିବା ବେଳେ ଅନ୍ୟପଟେ ଆୟର ଚଳିତ ବର୍ଷ ଜାନୁଆରୀରେ ଶେଷ ଥର ଭାରତ ପକ୍ଷରୁ ଖେଳିଥିଲେ। ୨୦୨୪ରେ ବିସିସିଆଇ ଏକ ଆଦେଶ ଜାରି କରିଥିଲା ଯେ ଯଦି କୌଣସି ଖେଳାଳି ଭାରତୀୟ ଦଳ ପକ୍ଷରୁ ସିରିଜ୍ ଖେଳୁ ନାହାନ୍ତି ତେବେ ତାଙ୍କୁ ଘରୋଇ କ୍ରିକେଟ୍ ଖେଳିବା ବାଧ୍ୟତାମୂଳକ। Also read: ଏମିତି ହେ
ନୂଆଦିଲ୍ଲୀ: ଗତ ଦିନରେ ପୃଥ୍ଵୀ ଶ ନିଜର ଫିଟନେସ୍ ଓ ଖରାପ ବ୍ୟବହାର କାରଣରୁ ସମାଲୋଚନାର ଶିକାର ହୋଇଛନ୍ତି। ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୪ରେ ମୁମ୍ବାଇ ପକ୍ଷରୁ ଖେଳିଥିଲେ ପୃଥ୍ଵୀ ଶ। ମାତ୍ର ଏବେ ସ୍ଥିତି ଏମିତି ଯେ, ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇର ୧୬ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳିନି। ୨୫ ବର୍ଷ ବୟସରେ ପୃଥ୍ଵୀ ଶଙ୍କ କ୍ୟାରିୟର ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଭାରତୀୟ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଆଶା ବହୁତ କ୍ଷୀଣ ଲାଗୁଛି। କିଛି ମାସ ପୂର୍ବେ ଏମିତି ଦୁଇ ଜଣ ଭାରତୀୟ ଖେଳାଳି ଥିଲେ, ଯେଉଁମାନେ ଠିକ୍ ପୃଥ୍ଵୀ ଶଙ୍କ ପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଏବେ ଦୁଇ ଖେଳାଳି ନିଜର କ୍ୟାରିୟରକୁ ଏକ ନୂତନ ସ୍ତରରେ ନେଇ ଯିବାକୁ ପ୍ରତିବଦ୍ଧ ଅଛନ୍ତି।
ଯେଉଁ ଦୁଇ ଖେଳାଳିଙ୍କ ଉପରେ ଆଲୋଚନା ହେଉଛି ସେମାନେ ହେଲେ ଶ୍ରେୟସ ଆୟର ଓ ଇଶାନ କିଶନ। ଆୟର ଓ କିଶନ ୨୦୨୩ ବିଶ୍ଵକପ୍ରେ ଭାରତୀୟ ଦଳର ସଦସ୍ୟ ଥିଲେ। ଗୋଟିଏ ପଟେ ଇଶାନଙ୍କ ୨୦୨୩ ନଭେମ୍ବର ପରଠୁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟି ନ ଥିବା ବେଳେ ଅନ୍ୟପଟେ ଆୟର ଚଳିତ ବର୍ଷ ଜାନୁଆରୀରେ ଶେଷ ଥର ଭାରତ ପକ୍ଷରୁ ଖେଳିଥିଲେ। ୨୦୨୪ରେ ବିସିସିଆଇ ଏକ ଆଦେଶ ଜାରି କରିଥିଲା ଯେ ଯଦି କୌଣସି ଖେଳାଳି ଭାରତୀୟ ଦଳ ପକ୍ଷରୁ ସିରିଜ୍ ଖେଳୁ ନାହାନ୍ତି ତେବେ ତାଙ୍କୁ ଘରୋଇ କ୍ରିକେଟ୍ ଖେଳିବା ବାଧ୍ୟତାମୂଳକ।
Also read: ଏମିତି ହୋଇପାରେ ଚାମ୍ପିଅନ୍ସ ଟ୍ରଫିର ସିଡ୍ୟୁଲ, ଜାଣନ୍ତୁ କେବେ ହେବ ଭାରତ-ପାକିସ୍ତାନ ମ୍ୟାଚ୍
ଶ୍ରେୟସ ଆୟର ଓ ଇଶାନ କିଶନ ଏମିତି ଦୁଇ ଖେଳାଳି ଥିଲେ, ଯିଏ ବିସିସିଆଇର ଆଦେଶ ସତ୍ତ୍ଵେ ଘରୋଇ କ୍ରିକେଟ୍କୁ ଅଣଦେଖା କରିଥିଲେ। ଫଳସ୍ଵରୂପ ଆୟର ଓ କିଶନଙ୍କୁ ବିସିସିଆଇ ନିଜର କେନ୍ଦ୍ରୀୟ ଅନୁବନ୍ଧନରୁ ବାଦ୍ ଦେଇଥିଲା। ତେବେ ଦୁଇ ଖେଳାଳି ସମୟ ଥିବା ପୂର୍ବରୁ ନିଜ କ୍ୟାରିୟରକୁ ଆଗକୁ ନେବାକୁ ନିର୍ଣ୍ଣୟ ନେଇ ଘରୋଇ କ୍ରିକେଟ୍ ମ୍ୟାଚ୍ ଖେଳିବା ଆରମ୍ଭ କରି ଦେଲେ। ଆୟର ଓ କିଶନ ରଣଜୀ ଟ୍ରଫିରେ କ୍ରମଶଃ ମୁମ୍ବାଇ ଓ ଝାଡ଼ଖଣ୍ଡ ଦଳ ପାଇଁ ଖେଳିଥିଲେ। ଉଭୟ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସକ୍ରିୟ ଥିଲେ ଏବଂ ଏବେ ବିଜୟ ହଜାରେ ଟ୍ରଫିରେ ଧମାଲ୍ କରୁଛନ୍ତି।